Apple iPhone 13 ସିରିଜର ପ୍ରଥମ ସେଲ୍ ଆଜି, ମିଳୁଛି ୪୬,୧୨୦ ଟଙ୍କାର ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର

ଆପଲ୍ ଆଇଫୋନ ୧୩ ସିରିଜର ବିକ୍ରି ଆସନ୍ତାକାଲିରୁ ଆରମ୍ଭ ହେବ। କିନ୍ତୁ ଯେଉଁ ଗ୍ରାହକ ମାନେ ଏହାକୁ ପ୍ରିବୁକ କରିଥିଲେ ସେମାନଙ୍କ ପାଇଁ କମ୍ପାନୀ ୨୪ ସେପ୍ଟେମ୍ୱରରୁ ଡେଲିଭରି ଆରମ୍ଭ କରୁଛି। ଯଦି ଆପଣ ବି ଆଇଫୋନ ୧୩ କିଣିବେ ବୋଲି ଭାବୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି। କମ୍ପାନୀ ଏହି ସିରିଜର ସ୍ମାର୍ଟ ଫୋନରେ ୪୬,୧୨୦ ଟଙ୍କାର ଏକ୍ସଚେଞ୍ଜ ଅଫର ସହିତ ଦେଉଛି ଆକର୍ଷଣୀୟ ଅଫର। ଏହି ଫୋନର ସେଲ ଅଧିକାରକ ୱେବସାଇଟ, ଇ-କମସର୍ ୱେବସାଇଟ ଏବଂ ରିଟେଲ ଷ୍ଟୋରରେ ଉପଲବ୍ଧ ହେଉଛି।

ଆଇଫୋନ ୧୩ ସିରିଜ୍‌ରେ କମ୍ପାନୀ ୪ଟି ମଡେଲ୍‌ର ସ୍ମାର୍ଟଫୋନ ଯଥା- ଆଇଫୋନ ୧୩, ଆଇଫୋନ ୧୩ ମିନି, ଆଇଫୋନ ୧୩ ପ୍ରୋ, ଆଇଫୋନ ୧୩ ପ୍ରୋ ମାକ୍ସ ଲଞ୍ଚ କରିଛି। ଆଇଫୋନ ୧୩ର ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଦାମ ୭୯,୯୦୦ ଟଙ୍କା ରହିଥିବା ବେଳେ ୨୫୬ ଭାରିଅଣ୍ଟର ଦାମ ୮୯,୯୦୦ ଟଙ୍କା ଏବଂ ୫୧୨ ଜିବି ଭାରିଅଣ୍ଟର ଦାମ୍ ୧,୦୯,୯୦୦ ଟଙ୍କା ରହିଛି।

ଫିଚର୍ ଏବଂ ସ୍ପେସିଫିକେଶନ୍-

ଫିଚର୍ ଓ ସ୍ପେସିଫିକେଶନ କଥା କହିଲେ ଆଇଫୋନ ୧୩ ସିରିଜର ସ୍ମାର୍ଟଫୋନରେ ବଡ଼ ବ୍ୟାଟେରୀ ରହିଛି । ଡିଭାଇସ୍‌ରେ ମିଳୁଥିବା ବ୍ୟାଟେରି ଆଇଫୋନ ୧୨ ସିରିଜ୍ ଅପେକ୍ଷା ୨.୫ ଶତକଡ଼ା ଅଧିକ ଲାଇଫ ପ୍ରଦାନ କରେ। ଆଇଫୋନ ୧୩ର ଷ୍ଟାଣ୍ଡାର୍ଡ ଭେରିଆଣ୍ଟ ଗୁଡ଼ିକରେ ମେନ କ୍ୟାମେରାରେ ଏକ ଏଡଭାନସ୍ ସେନ୍ସରସିପ୍ଟ ସିଷ୍ଟମର ବ୍ୟବସ୍ଥା ଅଛି। ଏହି ସମୟରେ ଏହାର ପ୍ରୋ ଭାରିଆଣ୍ଟ ସିରିଜରେ ୩x ଅପ୍ଟିକାଲ୍ ଜୁମ କ୍ୟାମେରା ଦିଆଯାଉଛି। ସିରିଜର ସମସ୍ତ ସ୍ମାର୍ଟ ଫୋନରେ ଛୋଟ ନଚ୍ ଡିସପ୍ଲେ ଲାଗିଛି । ପ୍ରୋ ଭାରିଏଣ୍ଟରେ ଆପଣଙ୍କୁ 120Hzର ରିଫ୍ରେସ ରେଟ୍ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.