ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା Apple ର ସ୍ଲିମ୍ iPhone 17 Air (iPhone 17 Slim) ବ୍ୟାନ୍ ହୋଇପାରେ । ଏହି ଫୋନର ଡିଜାଇନ୍ Apple ପାଇଁ ବଡ କାରଣ ହୋଇପାରେ । Apple ର ଏହି ସ୍ଲିମ୍ iPhone ଚୀନରେ ବ୍ୟାନ କରାଯାଇପାରେ । ରିପୋର୍ଟ ଅନୁଯାୟୀ ଆପଲ ଆସନ୍ତା ବର୍ଷ ରେଗୁଲାର iPhone 17, iPhone 17 Pro ଏବଂ iPhone 17 Pro Max ସହିତ iPhone 17 Air ଲଞ୍ଚ କରିବ । କମ୍ପାନୀ ଏହାର Plus ମଡେଲକୁ Air କିମ୍ବା Slim ସହିତ ରିପ୍ଲେସ କରିପାରିବ ।
ଆପଲର ଏହି ସ୍ଲିମ୍ ଆଇଫୋନର ଡିଜାଇନ୍ କମ୍ପାନୀ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଅପକମିଙ୍ଗ ଆଇଫୋନର ଚଉଡା ଏତେ ସ୍ଲିମ୍ ହେବ ଯେ ସେଥିରେ ଫିଜିକାଲ ସିମ୍ କାର୍ଡ ଲଗାଯିବା ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ । କମ୍ପାନୀ iPhone 17 Air ରେ ଦୁଇଟି eSIM କାର୍ଡର ଅପ୍ସନ ପ୍ରଦାନ କରିପାରିବ । ଫୋନକୁ ସ୍ଲିମ କରିବା ପାଈଇଁ ଏହାର ହାଡଓ୍ୱାର ମଧ୍ୟ ଚେଞ୍ଜ ହେବ । ଚୀନର ଟେଲିକମ୍ ନିୟମ ଅନୁଯାୟୀ ଯେକୗଣସି ଫୋନର ଫିଜିକାଲ ସିମ୍ କାର୍ଡ ରହିବା ଆବଶ୍ୟକ । ଏଭଳି ସ୍ଥିତିରେ ଚାଇନାରେ ଏହି ଆଇଫୋନ ବ୍ୟାନ୍ କରାଯାଇପାରେ ।
ଗ୍ଲୋବାଲ ଆଇଫୋନ ସେଲରେ କେବଳ ଚାଇନା ୧୯% ଯୋଗଦାନ ଦେଇଥାଏ । ଏଭଳି ସ୍ଥିତିରେ ଆଇଫୋନ ୟୁଜର୍ସମାନେ ୧୯% କମ୍ ହୋଇପାରନ୍ତି, ଯେଉଁ କାରଣରୁ ଆପଲ୍ ରିଭିୟୁର କ୍ଷତି ହୋଇପାରେ । iPhone 17 Air ର ଚଉଡା ୫ରୁ ୬ ମିଲିମଟର ମଧ୍ୟରେ ହେବାର ସମ୍ଭାବନା ରହିଛି । ଯେଉଁ କାରଣରୁ ଏଥିରେ ଥିବା ଫିଜିକାଲ ସିମ୍ କାର୍ଡ ସ୍ଳଟ୍ ପାଇଁ ତିଆରି କରିବା କଷ୍ଟକର ହେବ ।
ରିପୋର୍ଟ ଅନୁଯାୟୀ, ଜାଇନା ବଜାରରେ iPhone 17 Air ଲଞ୍ଚ କରିବାକୁ କମ୍ପାନୀ ଏହାକୁ ରିଡିଜାଇନ୍ କରିବାକୁ କିମ୍ବା ୟୁନିକ ହାଇବ୍ରିଡ୍ ମଡେଲ ତିଆରି କରିବାକୁ ପଡିବ । ଏହା ବ୍ୟତୀତ ଆପଲ ଏହାର ଅପକମିଙ୍ଗ iPhone 17 ସିରିଜ୍ ପାଇଁ ଏକ ଇନ-ହାଉସ୍ 5G ମଡେଲ୍ ଡେଭଲପ୍ କରୁଛି, ଯାହା Qualcomm ଚିପର ପରଫରମାନ୍ସ ତୁଳନାରେ କମଯୋର ପ୍ରମାଣିତ ହୋଇଛି । ଆସନ୍ତା ବର୍ଷ ସେପ୍ଟମ୍ବରରେ iPhone 17 ସିରିଜ୍ ଲଞ୍ଚ ହୋଇପାରିବ । ଏବେ ଏହା ଦେଖିବାକୁ ବାକି ରହିଲା ଯେ ଏହା ଚାଇନାରୁ ରେଗୁଲାର ସାର୍ଟିଫିକେଟ୍ ମିଳିଛି କି ନାହିଁ । ତେବେ ଏହାକୁ ଭାରତରେୀ ଲଞ୍ଚ କରିବାରେ କୌଣସି ଅସୁବିଧା ନାହିଁ । ଭାରତରେ ତିନୋଟି ଲିଡିଙ୍ଗ ଟେଲିକମ୍ କମ୍ପାନୀ eSIM କାର୍ଡ ଉପଲବ୍ଧ କରେ, ଯେଉଁଥିପାଇଁ ୟୁଜର୍ସମାନଙ୍କୁ ଫୋନ କିଣିବାରେ କୌଣସି ଅସୁବିଧା ହେବ ନାହିଁ ।