ଆପଲ୍‌ର ଦମଦାର ଅଫର, ଫ୍ରିରେ ମିଳିବ ୧୫ ହଜାର ଟଙ୍କାର AirPods 

ଆପଲ୍ କମ୍ପାନୀ ନିଜ ଏଜୁକେସନାଲ ପ୍ରୋଗ୍ରାମ ପାଇଁ ଭାରତୀୟ ଷ୍ଟୁଡିଓରେ ଏକ ଦମଦାର ଅଫର ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି । ଯେଉଁଠି ଫ୍ରିରେ ଆପଣଙ୍କୁ ମିଳିବ ଏୟାରପଡ୍ସ ।

ନିଜର ଏଜୁକେସନାଲ ପ୍ରୋଗ୍ରାମ ପାଇଁ ଭାରତୀୟ ବଜାରରେ ଖାସ ଅଫର ଆଣିଛି ଆପଲ୍ କମ୍ପାନୀ । ଅଫର ଅନୁଯାୟୀ ଆପଲର ଏଜୁକେସନାଲ ପ୍ରୋଗ୍ରାମ ପାଇଁ ଷ୍ଟୁଡେଣ୍ଟସ୍ ମାନଙ୍କୁ ଫ୍ରିରେ AirPods  ଦିଆଯିବ । ବଜାରରେ ଏମାନଙ୍କ ଦାମ ୧୫ ହଜାର ଟଙ୍କା ରହିଛି । ଯେଉଁ ଡିଭାଇସରେ ଏହି ଅଫର ଦିଆଯାଇଛି ତାହା ହେଉଛି MacBook Pro, Macbook Air, Mac Pro, Mac mini, iMac, iPad Pro  ।

ଏହାର ଲାଭ କଲେଜ କିମ୍ବା ୟୁନିଭର୍ସିଟିରେ ପଢୁଥିବା ପିଲା ଉଠାଇ ପାରିବେ । ଫ୍ରିରେ AirPods ସାହାଯ୍ୟରେ ପଢ଼ି ପାରିବେ । ଏହାପାଇଁ ପ୍ରଥମେ  UNiDAYS ପ୍ଲାଟଫର୍ମରେ ଯାଇ ବୁକ କରିବାକୁ ହେବ । ଏହାସହ ନିଜ ସ୍କୁଲ ତଥା ୟୁନିଭର୍ସିଟିର ଆଇଡି ଭେରିଫାଏ କରିବାକୁ ପଡ଼ିବ । ତେବେ ୱାୟାରଲେସ ଚାର୍ଜିଂର ଦାମ ୧୮,୯୦୦ ଟଙ୍କା ରହିଥିବା ବେଳେ AirPods Pro ର ଦାମ ୨୪,୯୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.