Apple ଲଞ୍ଚ କରିଛି MacBook Pro, ଫିଚର୍ସ ରହିଛି ଜବରଦସ୍ତ

Apple ଭାରତରେ ନୂଆ ଜେନେରେସନ୍‌ର MacBook Pro ଲଞ୍ଚ କରିଛି । Mac Event ରେ କମ୍ପାନୀ ଏହାର ସବୁଠାରୁ ଷ୍ଟ୍ରଙ୍ଗ ଲାପଟପ୍‌ ମଡେଲ୍‌ M4 ସିରିଜର ନୂଆ ଦମଦାର ଚିପସେଟ୍‌- M4, M4 Pro ଏବଂ M4 Pro Max ସହିତ ଲଞ୍ଚ କରିଛି । ଏହି ନୂଆ ଲାପଟପ ସିରିଜ୍‌ ୧୪ ଇଞ୍ଚ ଏବଂ ୧୬ ଇଞ୍ଚରେ ଆସିଥାଏ । ଏହା ସହିତ କମ୍ପାନୀ ୧୬GB RAM ସହିତ M2 ଏବଂ M3 ଚିପ ସହିତ MacBook Air କୁ ଲଞ୍ଚ କରିଛି ।

MacBook Pro ସିରିଜର ପ୍ରାