ଭାରତରେ ଲଞ୍ଚ ହେଲା Apple ର AI ଫିଚର, ଏହି ୟୁଜର୍ସମାନଙ୍କୁ ମିଳିବ ଫାଇଦା

Apple iPhone ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ Apple ଭାରତରେ ନିଜର AI ଫିଚର ଲଞ୍ଚ କରିଛି । iPhone, iPad ଏବଂ Mac ୟୁଜର୍ସମାନେ ଗତକାଲି ଅର୍ଥାତ୍ ଏପ୍ରିଲ୍ ୧ ରୁ Apple Intelligence ପାଇବା ଆରମ୍ଭ କରିଛନ୍ତି । ଏଥି ସହ ଗତ ବର୍ଷ ସେପ୍ଟମ୍ବରରେ iPhone 16 ସିରିଜର ଲଞ୍ଚ ସମୟରେ Apple କଥା ଦେଇଥିଲା ଯେ ପରବର୍ତ୍ତୀ ଅପଡେଟ୍ ସହିତ Apple Intelligence କୁ ରୋଲ ଆଉଟ୍ କରାଯିବ । ହେଲେ ଏଥିପାଇଁ ୟୁଜର୍ସମାନଙ୍କୁ ପ୍ରାୟ ୬ ମାସ ଅପେକ୍ଷା କରିବାକୁ ପଡିଥିଲା ।

ଆପଲର SVP ମାର୍କେଟିଂ ଗ୍ରେଗ୍ ଜୋସୱିକ୍ ତାଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲରୁ ଲାଟେଷ୍ଟ AI ଫିଚରକୁ ଘୋଷଣା କରିଛନ୍ତି । ଟିମ୍ କୁକ୍ ଆପଲ ଇଣ୍ଟେଲିଜେନ୍ସ ଫିଚର ଘୋଷଣା କରି ତାଙ୍କ ପୋଷ୍ଟରେ ଏହାକୁ ବିଭିନ୍ନ ଭାଷାରେ ସ୍ବାଗତ କରିଛନ୍ତି । ଆପଲର ଏହି AI ଟୁଲ୍ ଆଇଫୋନ୍, ଆଇପ୍ୟାଡ୍ ଏବଂ ମ୍ୟାକରେ ନୋଟିଫିକେସନକୁ ପ୍ରାୟରଟାଇଜ୍ କରିବାରେ ସାହାଯ୍ୟ କରିବ । Apple Intelligence ଖୁବ୍ ଶୀଘ୍ର ଅଧିକ ଭାଷାକୁ ସପୋର୍ଟ କରିବ ।

Apple Intelligence ଫିଚର OpenAI ର ChatGPT ଉପରେ ବେସ୍ଡ । ଏଥିରେ ୟୁଜର୍ସମାନେ ଇଲିଜିବଲ୍ iPhone, iPad ଏବଂ Mac ଡିଭାଇସରେ ଫଟୋ ଏଡିଟିଂ, ଟେକ୍ସଟ୍ ରାଇଟିଂ, ପ୍ରୁଫ୍ ରିଡିଂ, ଟେକ୍ସଟ୍ ସମରାଇଜେସନ୍ ଭଳି ଫିଚର୍ସ ପାଇବେ । ଏହା ସହିତ ଆପଲ୍ ଏହାର ଭଏସ୍ ଆସିଷ୍ଟାଣ୍ଟ Siri ରେ ChatGPT କୁ ମଧ୍ୟ ଇଣ୍ଟ୍ରଗ୍ରେଡ୍ କରିଛି ।

ଏହି ଡିଭାଇସରେ ମିଳିବ Apple Intelligence :

• iPhone 15 Pro
• iPhone 15 Pro Max
• iPhone 16
• iPhone 16 Plus
• iPhone 16 Pro
• iPhone 16 Pro Max
• iPad (M4 Chip)
• Mac (M4 Chip)

ଏହି ଡିଭାଇସରେ iOS 18.4, iPad 18.4 ଏବଂ macOS 15.4 ଅପଡେଟ୍ ଡଉନଲୋଡ୍ ଏବଂ ଇନଷ୍ଟଲ୍ କରିବା ପରେ, ୟୁଜର୍ସମାନେ Apple Intelligence ଫିଚର ପାଇବା ଆରମ୍ଭ କରିବେ । ୟୁଜର୍ସମାନେ iPhone 15, iPhone 15 Plus, iPhone 14 Series ସମେତ୍ ପୁରୁଣା iPhone, iPad ଏବଂ Mac ଡିଭାଇସଗୁଡିକରେ Apple Intelligence ଫିଚର ବ୍ୟବହାର କରିପାରିବେ ନାହିଁ ।

ଏହିପରି କରନ୍ତୁ ଅପଡେଟ୍ :

• iPhone, iPad ଏବଂ Mac ୟୁଜର୍ସମାନେ ଫ୍ରି ଅପଗ୍ରେଡ୍ ଭାବରେ ଲାଟେଷ୍ଟ ସଫ୍ଟୱେର୍ ଡାଉନଲୋଡ୍ କରିପାରିବେ । ଏଥିପାଇଁ ସର୍ବପ୍ରଥମେ ୟୁଜର୍ସଙ୍କୁ ତାଙ୍କ ଆପଲ୍ ଡିଭାଇସର ଡାଟା ବ୍ୟାକଅପ୍ ନେବାକୁ ପଡିବ ।
• ଡାଟା ବ୍ୟାକଅପ୍ ସମ୍ପୂର୍ଣ୍ଣ ହେବା ପରେ, ୟୁଜର ସେଟିଙ୍ଗସକୁ ଯାଆନ୍ତୁ, ଏହାପରେ ଜେନେରାଲ୍ ସେକ୍ସନକୁ ଯାଆନ୍ତୁ ଏବଂ ପରେ ସଫ୍ଟୱେର ଅପଡେଟକୁ ଯାଆନ୍ତୁ ।
• ୟୁଜର୍ସମାନେ ଏଠାରେ ନୂଆ ଅପଡେଯ୍ ଦେଖିପାରିବେ । ଯେତେବେଳେ ଏକ ଅପଡେଯ୍ ଉପଲବ୍ଧ ହେବ, ୟୁଜର୍ସମାନେ ସୋମନଙ୍କର ଆପଳ୍ ଡିଭାଇସଗୁଡିକୁ ଲାଟେଷ୍ଟ ସଫ୍ଟୱେର ସହିତ ଅପହେଯ୍ କରିପାରିବେ ।
• ଆପଲ୍ ଏହି ଅପଡେଟକୁ ଫେଜୱାଇଜ୍ ରୋଲ ଆଉଟ୍ କରିଛି । ଏଥିରେ ଏପରି ହୋଇପାରେ ଯେ କିଛି ୟୁଜର୍ସଙ୍କ ପାଇଁ ଏହି ଅପଡେଟ୍ ଉପଲବ୍ଧ ହୋଇନପାରେ । ଯାହା କାରଣରୁ ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ ।