ଆପଲ ପକ୍ଷରୁ ଆସିଲା ଆଇଓଏସ 17, ନଜର ପକାଇବା ଏହାର ଫିଚର ଉପରେ

ଆପଲ ପକ୍ଷରୁ ଅଣାଯାଇଛି ଆଅଓଏସ 17 । ଏଥିରେ ଅନେକ ନୂଆ ଫିଚର ନେଇ ଆସିଛି ଆପଲ । ଆପଲ ପକ୍ଷରୁ ଏକ ନୂଆ ଜର୍ନାଲ ଆପ୍ଲିକେସନ ଅଣାଯାଇଛି । ସେହପରି ଏୟାର ଟାଗକୁ ୫ ଜଣଙ୍କ ସହ ସେୟାର କରାଯାଇ ପାରିବ । ନେମ୍‌ ଡ୍ରପ ଦ୍ୱାରା କକ୍ଟାକକୁ ସେୟାର କରାଯାଇ ପାରିବ । ଏହାସହ ଦୁଇଟି ଆଇଫୋନ ଓ ଆପଲ ଓ୍ୱାଚକୁ ପେୟାର କରାଯାଇ ପାରିବ ।

କେନ୍ୟୁଜ୍(ବ୍ୟୁରୋ): ଆପଲ ପକ୍ଷରୁ ଅଣାଯାଇଛି ଆଅଓଏସ 17 । ଆଇଫୋନ ୟୁଜରଙ୍କ ପାଇଁ ଏଥିରେ ଅନେକ ନୂଆ ଫିଚର ନେଇ ଆସିଛି ଆପଲ । ଆପଲର ସଫ୍ଟୱେର କ୍ଷେତ୍ରରେ ଏହା ସବୁଠି ବଡ଼ ଅପଡେଟ । କମ୍ପାନୀ ଏହାର ଆନୁଆଲ ଡଭଲପର ପ୍ରୋଗ୍ରାମରେ ଏହାକୁ ସାମନାକୁ ଆଣିଛି । ଏଥିରେ ଅନେକ ନୂଆ ଫିଚର ରହିଛି । ଯାହା ଆଇଫୋନ ବ୍ୟବହାର ଉପରେ ଅନେକ ପରିବର୍ତ୍ତନ ଆଣିବ । ପ୍ରାଇଭେସି ଓ ସିକ୍ୟୁରିଟି ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଏଠାରେ ଆମେ ୧୦ଟି ନୂଆ ଫିଚର ଉପରେ ନଜର ପକାଇବା ।

ଜର୍ନାଲ ଆପ୍ଲିକେସନ

ଆପଲ ପକ୍ଷରୁ ଏକ ନୂଆ ଜର୍ନାଲ ଆପ୍ଲିକେସନ ଅଣାଯାଇଛି । ଯେଉଁଥିରେ ଆପଣଙ୍କୁ ବ୍ୟକ୍ତିଗତ ଉପଦେଶ ଆଇଫୋନ ପକ୍ଷରୁ ମିଳି ପାରିବ । ଏହା ଆପଣଙ୍କ ଜର୍ନାଲ ପଢିବାର ଅଭିଜ୍ଞତାକୁ ଆହୁଟିକେ ସୁଗମ କରିବ । ଏହାସହ ଏଥିରେ ସିଡ୍ୟୁଲ ନୋଟିଫିକେସନ ମଧ୍ୟ ମିଳିବ ଯାହା ଆପଣଙ୍କ ଜର୍ନାଲ ପଢିବାର ଅଭ୍ୟାସକୁ ସୁବ୍ୟବସ୍ତିତ କରିବ ।

ପାସ-କି ର ସେୟାର

ଆଇଓଏସ 17ରେ ୟୁଜର ନିଜର ବିଶ୍ୱାସଯୋଗ୍ୟ କଣ୍ଟାକ୍ଟଙ୍କ ସହ ନିଜର ପାସଓ୍ୱାଡ୍ କୁ ସେୟାର କରିପାରିବେ । ଏହାକୁ ଗ୍ରୁପରେ ମଧ୍ୟ ସେୟାର କରାଯାଇ ପାରିବ । ସେହି ଗ୍ରୁପର କେହିବି ତାକୁ ଏଡିଟ ତଥା ପରିବର୍ତ୍ତନ କରିପାରିବ । ଏହାସହ ଏହାକୁ ଆଇ-କ୍ଲାଇଡ୍ ରେ ମଧ୍ୟ ରଖାଯାଇ ପାରିବ। ଆଇ-କ୍ଲାଉଡ୍‌ ରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ରହିବ ।

