Amazon-Flipkart ସେଲ୍ : ଅତି ଶସ୍ତାରେ ମିଳୁଛି Samsung Galaxy M13 ସ୍ମାର୍ଟଫୋନ୍‌, ଫଟାଫଟ୍‌ ଉଠାନ୍ତୁ ଲାଭ

ଆସିଛି ପାର୍ବଣ ଋତୁ । ଗ୍ରାହକଙ୍କୁ ଖୁସି କରିବାକୁ ପାଇଁ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଏବଂ ଫ୍ଲିପକାର୍ଟ ବିଗ୍‌ ବିଲିଅନ ଡେଜ୍‌ ସେଲ୍‌ ଚାଲିଛି। ଆମାଜନ୍‌ ଓ ଫ୍ଳିପକାର୍ଟରେ ଚାଲିଥିବା ସେଲ୍‌ରେ ସାମସଙ୍ଗ୍‌ର ଚାହିଦା ବହୁତ ରହିଛି। Samsungର ଏହି ସବୁ ସ୍ମାର୍ଟଫୋନ୍‌ କିଣିବା ପାଇ ଲୋକଙ୍କ ଭିତରେ ଉତ୍ସାହ ଦେଖାଯାଇଛି । ଯଦି ଆପଣ ଚାହୁଁଛନ୍ତି ଏହି ପାର୍ବଣ ଋତୁରେ ଏକ ନୂଆ ଫୋନ କିଣିବା ପାଇଁ ତେବେ ଦେଖନ୍ତୁ କେଉଁ ସ୍ମାର୍ଟଫୋନ୍‌ ପାଇଁ ଲୋକମାନଙ୍କ ଭିଡ଼ ଲାଗୁଛି।

ସାମସଙ୍ଗ୍‌ ଦାବି କରୁଛି ଯେ ସେଲ୍‌ର ପ୍ରଥମ ଦିନରେ ୧.୨ ମିଲିୟନ ଅର୍ଥାତ୍‌ ୧୨ ଲକ୍ଷ ଗେଲେକ୍ସି ଫୋନ ବିକ୍ରି କରିସାରିଛି। ଏହି ସଂଖ୍ୟାକୁ ଦେଖିଲେ ଲାଗୁଛି ମାର୍କେଟରେ କମ୍ପାନୀର ରେସ୍ପୋନ୍‌ସ ଭଲ ଅଛି। ଏହା ମଧ୍ୟ କମ୍ପାନୀ କହିଛି ଯେ ସେଲ୍‌ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ଭିତରେ ୧୦୦୦ କୋଟି ଟଙ୍କାର ଗେଲେକ୍ସି ସ୍ମାର୍ଟ ଫୋନ ବିକ୍ରି ହୋଇସାରିଲାଣି। ସାମସଙ୍ଗ କମ୍ପାନୀ ଗେଲେକ୍ସି ଫୋନ ଉପରେ ଦେଉଥିବା ରିହାତି ଯୋଗୁଁ ଏହି ଫୋନ ପାଇଁ ଗ୍ରାହକ ମାନଙ୍କ ଚାହିଦା ଅଧିକା ରହିଛି। କମ୍ପାନୀର ଦାବି ଯେ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ରେ ବିକ୍ରି ହେଉଥିବା ପ୍ରାୟ ସବୁ ଫୋନ ସାମ୍‌ସଙ୍ଗର ।

ଏହି ମହା ସେଲ୍‌ରେ ସାମ୍‌ସଙ୍ଗର କେଉଁ ମଡେଲର ଫୋନ ଲୋକଙ୍କୁ ପସନ୍ଦ ଆସୁଛି ଆସନ୍ତୁ ଜାଣିବା । ସୂଚନା ଅନୁସାରେ Galaxy M13 ର ସବୁଠାରୁ ଅଧିକ ବିକ୍ରି ହେଉଛି। ନିକଟରେ ଲଞ୍ଚ ହେଇଥିବା Galaxy M32 Prime Edition ଆମାଜନ୍‌ର କିକ୍‌ଷ୍ଟାର୍ଟର ସେଲ୍‌ରେ ଗ୍ରାହକଙ୍କର ଅଧିକ ପସନ୍ଦ ଆସୁଛି। ଯଦି 5-G କଥା କହିବା ତେବେ Galaxy M33 ମୋବାଇଲ ସବୁଠାରୁ ଅଧିକ ବିକ୍ରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.