Apple iPhone 13 ସିରିଜରେ ରହିଛି ଜବରଦସ୍ତ ଅଫର, ଶୀଘ୍ର କିଣନ୍ତୁ

Apple iPhone 13 ସିରିଜ ଲଞ୍ଚ ହେବା ପରେ ସମସ୍ତଙ୍କ ନଜର ଏବେ ଏହାର ଦାମ ଉପରେ। ଭାରତରେ ଏହା ଲଞ୍ଚ ହୋଇସାରିଛି। ତେବେ ଗ୍ରାହକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଏଥିରେ ଦିଆଯାଇଛି ଜବରଦସ୍ତ ଡିସକାଉଣ୍ଟ। ସୂଚନା ଅନୁଯାୟୀ ଭାରତରେ କମ୍ପାନୀ iPhone 13 କୁ ୭୯,୯୦୦ ଟଙ୍କାରେ ବଜାର ପ୍ରବେଶ କରାଇଥିଲା।

କିନ୍ତୁ ଏବେ ୟୁଜରଙ୍କ ପସନ୍ଦକୁ ଧ୍ୟାନ ଦେଇ ଫୋନରେ ଦମଦାର ଅଫର ରଖାଯାଇଛି। ଏହାର ଫାଇଦା ଉଠାଇ ଗ୍ରାହକ ମାନେ ୨୪ହଜାର ଟଙ୍କା ପର୍ଯ୍ୟନ୍ତ ମହାବଚତ କରିପାରିବେ। ଲାଟେଷ୍ଟ Apple iPhone 128 gb ଷ୍ଟୋରେଜର ଦାମ ୭୯,୯୦୦ ଟଙ୍କା ରହିଥିବା ବେଳେ କମ୍ପାନୀ ଏହା ଉପରେ ଭଲ ଅଫର୍ସ ରଖିଛି। ଯାହାର ଲାଭ ଉଠାଇ ଆପଣ ଏହି ଫୋନକୁ ମାତ୍ର ୫୫,୯୦୦ ଟଙ୍କାରେ କିଣି ପାରିବେ। ଏମାନଙ୍କ ମଧ୍ୟରୁ ଗୋଟିଏ ଅଫର ଏଚଡିଏଫସି ବ୍ୟାଙ୍କ କାର୍ଡ ଉପରେ ଦେଉଛି।

apple
pc: mint

ଫିଚର୍ସ କଥା ଧ୍ୟାନ କୁ ଆଣିଲେ ଜଣାପଡେ ଯେ, Apple Iphone ରେ 6.1 ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ରହିଛି। କ୍ୟାମେରା ସେଟଅପ କଥା କହିଲେ 12mp ର ଫ୍ରଣ୍ଟ କ୍ୟାମେରା ସହ 12 ମେଗାପିକ୍ସଲର ଦୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ସ୍ପିଡ ଓ ମଲ୍ଟିଟାକ୍ସିଂ ପାଇଁ A15 ବାୟୋନିକ ଚିପସେଟ ରଖାଯାଇଛି।

ସୂଚନା ଅନୁଯାୟୀ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଏବଂ ନୋ କାଷ୍ଟ ଇଏମଆଇ ଉପରେ ୬ହଜାର ଟଙ୍କାର କ୍ୟାସବ୍ୟାକ ଦେଉଛି। ଅନ୍ୟପକ୍ଷରେ ପୁରୁଣା ଫୋନ ଉପରେ ୩ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ୍‌ ଦେଉଛି। ତେବେ ଏହି ଅଫର କେବଳ india istore ଉପରେ ଚାଲୁଛି। ଇଣ୍ଡିଆ ଆଇଷ୍ଟୋର େଓ୍ଵବସାଇଟରେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। iPhone XR 64gb ଷ୍ଟୋରେଜ ଭାରିଏଣ୍ଟରେ ୧୫ହଜାର ଟଙ୍କା ଏକ୍ସଚେଞ୍ଜ ଭ୍ୟାଲୁ ମିଳିବ। ଏହିସବୁ ଅଫର୍ସକୁ କମ୍ବାଇନ ବା ଏକାଠି କରି ମାନେ କ୍ୟାସବ୍ୟାକ,ଏକ୍ସଚେଞ୍ଜ ଡିଲ ଏବଂ ବୋନସ୍‌ ପରେ iPhone 13ର କେବଳ ୫୫,୯୦୦ ଟଙ୍କାରେ ଆପଣ ଏହି ମଡେଲକୁ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.