Vultur ଆପ Android ୟୁଜର୍ସଙ୍କ ସ୍କ୍ରିନ ରେକର୍ଡ କରି ସମସ୍ତ ଡାଟାକୁ କରୁଛି ଲିକ୍‌

ଯଦି ଆପଣ ମଧ୍ୟ ଆଣ୍ଡ୍ରଏଡ ୟୁଜର ହୋଇଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । ସିକ୍ୟୁରିଟି ଏକ୍ସପର୍ଟଙ୍କ ପକ୍ଷରୁ ଏକ ନୂଆ ସୂଚନା ଜାରୀ କରାଯାଇଛି । ଏକ ସାଂଘାତିକ ମାଲୱେୟାର ଆପଣଙ୍କ ଡିଭାଇସକୁ ହ୍ୟାକ କରିବାର ସମ୍ଭବନା ରହିଛି । ଏହାର ନାମ Vultur । ଏହା ଡିଭାଇସର ସ୍କ୍ରିନରେ ଆସୁଥିବା ସମସ୍ତ ଡାଟାର ରେକର୍ଡ ରଖିବ । ଏହା ଆପଣଙ୍କର ପାସୱାର୍ଡ ଠୁ ଆରମ୍ଭ କରି ଇଣ୍ଟରନେଟ ହିଷ୍ଟ୍ରୀ, ବ୍ୟାଙ୍କ ଡିଟେଲସ୍ ସହ ଆପଣଙ୍କ ବ୍ୟକ୍ତିଗତ ଚାଟିଂ ମେସେଜ ଏବଂ ସୋସିଆଲ ମିଡିଆ ଆକ୍ଟିଭିଟି ସବୁକିଛିର ରେକର୍ଡ ରଖିବ ।

ରିପୋର୍ଟ ମୁତାବିକ ଏହା ଏକ ବ୍ୟାକିଂ ଟ୍ରୋଜନ, ଯାହା କି ସମସ୍ତ ବ୍ୟାଙ୍କ ଡିଟେଲ୍ସ ଚୋରି କରିଥାଏ । ଏହା ସବୁ ଟ୍ରୋଜନଠୁ ଟିକେ ଅଲଗା । ଏହା ଫେକ ୱେବସାଇଟ ତିଆରି କରି ଆକାଉଣ୍ଟ ଡିଟେଲ୍ସ ଭତ୍ତି କରିଥାଏ । ପରେ ତଥ୍ୟକୁ ଚୋରି କରିଥାଏ ।

ଏହା ଫୋନର ସ୍କ୍ରିନକୁ ରେକର୍ଡ କରି ଆକାଉଣ୍ଟର ସମସ୍ତ ସୂଚନା ନେଇଥାଏ । ଏହାର ଅଥ ର୍ କୌଣସି ୱେବସାଇଟରେ ଲଗଇନ ନକଲେ ମଧ୍ୟ ଆପଣଙ୍କୁ ଠକାମିର ଶିକାର ହେବାକୁ ପଡିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.