ମାର୍କେଟକୁ ଆସୁଛି ଆପଲ୍ କାର୍: ରହିଛି ଦମଦାର ଫିଚର୍, କାର ର କାଚ ନ ଖୋଲି ପାଇପାରିବେ ଖରା

ମାର୍କେଟରେ ବର୍ତ୍ତମାନ ନୂଆ ନୂଆ ଫୋନ୍ ଓ ଗାଡ଼ି ସବୁ ଲଞ୍ଚ ହେବାରେ ଲାଗିଛି । ତେବେ ସବୁଠାରୁ ଦାମୀ କମ୍ପାନୀ ଆପଲ ମଧ୍ୟ ତାର ଅନେକ ପ୍ରଡକ୍ଟ ମାର୍କେଟରେ ଲଞ୍ଚ କରିସାରିଛି। ଆପଲ ଫୋନ ଠାରୁ ଆରମ୍ଭ କରି ଆପଲ ଘଣ୍ଟା ପର୍ଯ୍ୟନ୍ତ ସବୁ ଜିନିଷର ବ୍ୟବହାର ଅଧିକ ଦିନ ପର୍ଯ୍ୟନ୍ତ ହୋଇପାରୁଛି। ତେବେ ଅପଲ୍ କମ୍ପାନୀ ବର୍ତ୍ତମାନ ନିଜର କାର ମାର୍କେଟରେ ଲଞ୍ଚ କରିବାକୁ ଯାଉଛି। ଯାହା ପାଇଁ କମ୍ପାନୀ କାର ତିଆରି କରିବାର ନକ୍ସା ମଧ୍ୟ ତିଆରି କରିସାରିଲାଣି। ତେବେ ଏହି କାର ମାର୍କେଟକୁ ଆସିବା ପାଇଁ ହୁଏତ ସମୟ ଲାଗିବ । କିନ୍ତୁ ଏହାର ଫିଚର୍ ଦମଦାର ରହିଛି ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି। ଏହି ଆପଲ୍ କାର ର ଡିଜାଇନ୍ ବହୁତ୍ ଆକର୍ଷଣୀୟ ରହିବ ବୋଲି କୁହାଯାଉଛି। ସବୁଠୁ ବଡ଼ କଥା ହେଉଛି ଏହି କାର ର କାଚ ନ ଖୋଲି ମଧ୍ୟ ଆପଣ ସୂର୍ଯ୍ୟ କିରଣ ପାଇପାରିବେ। ଏମିତିକି ଏହି କାର ସନ୍ ରୁଫ ସହିତ ମାର୍କେଟରେ ଲଞ୍ଚ ହେବ।

ସନ୍ଫରୁଫ୍ ସିଷ୍ଟମ୍ ସହିତ ଆସିବାକୁ ଥିବା ଏହି କାରରେ ସାଧାରଣ କାର ଠାରୁ ପରିବର୍ତ୍ତନ କରିବା। ଆପଲ୍ କମ୍ପାନୀ ଏକ ରିପୋର୍ଟରେ କହିଛି ଯେ ଏହା ନିଜ କାରକୁ ଏକ ନିଆରା ଢଙ୍ଗରେ ଆଣିବ। ଏମିତିକି କାର କାଚ ବନ୍ଦ ଥାଇ ମଧ୍ୟ ସୂର୍ଯ୍ୟ କିରଣ ପାଇପାରିବେ । କାରଣ ଏହା ନୂତନ ସନ୍ଫରୁଫ୍ ସିଷ୍ଟମ୍ ପ୍ୟାଟେଣ୍ଟ୍ ସହିତ ଆସିବ। ମୋଟର ଟ୍ରେଣ୍ଡ ଦ୍ୱାରା ଦେଖାଯାଇଥିବା ପେଟେଣ୍ଟ ଅନୁଯାୟୀ, ଆପଲ କାର ର ଗ୍ଲାସ ସନ୍ରୁଫ୍ ରହିବ। ଯାହା ବିଭିନ୍ନ ତପମାତ୍ରାକୁ ମଧ୍ୟ କଣ୍ଟ୍ରୋଲ କରିବ।

ଏଥିରେ ଟ୍ରାନ୍ସଲୁକେନ୍ସ ମଧ୍ୟ ରହିବା । ଯାହା ପାଇଁ କାର ର କାଚ ନ ଖୋଲି ମଧ୍ୟ ଗାଡ଼ିରେ ବସିଥିବା ବ୍ୟକ୍ତି ସୂର୍ଯ୍ୟ କିରଣ ପାଇପାରିବେ। ଖାସ କରି ଶୀତଦିନେ ଯେତେବେଳେ ଆପଣ କିଛି ସୂର୍ଯ୍ୟ କିରଣ ପାଇବାକୁ ଚାହାଁନ୍ତି, ସେତେବେଳେ ଏହି ସନ୍ଫରୁଫ୍ ବ୍ୟବହାର କରିପାରିବେ। ଏଥିରେ ବାହାରର ପବନ ଯିବନି କିନ୍ତୁ ସୂର୍ଯ୍ୟକିରଣ ଯାଇପାରିବ । ଏହା ଏକ ଭିନ୍ନ ଟେକ୍ନୋଲୋଜି ଦ୍ଵାରା ମାର୍କେଟକୁ ଆସିବ।

ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ ଟେସଲା ପରି ଆପଲ୍ କାର୍ ଇଭି କାର ହେବ। ପ୍ରତିଷ୍ଠିତ ଅଟୋମୋବାଇଲ୍ କମ୍ପାନୀଗୁଡିକ ସହ ମିଶି ଆପଲ କମ୍ପାନୀ କାରର ତିଆରି କରୁଥିବା କଥା କୁହାଯାଉଛି। ତେବେ ଆପଲ୍ କାର୍ ଅତି କମରେ ତିନିରୁ ଚାରି ବର୍ଷ ଭିତରେ ହିଁ ମାର୍କେଟରେ ଲଞ୍ଚ ହେବା । ଏହାର ଦାମ୍ କେତେ ରହିବା ତାହା ମଧ୍ୟ ଏପର୍ଯ୍ୟନ୍ତ କୁହାଯାଇ ନାହିଁ।

Leave A Reply

Your email address will not be published.