Apple iPhoneର ଜବରଦସ୍ତ ସେଲ, ଗୋଟିଏ ସେକେଣ୍ଡରେ ହେଲା ୧୧୫ କୋଟିର ଲାଭ

Apple iPhone ନିଜ ସ୍ମାର୍ଟଫୋନ ସେଲ କରିବା ଦିଗରେ ନେଇଛି ଏକ ବଡ଼ ପଦକ୍ଷେପ । Apple iPhone ସେଲରେ ଜବରଦସ୍ତ ରେକର୍ଡ଼ ବନେଇଛି । JD.com ଡାଟା ଅନୁଯାୟୀ ଚୀନରେ 618 ସେଲର ଶେଷ ଦିନରେ ଏକ ସେକେଣ୍ଡରେ ୧୦୦ ମିଲିୟନ ୟୁଆନ ବା ୧୧୫ କୋଟି ଟଙ୍କାର iPhones ସେଲ କରିଛି । ସେଲରେ ଅନ୍ୟ କମ୍ପାନୀ ମାନଙ୍କ କାମ ମଧ୍ୟ ଖୁବ ସାନନ୍ଦାର ରହିଛି ।

ଚୀନରେ କିଛିଦିନ ପୂର୍ବରୁ ଆପଲ ଡିଭାଇସକୁ ନେଇ ଡିମାଣ୍ଡ ବଢ଼ିଚାଲିଛି । ଏହାର ବଡ଼ କାରଣ ହୁୱାଇରେ ମାର୍କେଟ ସେୟାର ଘଟିବା କାରଣରୁ ହୋଇଛି ବୋଲି ବିଶ୍ୱାସ କରାଯାଉଛି । ଆମେରିକା ବ୍ୟାନ କରିବା ପରେ ଏହି ମାର୍କେଟରେ ଅନେକ କ୍ଷତି ହୋଇଛି । ଏହାକୁ ଝଟକା ସେବେ ଲାଗିଥିଲା ଯେବେ ଗୁଗଲ ସପୋର୍ଟ କରିବା ବନ୍ଦ କରିଦେଇଥିଲା । ଏହି କାରଣରୁ ହୁୱାଇ ନିଜର ଅପରେଟିଙ୍ଗ ସିଷ୍ଟମ HarmonyOS ଡେଭଲପ କରିଥିଲା ।

ଏହାପରେ ଚୀନରେ ହୋଇଥିବା ସେଲରେ ହାୟର, ମିଡିଆ ଏବଂ ଗ୍ରୀ ଏକ ମିନିଟରେ ୧୦୦ ମିଲିୟନ ସେଲ ହୋଇଛି । ଏହା ବ୍ୟତିତ ଜିଓମି ଏବଂ iQOOର ୧୫ ମିନିଟରେ ଇୟର ଅନ ଇୟର ସେଲ ୬ ଗୁଣ ବଢ଼ିଯାଇଥିଲା । ରିପୋର୍ଟସ ଅନୁଯାୟୀ, ଏହି ସେଲରେ କମ୍ପାନୀ ସିଙ୍ଗଲ ଷ୍ଟୋରରେ ଗତ ବର୍ଷ ଅପେକ୍ଷା ୪.୩ ଗୁଣ ବଢ଼ିଛି ।

Leave A Reply

Your email address will not be published.