କମାଣ୍ଡରେ ଚାଲିବ ସ୍ମାର୍ଟ ଫ୍ୟାନ୍‌! ଖୁବ୍‌ଶୀଘ୍ର ମାର୍କେଟରେ ନେବ ଏଣ୍ଟ୍ରି

ଆମେରିକୀୟ କମ୍ପାନୀ କାରୋ (Carro) ଏକ ଖାସ୍‌ ସ୍ମାର୍ଟ ଫ୍ୟାନ୍‌ (Carro Smart Celling Fan) ଲଞ୍ଚ୍‌ କରିଛି। ଏହି ପଙ୍ଖାର ଖାସିୟତ୍‌ ହେଉଛି, ୟୁଜରମାନେ ଏହାକୁ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆମାଜନ୍‌ ଏଲେକ୍ସା ଜରିଆରେ ଗୋଟିଏ କମାଣ୍ଡରେ ଅପରେଟ୍‌ କରିପାରିବେ। ଏହାଛଡ଼ା ୟୁଜର୍ସଙ୍କୁ ଏହି ଫ୍ୟାନ୍‌ରେ ଏଲ୍‌ଇଡି ସ୍ମାର୍ଟ ଲାଇଟ୍‌ ମଡ୍ୟୁଲ ସହ କୁଲ୍‌ ଏବଂ ଓ୍ଵାର୍ମ କଲର ଟେମ୍ପେରେଚର ସେଟିଂର ବିକଳ୍ପ ମିଳିବ। ତେବେ ଆସନ୍ତୁ ଜାଣିବା, କାରୋ ସ୍ମାର୍ଟ ଫ୍ୟାନ୍‌ର ଦାମ୍‌, ଡିଜାଇନ୍‌ ଏବଂ ଫିଚର ବିଷୟରେ।

fan1

ଫ୍ୟାନ୍‌ର ଦାମ୍‌

କମ୍ପାନୀ ଏହି ଫ୍ୟାନ୍‌ର ଦାମ୍‌ ୪୯୯ ଡଲାର ଅର୍ଥାତ୍‌ ପାଖାପାଖି ୩୫,୭୭୮ ଟଙ୍କା ରଖିଛି। ତେବେ ବର୍ତ୍ତମାନ ଭାରତରେ ଏହାର ଲଞ୍ଚିଂକୁ ନେଇ କୌଣସି ସୂଚନା ମିଳିନାହିଁ। ମିଡିଆ ରିପୋର୍ଟ ମୁତାବକ, ଏହି ସ୍ମାର୍ଟ ଫୋନ୍‌ ୨୦୨୦ ସୁଦ୍ଧା ଭାରତୀୟ ବଜାରକୁ ପ୍ରବେଶ କରିବ।

ଏହାସହ ପଢ଼ନ୍ତୁ: Honor V30 ଏବଂ Honor V30 Pro ଆଜି ହେବ ଲଞ୍ଚ, ମିଳିବ ଜବରଦସ୍ତ ଫିଚର୍ସ ସାଙ୍ଗକୁ କମାଲର କ୍ୟାମେରା

ଡିଜାଇନ୍‌ ଏବଂ ଫିଚର

ଏହି ଫ୍ୟାନ୍‌ର ଆକାର ୬୦ ଇଞ୍ଚ, ଯେଉଁଥିରେ ୩ଟି ଏୟାର୍‌ଫାଇଲ୍‌ ବ୍ଲେଡସ୍‌ ରହିଛି। ଏହି ପଙ୍ଖାର ବ୍ଲେଡ୍‌ ଏବିଏସ୍‌ ପ୍ଲାଷ୍ଟିକ୍‌ ଦ୍ୱାରା ବନାଯାଇଛି। କମ୍ପାନୀ ବ୍ଲେଡ୍‌କୁ ବ୍ଲାକ୍‌ କଲର କରିଛି। ଭଲ ପରଫର୍ମାନ୍ସ ପାଇଁ ଏଥିରେ ୧୦ଟି ସ୍ପୀଡ୍‌ reversible ମୋଟର ଦିଆଯାଇଛି, ଯାହାକି ୬୦ରୁ ୨୨୦ ଆର୍‌ପିଏମ୍‌ ପଯ୍ୟର୍ନ୍ତ ପାଓ୍ଵାର୍‌ ଜେନେରେଟ୍‌ କରିପାରିବ। ଏହାସହିତ ଏଥିରେ ୟୁଜରମାନଙ୍କୁ ଓ୍ଵାଇଫାଇର ସପୋର୍ଟ ମଧ୍ୟ ମିଳିବ।

fan2

କମ୍ପାନୀ ଏହି ସ୍ମାର୍ଟ ଫ୍ୟାନ୍‌ ପାଇଁ ୫ଟି ବଟନ୍‌ ଥିବା ରିମୋଟ୍‌ ଦେବ। ଏହାଦ୍ୱାରା ଏହାକୁ ଅପରେଟ୍‌ କରାଯାଇପାରିବ। ୟୁଜରମାନେ ରିମୋଟ୍‌ ଦ୍ୱାରା ଫ୍ୟାନ୍‌ର ଲାଇଟ୍‌କୁ ଅନ୍‌ କିମ୍ବା ଅଫ୍‌ ଏବଂ ସ୍ପୀଡ୍‌କୁ କଣ୍ଟ୍ରୋଲ୍‌ କରିପାରିବେ। ଏହାଛଡ଼ା ଫ୍ୟାନ୍‌ ସହିତ ଇନ୍‌ଷ୍ଟାଲେଶନ ଗାଇଡ୍‌, ଏସି ଆଡପ୍ଟର ଏବଂ େଓ୍ଵୟାର୍‌କୁ କଭର କରିବା ପାଇଁ ବକ୍ସ ଦିଆଯିବ।

fan4

ଏହାସହ ପଢ଼ନ୍ତୁ: Apple Watch ବଞ୍ଚାଇଲା ଜଣେ ଡାକ୍ତରଙ୍କ ଜୀବନ, ଜାଣନ୍ତୁ କେମିତି

ୟୁଜର୍ସ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆମାଜନ୍‌ ଜରିଆରେ ଗୋଟିଏ କମାଣ୍ଡରେ ସ୍ମାର୍ଟ ଫ୍ୟାନ୍‌ର ସ୍ପୀଡ୍‌କୁ ଚେଞ୍ଜ୍‌ କରିପାରିବେ। ଏହାସହ ଅନ୍‌-ଅଫ୍‌ ମଧ୍ୟ କରିପାରିବେ। କିନ୍ତୁ ଭଏସ୍‌ କମାଣ୍ଡରେ ଏଲ୍‌ଇଡି ଲାଇଟ୍‌ସକୁ ଅପରେଟ୍‌ କରାଯାଇପାରିବ ନାହିଁ। ଏହି ଫ୍ୟାନ୍‌ ଥାର୍ଡ ପାର୍ଟି ଆପ୍‌ ଏବଂ IFTTT appletsକୁ ସପୋର୍ଟ କରି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.