iPhone 12 mini କିଣିବାକୁ ଚାହୁଁଛନ୍ତି କି ? ତେବେ ହାତଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ

ଯଦି ଆପଣ iPhone 12 mini କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ମୋବାଇଲ୍‌ ଉପରେ ୮ ହଜାର ଟଙ୍କାର ଡିସ୍‌କାଉଣ୍ଟ ମିଳୁଛି। ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଏହି ଅଫର ଦେଉଛି। କେବଳ ସେତିକି ନୁହେଁ ଯଦି ଆପଣଙ୍କ ନିଜର ପୁରୁଣା ଆଇଫୋନ୍‌ ଏକ୍ସଚେଞ୍ଜ କରିବେ, ତେବେ ଆଉ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ କମ୍‌ରେ iPhone 12 mini କିଣି ପାରିବେ।

କାରଣ ଫ୍ଲିପ୍‌କାର୍ଟରେ ବର୍ତ୍ତମାନ ଆପଲ ଡେଜ୍ ସେଲ୍‌ର ଅଫର ଚାଲିଛି। ଫଳରେ iPhone 12 mini ମୂଲ୍ୟରେ ୨ ହଜାର ଟଙ୍କା କମାଇ ଦିଆଯାଇଛି। ତା ସହିତ ଏଚ୍‌ଡିଏଫ୍‌ସି କାର୍ଡ ଉପରେ ଏକ୍ସଟ୍ରା ୬ ହଜାର ଟଙ୍କା ଡିସ୍‌କାଉଣ୍ଟ ମିଳୁଛି। ଏହାକୁ ମିଶାଇଲେ ମୋଟ ୮ ହଜାର ଡିସ୍‌କାଉଣ୍ଟ ହେଉଥିବା ବେଳେ ଏବେ iPhone 12 mini ମୂଲ୍ୟ ୬୧,୯୦୦ ହୋଇଛି।

iPhone 12 mini କିଣିଲେ କେତେ ଭଲ ଓ କେତେ ଖରାପ ?

ଯଦି ଆପଣ ପ୍ରଥମ ଥର ପାଇଁ ଆଇଫୋନ୍‌ର ମଜା ନେବାକୁ ଚାହୁଁଛନ୍ତି ତେବେ iPhone 12 mini ଆପଣଙ୍କ ପାଇଁ ଭଲ ବିକଳ୍ପ ରହିବ। ଏଥିରେ ୫.୪ ଇଞ୍ଚ୍‌ରେ ଡିସ୍‌ପ୍ଲେ ସହିତ 5G ସୁବିଧା ରହିଛି। ତା ସାଙ୍ଗକୁ ଜବରଦସ୍ତ କ୍ୟାମେରା ଫେସିଲିଟି ମଧ୍ୟ ରହିଛି। ତେବେ ଯଦି ଆପଣ ଅଧିକ ଭିଡିଓ ଗେମ୍‌ର ଖେଳିବାକୁ ପସନ୍ଦ କରନ୍ତି ଓ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି ତେବେ iPhone 12 mini ବ୍ୟତୀତ iPhone 11 ସବୁଠାରୁ ଭଲ ହେବ। ଏଥିରେ ବଡ଼ ବ୍ୟାଟେରୀ ସହିତ ବଡ଼ ଡିସ୍‌ପ୍ଲେ ଫେସିଲିଟି ମଧ୍ୟ ରହିଛି। କିନ୍ତୁ iPhone 12 mini ମାତ୍ର 2227mAh ବ୍ୟାଟେରୀ ଦିଆଯାଇଛି। ଯାହା iPhone 11 କମ୍ ଚାର୍ଜ ରଖିବ। ଏହା ବାଦ୍ iPhone 12 mini ଫ୍ରଣ୍ଟ ଓ ରିୟରରେ ୧୨+୧୨ ମେଗାପିକ୍ସେଲ୍‌ କ୍ୟାମେରା ସହିତ A14 ବାୟନିକ ଚିପ୍‌ସେଟ୍‌ IP68 ୱାଟର ରେଜିଷ୍ଟାଣ୍ଟ ରେଟିଂ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.