ଏୟାର ଟାଗ ଫିଚର

ଏୟାର ଟାଗକୁ ୫ ଜଣଙ୍କ ସହ ସେୟାର କରାଯାଇ ପାରିବ । ଯାହା ଫଳରେ ବନ୍ଧୁ ପରିଜନ ଆପଣଙ୍କୁ ବା କୌଣସି ଜିନିଷକୁ ଟ୍ରାକ କରିପାରିବେ । ୟୁଜର ଏକ ଗ୍ରୁପ ତିଆରି କରିବେ, ଏହି ଗ୍ରୁପର ପ୍ରତ୍ୟେକ ସଦସ୍ୟ ଏହାପରେ ଜିନିଷର ଲୋକେସନକୁ ଦେଖି ପାରିବେ । ଏହାସହ ସାଉଣ୍ଡ ମଧ୍ୟ ପ୍ଲେ କରିପାରିବେ ।

ଭିଡିଓରେ ଭିଜୁଆଲ ଲୁକଅପ୍

ଏହି ଫିଚର ବଳରେ ଭିଡିଓ ଫ୍ରେମକୁ ପଜ କରାଯାଇ ପାରିବ । ୟୁଜର ଏଥିରେ ଫୁଡ୍, ସିମ୍ପଲ ଓ ସାଇନକୁ ଚିହ୍ନଟ କରିପାରିବେ । ଫଟେ ଓ ଭିଡିଓରୁ ଇଣ୍ଡିଭିଜୁଆଲ ବିଷୟକୁ ବାହାର କରିପାରିବେ ।

ଷ୍ଟାଣ୍ଡ-ବାଏ ଫିଚର

ଏହି ଫିଚର ବଳରେ ଗୋଟିଏ ସ୍କ୍ରିନରେ ଫୋନର ସମସ୍ତ ରିସେଣ୍ଟ ଆକ୍ଟିଭିଟିକୁ ଦେଖିହେବ । ଏହା ଏଥିରେ ଳାଇଭ ଆକ୍ଟିଭିଟି, ଶିରି, ଇନକମିଂ କଲ ଫିଚରର ସପୋର୍ଟ ରହିବ । ଏହା ଅଧିକ ଫାଇଦା ୟୁଜରଙ୍କୁ ଦେବ ବୋଲି ଆଶା କରାଯାଉଛି ।

ଅଟୋ କରେକ୍ଟ ଫିଚର

ୟୁଜର ଯେକୌଣସି ବିଷୟ ଲେଖିଲା ବେଳେ ଟେକ୍ସଟ ରେକୋମେନଡେସନର ବ୍ୟବହାର କରିପାରିବେ । ଯାହା ତାଙ୍କର ଟାଇପିଂର ଅନୁଭୁତିକୁ ଆହୁରି ଭଲ କରିବ । ଏହାସହ ଏଥିରେ ଅଧିକ ଫାଷ୍ଟ ଟେକ୍ସଟକୁ ଲେଖା ଯାଇ ପରିବ । ସ୍ପେସବାରକୁ ଟାପ୍‌ କରି ସେଣ୍ଟେସ ମଧ୍ୟ କପି କରିକି ଲେଖାଯାଇ ପାରିବ । ଏହାସହ ଏହା ବ୍ୟାକରଣକୁ ମଧ୍ୟ ଜଗିବ । ଆମର ବ୍ୟାକରଣଗତ ତୃଟିକୁ ସୁଧାରିବ ।

ଏୟାର ଡ୍ରପ ଫିଚର

ଏହି ଫିଚର ଦ୍ୱାରା ସେୟାର କରିବା ଅତି ସହଜ ହୋଇଯିବ । ନେମ୍‌ ଡ୍ରପ ଦ୍ୱାରା କକ୍ଟାକକୁ ସେୟାର କରାଯାଇ ପାରିବ । ଏହାସହ ଦୁଇଟି ଆଇଫୋନ ଓ ଆପଲ ଓ୍ୱାଚକୁ ପେୟାର କରାଯାଇ ପାରିବ ।

ମେସେଜ ଆପ୍ଲିକେସନ

ମେସେଜ ଆପ୍ଲିକେସନରେ ମଧ୍ୟ ଅନେକ ନୂଆ ଫିଚର ଅଣାଯାଇଛି । ଏହାସହ ଏହାକୁ ଖୋଜିବା ମଧ୍ୟ ସହଜ ହୋଇଯାଇଛି । ଏହାସହ ଏଥିରେ ଫିଲଟର ବ୍ୟବହାର କରାଯାଇ ପାରିବ ।

ଚେକ୍ ଇନ ଫିଚର

ଏହି ଫିଚର ପରିବାର ସଦସ୍ୟଙ୍କୁ ନୋଟିଫିକେସନ ଦେବାପାଇଁ ବ୍ୟବହାର କରାଯାଇ ପାରିବ । ଏହାସହ ୟୁଜର ସୁରକ୍ଷିତ ଭାବେ ନିଜ ଡେସଟିନେସନରେ ପହଁଚି ପାରିବେ । ଯଦି ୟୁଜର ଡେସଟିନେସନ ଆଡ଼କୁ ଆଗକୁ ନୱଢିବେ ଏହି ଫିଚର ପରିବାର ସଦସ୍ୟଙ୍କୁ ଲୋକେସନ, ବ୍ୟାଟେରି ଲେବେଲ ଓ କଲ ସର୍ଭିସ ଷ୍ଟାଟସ ସେୟାର କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.