ଆମାଜନରେ ଆରମ୍ଭ ହେଲା Republic Day Sale, ୪୦% ଡ଼ିସକାଉଣ୍ଟରେ ମିଳିବ ମୋବାଇଲ୍ ଫୋନ୍

ଆରମ୍ଭ ହେଲା ଆମାଜନ୍ ଗ୍ରେଟ୍ ରିପବ୍ଲିକ ଡେ ସେଲ୍ । ଏହି ସେଲ୍ ଗତକାଲି ରାତି ୧୨ ଟାରେ କେବଳ ପ୍ରାଇମ ମେମ୍ବର୍ସଙ୍କ ପାଇଁ ଆରମ୍ଭ ହୋଇଥିଲା ଯାହା ଆଜି ଦିନ ୧୨ ଟାରୁ ସମସ୍ତଙ୍କ ପାଇଁ ଆରମ୍ଭ ହୋଇଯାଇଛି । ଆଜିଠାରୁ ଅର୍ଥାତ ଜାନୁଆରୀ ୧୩ ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଆମାଜନରେ ଏହି ରିପବ୍ଲିକ୍ ଡେ ସେଲ୍ ଆୟୋଜିତ ହେବ । ଏହି ସେଲରେ ୟୁଜର୍ସ OnePlus, Samsung, Oppo, Realme, Apple ଭଳି ବ୍ରାଣ୍ଡରେ ୪୦% ଡ଼ିସକାଉଣ୍ଟରେ ମୋବାଇଲ୍ ଫୋନ୍ କିଣିପାରିବେ ।
ମୋବାଇଲ୍ ଫୋନ୍ ବ୍ୟତୀତ ଆମାଜନରେ ଚାଲୁଥିବା ଏହି ସେଲରେ ଆପଣ ଲାପଟପ୍, ସ୍ମାର୍ଟ ଟିଭି, ଆମାଜନ ସ୍ମାର୍ଟ ଡିଭାଇସ୍ କିଣିବା ଉପରେ ମଧ୍ୟ ଭଲ ଡ଼ିସକାଉଣ୍ଟ ପାଇବେ । ୱେବସାଇଟରେ ସେଲ୍ ସହ ଜଡିତ କିଛି ଅଫର କମ୍ପାନୀ ପ୍ରକାଶ କରିଛି । ରିପବ୍ଲିକ୍ ଡେ ସେଲ୍ ସମୟରେ, SIB କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ସେଲରେ ମୋବାଇଲ୍ କିମ୍ବା ଅନ୍ୟ କୌଣସି ପ୍ରଡକ୍ଟ କିଣିବାରେ ୧୦ ପ୍ରତିଶତ ଏକ୍ସଟ୍ରା ଡ଼ିସକାଉଣ୍ଟ ପ୍ରଦାନ କରାଯିବ । ତେବେ ଆସନ୍ତୁ ଏହି ସେଲରେ ପ୍ରମୁଖ ସ୍ମାର୍ଟଫୋନରେ ଉପଲବ୍ଧ ଡ଼ିଲସ୍ ବିଷୟରେ ଜାଣିବା …
ଶସ୍ତାରେ ମିଳିବ ଏହିସବୁ ସ୍ମାର୍ଟଫୋନ୍:
OnePlus 13R- ଆପଣ OnePlus ର ଏହି ଲଞ୍ଚ ହୋଇଥିବା ଫ୍ଲାଗସିପ୍ ସ୍ମାର୍ଟଫୋନ୍ କୁ ୩୯,୯୯୯ ଟଙ୍କା ମୂଲ୍ୟରେ କିଣି ପାରିବେ । ଏହା ବ୍ୟତୀତ ଫୋନ୍ କିଣିବାରେ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଉପଲବ୍ଧ ହେବ ।
iPhone 15- ଆପଣ ଏବେ ପର୍ଯ୍ୟନ୍ତର ସର୍ବନିମ୍ନ ମୂଲ୍ୟରେ ୧୦୨୩ରେ ଲଞ୍ଚ ହୋଇଥିବା ଆପଲର ଆଇଫୋନ୍ 15 କିଣି ପାରିବେ । ଏହି ଫୋନ୍ ପ୍ରାରମ୍ଭିକ ମୂଲ୍ୟରେ ୫୫,୯୯୯ ଟଙ୍କା ଉପଲବ୍ଧ ହେବ ।
Samsung Galaxy M35 5G- ଏହି ସାମସଙ୍ଗ ଫୋନ୍ କିଣିବାରେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିବ । ଏହି ସେଲରେ ଫୋନ୍ ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ଉପଲବ୍ଧ ହେବ ।
Honor 200 5G- ଏହି Honor ଫୋନ କିଣିବାରେ ୨୦,୦୦୦ ଟଙ୍କା ଡ଼ିସକାଉଣ୍ଟ ଉପଲବ୍ଧ । ଆପଣ ଏହାକୁ ୧୯,୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ ।
Realme 13+ 5G- Realme ର ଏହି ଫୋନ୍ ୯,୦୦୦ ଟଙ୍କା ଶସ୍ତା ମୂଲ୍ୟରେ ଉପଲବ୍ଧ । ଆପଣ ଏହାକୁ ରିପବ୍ଲିକ୍ ଡେ ସେଲରେ ୧୮,୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ ।