ଫୋନ କିଣିଲେ ମିଳିବ ୧୦ ହଜାର ଡିସକାଉଣ୍ଟ; ଏବେଠୁ କରନ୍ତୁ ଅର୍ଡର

ନୂଆଦିଲ୍ଲୀ:  ଯଦି ଫୋନ୍ କିଣିବକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ବଢିଆ ସୁଯୋଗ । ଫୋନ କିଣିଲେ ୧୦ ହଜାର ଟଙ୍କା ଓ ଲାପଟପ୍ କିଣିଲେ ମିଳିବ ଡିସକାଉଣ୍ଟ ୩୫ ହଜାର ଟଙ୍କାର ଡିସକାଉଣ୍ଟ । ଏମିତି ଆକର୍ଷଣୀୟ ଅଫର ପ୍ରଦାନ କରୁଛି ଆମାଜନ୍ ପ୍ରାଇମ । ଆସନ୍ତା ଜୁଲାଇ ୨୬ ତାରିଖରେ ଆମାଜନ୍ ପ୍ରାଇମ ଡେ ଅବସରରେ କମ୍ପାନୀ ପକ୍ଷରୁ ଏହି ଭଳି ଲୋଭନୀୟ ଅଫର ପ୍ରଦାନ କରାଯାଇଛି । କୌଣସି ପ୍ରାଇମ ଫୋନ୍ କିଣିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଥିବା ବେଳେ ଲାପଟପ୍ ଉପରେ ୩୫ ହଜାର ଟଙ୍କା ଯାଏଁ ରିହାତି ମିଳୁଛି ।

ସ୍ମାର୍ଟ ଫୋନ୍ ଓ ଲାପଟପ୍ ବ୍ୟତିତ ଆମାଜନ ଇକୋ ଡିଭାଇସ୍, ଘରକରଣା ସାମଗ୍ରୀ, ଫର୍ଣ୍ଣିଚର ଏବଂ ବିଭି୍ନ୍ନ ବୈଦ୍ୟୁତିକ ସାମଗ୍ରୀ ଉପରେ ଏହି ରିହାତି ପ୍ରଦାନ କରାଯାଉଛି । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଏହି ଆମାଜନ ପ୍ରାଇମ ଡେ ସେଲ୍ ଜୁଲାଇ ୨୭ ଯାଏଁ ଉପଲବ୍ଧ ହେବ । ଏହି ଅଫର କାର୍ଯ୍ୟକାରୀ ଥିବା ସମୟରେ ୱାନ ପ୍ଲସ, ସାଓମି, ସାମସଙ୍ଗ, ଆପଲ, ଏଚପି, ବୋଟ୍, ସୋନୀ, ଆମାଜଫିଟ, ଲେନୋଭୋ ପରି କମ୍ପାନୀ ସାମଗ୍ରୀରେ ଏହି ରିହାତି ମିଳିବ । ଏହା ସହିତ ଏଚଡିଏଫସି ବ୍ୟାଙ୍କର ଡେବିଟ ଓ କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.