ଆଣ୍ଡ୍ରଏଡ୍‌ ୟୁଜର୍ସ ତୁରନ୍ତ ଆପଣାନ୍ତୁ ଏହି ଉପାୟ, ସୁପରଫାଷ୍ଟ ତରିକାରେ ଚାର୍ଜ ହେବ ଆପଣଙ୍କ ଫୋନ୍‌

ଆଜିକାଲି ବହୁତ ଆଣ୍ଡ୍ରଏଡ୍‌ ଫୋନରେ ଫାଷ୍ଟ ଚାର୍ଜିିଙ୍ଗ୍‌ ସପୋର୍ଟ ରହୁଛି। ଫାଷ୍ଟ ଚାର୍ଜିଙ୍ଗର ଫିଚର ଦିନକୁ ଦିନ ଉନ୍ନତି କରିବାରେ ଲାଗିଛି। ଆମେ ସମସ୍ତେ ଜାଣିଛନ୍ତି ଯେ ଆଜିକାଲି ମାର୍କେଟରେ ଯେଉଁବି ଆଣ୍ଡ୍ରଏଡ୍‌ ଫୋନ୍‌ ଆସୁଛି ତାହା ଦମଦାର୍‌ ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଙ୍ଗ ଫିଚର ସହିତ ଆସୁଛି। କିନ୍ତୁ ଏହାକୁ ଅଧିକ ଦିନ ଟିକେ ବ୍ୟବହାର କରିବା ପରେ ଆଉ ଆଗ ଭଳି ଫାଷ୍ଟ ଚାର୍ଜିଙ୍ଗ୍‌ ହୋଇନଥାଏ। ତେଣୁ ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଟ୍ରିକ୍ସ, ଯାହାଦ୍ୱାରା ଆପଣ ନିଜ ସ୍ମାର୍ଟଫୋନରେ ଫାଷ୍ଟ ଚାର୍ଜିଙ୍ଗକୁ ଠିକ୍‌ କରିପାରିବେ।

ଫୋନ୍‌ ଧୀମାରେ ଚାର୍ଜ ହେଉଥିଲେ କରନ୍ତୁ ଟ୍ରବଲସୁଟ

ଆଣ୍ଡ୍ରଏଡ୍‌ ଫୋନର ସବୁ ୟୁଜର ସେଭ୍‌ ମୋଡ ବିଷୟରେ ଜାଣିଥିବେ ନିଶ୍ଚୟ। ଯଦି ଆପଣ ଏହି ଫିଚର ବିଷୟରେ ଜାଣିନାହାଁନ୍ତି ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସର୍ଭିସ ଜରିଆରେ ଆପଣ କନଫିଗେରେସନ୍‌ ସମ୍ବନ୍ଧିତ ସମସ୍ୟାକୁ ଠିକ୍‌ କରିପାରିବେ। ଆପଣଙ୍କୁ ନିଜ ଫୋନର ସେଭ ମୋଡକୁ ରିଷ୍ଟାର୍ଟ କରିବାକୁ ହେବ। ଏମିତି କରିବା ପରେ ଆପଣଙ୍କୁ ଜଣାପଡିଯିବ ଯେ ଆପଣଙ୍କ ସ୍ମାର୍ଟଫୋନ୍‌ ଫାଷ୍ଟ ଚାର୍ଜ କରୁଛି ନା ନାହିଁ।

ଫୋନର ସ୍ୱିଚ୍‌ ଅଫ୍‌ କରି ଚାର୍ଜିଙ୍ଗରେ ଲଗାନ୍ତୁ

କେବେ କେବେ ଫୋନର ବ୍ୟାକରେ ଅପଡେଟ୍‌ ଚାଲୁଥାଏ। ଯେଉଁକାରଣରୁ ଫୋନ୍‌ ଫାଷ୍ଟ ଚାର୍ଜ ହୋଇପାରେନି। ତେଣୁ ଯେତେବେଳେ ବି ଫୋନ୍‌ ଚାର୍ଜିଙ୍ଗରେ ବସାଉଛନ୍ତି ସେତେବେଳେ ତାକୁ ସ୍ୱିଚ୍‌ ଅଫ୍‌ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣ ଫୋନରେ କୌଣସି ବଗ୍‌ ରହିବେ ତ ତାହା ମଧ୍ୟ ଠିକ୍‌ ହୋଇଯିବ।

ଠିକ୍‌ ଡାଟା କେବୁଲ ଚୟନ କରନ୍ତୁ

ଫୋନର ଡାଟା କେବୁଲ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ତ ଯେଉଁଟା ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିଥାଏ ଏବଂ ଅନ୍ୟଟି ହେଉଛି ସ୍ଲୋ ଚାର୍ଜିଙ୍ଗ୍‌ ସପୋର୍ଟ। ଯଦି ଆପଣ ନିଜ ଫୋନକୁ ଫାଷ୍ଟ ଚାର୍ଜ କରିବାକୁ ଚାହୁଁଛନ୍ତି ତାହେଲେ ଫାଷ୍ଟ ଚାର୍ଜିଙ୍ଗ କେବୁଲକୁ ବାଛନ୍ତୁ। ଯଦି ଆପଣ ଫାଷ୍ଟ ଚାର୍ଜିଙ୍ଗ ପାଇଁ ସାର୍ଟିଫାଏଡ ଡାଟା କେବୁଲ ବାଛିବେ ତ ଆପଣଙ୍କ ପାଇଁ ଠିକ୍‌ ରହିବ।

ସବୁବେଳେ ଅରିଜିନାଲ ଚାର୍ଜରକୁ ଲଗାନ୍ତୁ

ସବୁବେଳେ ଫୋନର ଫାଷ୍ଟ ଚାର୍ଜ କରିବା ପାଇଁ ଅରିଜିନାଲ ଚାର୍ଜରର ବ୍ୟବହାର କରନ୍ତୁ। ଡୁପ୍ଲିକେଟ ଚାର୍ଜରରେ ଚାର୍ଜ କରିବା ଦ୍ୱାରା ଆପଣଙ୍କ ବ୍ୟାଟେରୀ ଉପରେ ଖରାପ ପ୍ରଭାବ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.