ଆମାଜନରେ ବେଷ୍ଟ ଡିଲ୍‌ ଅଫର, ୬୭% ଡିସକାଉଣ୍ଟରେ ମିଳୁଛି ଜବରଦସ୍ତ ଷ୍ଟାଇଲିଶ୍‌ GOVO GOBUDS

ଆଜିକାଲିର ଯୁବପିଢି ଇଅରଫୋନ ଅପେକ୍ଷା ଇଅରବଡ୍ସର ବ୍ୟବହାର ଅଧିକ କରୁଛନ୍ତି। ଏମିତିରେ ମାର୍କେଟରେ ବିଭିନ୍ନ ରେଞ୍ଜରେ ବିଭିନ୍ନ ଷ୍ଟାଇଲ ଏବଂ ଡିଜାଇନର ଇଅରଫୋନ ଉପଲବ୍ଧ ରହିଛି। ୨ ହଜାର ଟଙ୍କାରୁ କମ୍‌ରେ ମିଳୁଥିବା ଅନେକ ଇଅରଫୋନ ରହିଛି। ଆଉ ଏହାକୁ ଆଜିକାଲିର ଯୁବପିଢି କିଣି ବ୍ୟବହାର କରୁଛନ୍ତି। ତେବେ ଆପଣ ଯଦି ୨ ହଜାର ଟଙ୍କାରୁ କମ୍‌ ଦାମରେ ଇଅରବଡ୍ସ କିଣିବାକୁ ଚାହୁଁଛନ୍ତି, ତେବେ ଆମାଜନରେ ନ୍ୟୁ ଲଞ୍ଚ ହୋଇଛି।

ଆମାଜନରେ GOVO GOBUDS ନାମରେ ଏକ ଇଅରବଡ୍ସ ମିଳୁଛି। ଯାହା ଦେଖିବାକୁ ଏକଦମ୍‌ ଅଲଗା ରହିଛି। ଏହାସହିତ ଆମାଜନରେ ଆଜିଠାରୁ ମାତ୍ର ୧,୨୯୯ ଟଙ୍କାରେ ରେଡମିର ନୂଆ ଇଅରବଡ୍ସ ମିଳୁଛି। ଏହା ୨୮ ଘଣ୍ଟା ପର୍ଯ୍ୟନ୍ତ ପ୍ଲେ ବ୍ୟାକ୍‌ ସହିତ ଏଥିରେ ଗେମିଂ ମୋଡ ମଧ୍ୟ ରହିଛି।

GOVO GOBUDS ଇଅରବଡ୍ସରେ ସୁପର ବାସ୍‌, ଓ୍ଵାଟରପ୍ରୁଫ, ନଏଜ କ୍ୟାସିଲେସନ, ୩ଡି ଷ୍ଟିରିଓ ସାଉଣ୍ଡ, ଟାଇପ ସି ଫାଷ୍ଟ ଚାର୍ଜିଂ, ବ୍ଲୁଟୁଥ ଟ୍ରୁଲି େଓ୍ଵୟାରଲେସ ରହିଛି। ଏହାର ଦାମ୍‌ ୬,୦୯୯ ଟଙ୍କା ରହିଥିବା ବେଳେ ଆମାଜନରେ ୬୭% ଡିସକାଉଣ୍ଟରେ ମିଳୁଛି। ତେଣୁ ଏହାର ଦାମ୍‌ ୧,୯୯୯ ଟଙ୍କା ରହିଛି। ଏହି ଇଅରବଡ୍ସ ବିନା କେସରେ ୫ ଘଣ୍ଟା ଏବଂ କେସ୍‌ରେ ୨୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ।

ଏଥିରେ ଆମ୍ପିଫ୍ଲାଇଂ, ଡିପ୍‌ ୩ଡି ଷ୍ଟିରିଓ ସରାଉଣ୍ଡ କ୍ରିଷ୍ଟାଲ କ୍ଲିଅର ସାଉଣ୍ଡ ରହିଛି। ଏହାର ପ୍ରିମିୟମ ଆଲୁମିନିୟମ ଏଲୋୟ କେସ୍‌ ସହିତ କର୍ଭି ଲୁକ୍‌ ଇଅରବଡ୍ସକୁ ଭିନ୍ନ ଲୁକ୍‌ ଦେଉଛି।

ଓ୍ଵାଟରପ୍ରୁଫ ଥିବା ଯୋଗୁଁ ଆପଣ ଏହାକୁ ବର୍ଷାରେ ପିନ୍ଧି ଯାଇପାରିବେ। ଓ୍ଵାର୍କଆଉଟ୍‌ କରିପାରିବେ। ଏଥିରେ ଭଏସ ଆସିଷ୍ଟାଣ୍ଟ ଫିଚର ମଧ୍ୟ ରହିଛି।

ଏହାଛଡା ଆମାଜନରେ ରେଡମିର ୨ ହଜାର କମ୍‌ ଟଙ୍କାରେ ମିଳୁଛି ଇଅରବଡ୍ସ। ଏହି ଇଅରବଡ୍ସର ଦାମ୍‌ ୨,୯୯୯ ଟଙ୍କା ରହିଥିବା ବେଳେ ଏହାକୁ ଆମାଜନ ସେଲରେ ୧,୨୯୯ ଟଙ୍କା ମିଳୁଛି। ଏହା ଆଜି ୧୨ରୁ ଆମାଜନରୁ ୟୁଜର୍ସ କିଣିପାରିବେ।

 

Also Read : UPI ଜରିଆରେ ପେମେଣ୍ଟ କଲେ ଚାର୍ଜ ଲାଗିବ କି ନାହିଁ ? ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.