ଭାରତରେ ଖୋଲିବ ଆପଲର ପ୍ରଥମ ରିଟେଲ ଷ୍ଟୋର, ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖୋଲିବ ଏହି ଷ୍ଟୋର

ଭାରତରେ ଖୋଲିବ ଆପଲର ପ୍ରଥମ ରିଟେଲ ଷ୍ଟୋର । ମୁମ୍ବାଇରେ ଆପଲ ବିକେସି ଖୋଲିବାକୁ ଯାଉଛି । ଏହା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖୋଲିବ । ଆପଲ ବିକେସି ଷ୍ଟୋରର ଅପନିଂ ଉପଲକ୍ଷେ ଆପଲ ପକ୍ଷରୁ ସ୍ୱତନ୍ତ୍ର ଓ୍ଵାଲ ପେପର ସବୁ ତିଆରି କରାଯାଇଛି । ଆପଲ ସିଇଓ ଟିମ୍‌ କୁକ୍‌ ଅପନିଂ ରେ ଯୋଗ ଦେଇ ପାରନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ଖୋଲିବ ଆପଲର ପ୍ରଥମ ରିଟେଲ ଷ୍ଟୋର । ମୁମ୍ବାଇରେ ଆପଲ ବିକେସି ଖୋଲିବାକୁ ଯାଉଛି । ଅପ୍ରିଲ ୧୮ରୁ ଏହାକୁ ଲୋକଙ୍କ ପାଇଁ ଖୋଲିଦିଆଯିବ । ଏହାସହ ଅପ୍ରିଲ ୨୦ ତାରିଖରେ ଏହାର ଦ୍ୱିତୀୟ ଷ୍ଟୋର ଖୋଳିବାକୁ ଯାଉଛି । ପ୍ରଥମ ଷ୍ଟୋର ଖୋଲିବାର ୨ ଦିନ ପରେ ଏହା ଖୋଲିବାକୁ ଯାଉଛି । ଆପଲ ବିକେସି ହେଉଛି କମ୍ପାନୀର ଅଫିସିଆଲ ଷ୍ଟୋର ଯାହା ପ୍ରଥମଥର ପାଇଁ ଭାରତରେ ଖୋଲିବାକୁ ଯାଉଛି । ଏହା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖୋଲିବାକୁ ଯାଉଥିବାରୁ ଏହାର ନା ବିକେସି ରହିଛି । ଏହା ୨୨ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହାସହ ଏହି ଷ୍ଟୋରକୁ ବହୁତ ଭଲ ଆର୍କିଟେକଚର ଦ୍ୱାରା ଡିଜାଇନ କରାଯାଇଛି । ଏଇ କିଛିଦିନ ପୂର୍ବରୁ କମ୍ପାନୀ ପକ୍ଷରୁ ଏହାର ବେରିକେଡ୍‌ କୁ ଖୋଲା ଯାଇଥିଲା । ଏହି ଷ୍ଟୋରଟି କାଳୀ ପିଲି ଟ୍ୟାକ୍ସି ଆର୍ଟରେ ଡିଜାଇନ ହୋଇଛି ।

ଏହାସହ ପ୍ରଥମ ଆପଲ ଷ୍ଟୋର ଖୋଲିବାର ଦୁଇଦିନ ପରେ ଆପଲ ଏହାର ଦ୍ୱିତୀୟ ଷ୍ଟୋର ଖୋଲିବାକୁ ଯାଉଛି । ଆପଲର ଦ୍ୱିତୀୟ ଷ୍ଟୋର ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଖୋଲିବାକୁ ଯାଉଛି । ଏହି ଷ୍ଟୋରର ନା ରହିଛି ଆପଲ ସାକେଟ । ଏହି ଷ୍ଟୋରରେ ଆପଲର ସମସ୍ତ ଲାଟେଷ୍ଟ ପ୍ରଡକ୍ଟ ଉପଲବ୍ଧ ରହିବ । ଏହାସହ ଏହି ଷ୍ଟୋରରରେ ଆପଣ ସପୋର୍ଟ ଓ ସର୍ଭିସ ମଧ୍ୟ ପାଇ ପାରିବେ ।

ଆପଲ ବିକେସି ଷ୍ଟୋରର ଅପନିଂ ଉପଲକ୍ଷେ ଆପଲ ପକ୍ଷରୁ ସ୍ୱତନ୍ତ୍ର ଓ୍ଵାଲ ପେପର ସବୁ ତିଆରି କରାଯାଇଛି । ଏହି ଓ୍ଵାଲ ପେପରରେ ଆଇଫୋନ, ଆଇପେଡ୍‌ ଓ ମାକବୁକ୍‌ ରହିଛି । ଏହାସହ କମ୍ପାନୀ ପକ୍ଷରୁ ଆପଲ ମ୍ୟୁଜିକ ପ୍ଲେଲିଟ ତିଆରି କରାଯାଇଛି ଯାହାର ନା ରଖାଯାଇଛି ସାଉଣ୍ଡ ଅଫ ମୁମ୍ବାଇ । ସେହିପରି ଆପଲ ସାକେଟ ଷ୍ଟୋର ପାଇଁ ମଧ୍ୟ ସ୍ୱତନ୍ତ୍ର ଓ୍ଵାଲ ପେପର ତିଆରି କରିବା ସହ ମ୍ୟୁଜିକ ପ୍ଲେଲିଷ୍ଟ ତିଆରି କରାଯାଇଛି । ଭାରତରେ ଏହି ଷ୍ଟୋର ଖୋଲିବା ପରେ ଦେଶରେ ରହିଥିବା ଆଇଫୋନ ୟୁଜର ନିହାତି ଖୁସି ହେଉଥିବେ । ଏହି ଷ୍ଟୋରକୁ ଯାଇ ଆପଲ ପ୍ରଡକ୍ଟ କମ ଦାମରେ କିଣିବାର ସୁଯୋଗ ପାଇ ପାରିବେ । ଏହାସହ ସର୍ଭିସ ମଧ୍ୟ ମିଳିପାରିବ । ଆଶା କରିବା ଏହା ଧିରେ ଧିରେ ଦେଶର ଅନ୍ୟ ସହରରେ ମଧ୍ୟ ଖୋଲିବ । ଆପଲ ସିଇଓ ଟିମ୍‌ କୁକ୍‌ ଅପନିଂ ରେ ଯୋଗ ଦେଇ ପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.