ଟେକ୍

iPhone 14 ଉପରେ ମିଳୁଛି ବମ୍ପର ଅଫର, ୩୫୦୦୦ ଠାରୁ ବି କମ୍‌ ଦାମରେ କିଣିପାରିବେ ଆଇଫୋନ୍‌

ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ପ୍ଲାନିଙ୍ଗ କରୁଛନ୍ତି କି? ତାହେଲେ ଆଇଫୋନ୍‌ ୧୪ କିମ୍ବା ଆଇଫୋନ୍‌ ୧୪ ପ୍ଲସକୁ କିଣିପାରିବେ । ଆଇଫୋନ୍ ୧୪ ଏବଂ ଆଇଫୋନ୍‌ ୧୪ ପ୍ଲସ ଉଭୟରେ ରହିଛି ଆକର୍ଷଣୀୟ ଅଫର । କିନ୍ତୁ ଏହି ଅଫର ଫ୍ଲିପକାର୍ଟ କିମ୍ବା ଆମାଜନ ନୁହେଁ ବରଂ ଏହାର ଫାଇଦା ଆପଣ ଉଠାଇପାରିବେ ଆପଲ ଅଥରାଇଜଡ ଷ୍ଟୋର ୟୁନିକର୍ନରେ । ହଁ ଆଜ୍ଞା  ଆଉ ବଜେଟ ପାଇଁ ନାହିଁ ଟେନସନ୍, ବହୁତ କମ୍ ଦାମରେ କିଣନ୍ତୁ ଆଇଫୋନ୍ ୧୪ । ତାହେଲେ ଆଉ ଡେରି କାହିଁକି ଶୀଘ୍ର ଉଠାନ୍ତୁ ଅଫରର ଫାଇଦା ।

ଯଦି ଆପଣ ଆଇଫୋନ୍ ଧରିକାବୁ ଇଚ୍ଛା କରୁଛନ୍ତି ଆଉ କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହି ମଉକା ଖାସ କରି ଆପଣଙ୍କ ପାଇଁ । ଆପଲ ଏହି ସ୍ମାର୍ଟଫୋନକୁ ୭୯,୯୯୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ୍‌ କରିଥିଲା । ଆପଣ ଏହି ହ୍ୟାଣ୍ଡସେଟକୁ ପ୍ରାୟ ୩୪ ହଜାର ଟଙ୍କା ପର୍ଯ୍ୟନ୍ତର ଅଫର ପ୍ରାଇସରେ କିଣିପାରିବେ । ୟୁନିକର୍ନ ଷ୍ଟୋରରେ ଆପଣଙ୍କୁ ୧୦ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳୁଛି । ଯାହାପରେ ହ୍ୟାଣ୍ଡସେଟର ଦାମ୍‌ ୬୯,୯୯୦ ଟଙ୍କା ହୋଇଯିବ । ଏଥିରେ ଆପଣ ବହୁତ କମ୍ ଦାମରେ ଆଇଫୋନ୍ ୧୪କୁ କିଣିପାରିବେ, ଯାହା ଲାଟେଷ୍ଟ ଆଇଫୋନ୍ ।

ଆପଣଙ୍କୁ ୪୦୦୦ ଟଙ୍କାର ଡିସକାଉଣ୍ଟ ଏଚଡିଏଫସି ବ୍ୟାଙ୍କ କାର୍ଡ ଉପରେ ମିଳୁଛି । ଏହାବ୍ୟତୀତ ୬ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବା ପରେ ମିଳିବ । ଏହାଛଡା ୟୁଜର୍ସ ୨୫ ହଜାର ଟଙ୍କା ପର୍ଯ୍ୟନ୍ତର ଏକ୍ସଚେଞ୍ଜ ଭ୍ୟାଲ୍ୟୁର ମଧ୍ୟ ଫାଇଦା ଉଠାଇପାରିବେ । ଅର୍ଥାତ୍‌ ଆପଣଙ୍କୁ ମୋଟ ୪୫ ହଜାର ପର୍ଯ୍ୟନ୍ତର ଡିସକାଉଣ୍ଟ ମିଳିବ ।

ଆଇଫୋନ ୧୪ ବିଷୟରେ କଥା ହେବା ତ ଏହା ହେଉଛି ଆପଲର ଲାଟେଷ୍ଟ ଆଇଫୋନ୍ ସିରିଜ ମଧ୍ୟରୁ ଗୋଟିଏ । ଗତ ବର୍ଷ ଆପଲ ଆଇଫୋନ୍ ୧୪, ଆଇଫୋନ ୧୪ ପ୍ଲସ, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ପ୍ରୋ ମ୍ୟାକ୍ସ ଲଞ୍ଚ୍ କରିଥିଲା । ଯଦିଓ ରିଭ୍ୟୁରୁ ଜଣାପଡୁଛି ଆଇଫୋନ୍ ୧୩ ମୁକାବିଲାରେ ଆଇଫୋନ୍ ୧୪ରେ କୌଣସି ଖାସ୍ ଚେଞ୍ଜେସ୍ ହୋଇନାହିଁ । ତଥାପି ଯଦି ଆପଣ ଆଇଫୋନ୍ ୧୪କୁ କିଣିବାକୁ ମନ ବଳାଇଛନ୍ତି ତାହେଲେ ଏହି ମଉକାକୁ ଆଦୌ ବି ହାତଛଡା କରନ୍ତୁ ନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago