ଭାରତରେ ୪ ହଜାର ୬୦୦ ରେ ଲଞ୍ଚ ହେଲା ଆପଲ୍ ୱାଟର ବୋଟଲ, ଜାଣନ୍ତୁ ଏହାର ଫିଚର୍

ଆପଲ ପ୍ରଡକ୍ଟ ପ୍ରେମୀଙ୍କ ପାଇଁ ରହିଛି ଖୁସି ଖବର। କାରଣ ଆପଲ ଏବେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ନିଜର ଅନ୍ୟ ଏକ ପ୍ରଡକ୍ଟ ଆପଲ ୱାଟର ବୋଟଲ। କହିବାକୁ ଗଲେ ଆପଲ ନିଜର ବିଭିନ୍ନ ପ୍ରକାରର ପ୍ରଡକ୍ଟ ସବୁ ତିଆରି କରିବାରେ ଲାଗିଛି। ପୁଣି ନିଜ ଗ୍ରାହକଙ୍କ ପାଇଁ ଆଜି ଲଞ୍ଚ କରିଛି ଆପଲ ବୋଟଲ। ଏହା ହେଉଛି ଆପଲ୍ ହାଇଡ୍ରେଟ୍ ସ୍ପାର୍କ ପ୍ରୋ ୱାଟର ବୋଟଲ। ଆଇଫୋନ୍ ପରି, ହାଇଡ୍ରେଟ୍ ସ୍ପାର୍କ ମଧ୍ୟ ଦୁଇଟି ପ୍ରକାରରେ ଆସେ। ଆପଲ୍ ଏହି ପାଣି ବୋଟଲ ଲଞ୍ଚ କରିଛି ଯାହାର ମୂଲ୍ୟ ଭାରତରେ ପ୍ରାୟ ୪ ହଜାର ୬୦୦ ଟଙ୍କା।

HidrateSpark ପାଣି ବୋଟଲ ଆପଲର ୱେବସାଇଟ୍ ଏବଂ ରିଟେଲ ଷ୍ଟୋରରେ 59.95 ଡଲାରରେ ତାଲିକାଭୁକ୍ତ ହୋଇଛି। ଏହା କେବଳ ଆମେରିକାର ବଜାରରେ ଉପଲବ୍ଧ। କିନ୍ତୁ ଏହାର ଅନ୍ୟ ଏକ ବୋତଲ ଅତ୍ୟଧିକ ସ୍ମାର୍ଟ ୱାଟର ବୋତଲ ଭାବେ ଡିଜାଇନ୍ କରାଯାଇଛି। ଯାହାକି ଭାରତୀୟ ବଜାରରେ ମିଳିବ। ଏମିତିକି ଏହି ବୋଟଲରେ ଆପଣ ଯେକୌଣସି ପ୍ରକାର ତରଳ ଦ୍ରବ୍ୟ ରଖି ପାରିବେ। ଏହା ଖରାପ ମଧ୍ୟ ହେବ ନାହିଁ। ଏହା ଆପଣଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖିବ।

HidrateSpark Pro ଏବଂ HidrateSpark Pro STEEL ର ମୂଲ୍ୟ ଯଥାକ୍ରମେ ୪, ୬୦୦ ଟଙ୍କା ରହିଛି। HidrateSpark Pro STEEL ସିଲଭର ଏବଂ ବ୍ଲାକ୍ ଦୁଇଟି ରଙ୍ଗରେ ବିକ୍ରି ହୁଏ। ଏହାର ତଳ ଭାଗରେ ଏଲଇଡି ସେନସର ଅଛି ଯାହା ପାଣି ପିଇବା ସମୟରେ ଭଲ ଅନୁଭବ ଦେବ। ଏବଂ ବ୍ଲୁଟୁଥ୍ ସଂଯୋଗ ମାଧ୍ୟମରେ ହେଲ୍ଥକୁ ସତର୍କ କରାଇବ।HidrateSpark Pro କଳା ଏବଂ ସବୁଜ ରଙ୍ଗରେ ବିକ୍ରି ହେଉଛି । ଏଥିରେ ମଧ୍ୟ ଠିକ୍ ସମାନ ଫିଚର୍ ରହିଛି। ଯଦି ଆପଣ ଏହି ବୋଟଲ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣ ଏହାକୁ ବର୍ତ୍ତମାନ କିଣି ପାରିବେ। କାରଣ ହୁଏତ କିଛି ଦିନ ମଧ୍ୟରେ ଏହାର ଦାମ୍ ଅଧିକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.