ଲଞ୍ଚ ହେଲା ସବୁଠାରୁ ଶସ୍ତା Apple iPhone SE 2, ଜାଣନ୍ତୁ କଣ ରହିଛି ଫିଚର୍ସ

ଆପେଲ ଶେଷଥର ନିଜର ଆଇଫୋନ iPhone SE 2 ଲଞ୍ଚ କରିଥିଲା, ଯାହା ଆଇଫୋନ ଏସିଇ ର ଅପଗ୍ରେଡେଡ ଭର୍ସନ। ନୂଆ ଆଇଫୋନରେ 4.7 ଇଞ୍ଚର ରେଟିନା ଡିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ରିୟର ପୈନଲରେ ସିଙ୍ଗଲ କ୍ୟାମେରା ସେଟଅପ ରହିଛି। ଆପେଲ ଏହି ଶସ୍ତା ଆଇଫୋନରେ ଲ୍ୟାଟେଷ୍ଟ ଏବଂ ଦମଦାର ପ୍ରୋସେସର A13 ବାୟୋନିକ ଦିଆଯାଇଛି। ଆଇଫୋନ ଏସଇକୁ ନେଇ ଆପେଲ କହିଛି ସିଙ୍ଗିଲ କ୍ୟାମେରା ଥିବା ଏହା ସବୁଠାରୁ ଦମଦାର ଆଇଫୋନ।

ଆପେଲ ଏହି ନୂଆ iPhone SE 2 ରେ 4.7 ଇଞ୍ଚର ରେଟିନା ଏଚଡ଼ି ଡିସପ୍ଲେ ରହିଛି। ଯାହା ସହ ଏଚଡ଼ିଆର 10 ପ୍ଲେବ୍ୟାକ ସପୋର୍ଟ ରହିଛି। ଏହାବ୍ୟତୀତ ଏଥିରେ ଟଚ ଆଇଡି ଦିଆଯାଇଛି। iPhone SE 2ରେ A13 ବାୟୋନିକ ପ୍ରୋସେସର ରହିଛି। ଏଥିରେ ସିଙ୍ଗଲ ରିୟର କ୍ୟାମେରା ସେଟଅପ ରହିଛି, ଯାହା 12 ମେଗାପିସ୍କେଲ ଏବଂ ଏହାର ଅପର୍ଚ୍ଚର F/1.8। କ୍ୟାମେରାରେ ଆପଣ 4k ଭିଡ଼ିଓଗ୍ରାଫି ମଧ୍ୟ କରିପାରିବେ। ସେଲ୍ଫି ପାଇଁ ଏଥିରେ 7 ମେଗାପିସ୍କେଲର ଫ୍ରଣ୍ଟ କ୍ୟାମେରା ରହିଛି।

Apple-iPhone-SE-2

କ୍ୟାମେରା ସହ ଏଚଡ଼ିଆର ଏବଂ ପ୍ରୋଟେକ୍ଟ ଭଳି ଫିଚର୍ସ ରହିଛି। ଏହି ଫୋନ ୱାଟର ଏବଂ ଡଷ୍ଟପ୍ରୁଫ। ଏଥିପାଇଁ ନୂଆ ଆଇଫୋନକୁ ଆଇପି 67 ରେଟିଙ୍ଗ ମିଳିଛି। ଏହି ଫୋନ ରେଡ଼ ଏବଂ ବ୍ଲାକ କଲରର ରହିଛି।

ଫୋନରେ ଡୁଆଲ ସିମର ସପୋର୍ଟ ରହିଛି, ଯେଉଁଥିରେ ଗୋଟିଏ ଇ-ସିମ ରହିଛି। ଏହି ଫୋନରେ 64 ଜିବି, 128 ଜିବି ଏବଂ 256 ଜିବି ଷ୍ଟୋରେଜ ରହିଛି। ଏହି ଫୋନର ମୂଲ୍ୟ ୪୨,୫୦୦ ଟଙ୍କା ରହିଛି କିନ୍ତୁ ଏହି ଫୋନ ବିକ୍ରି ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.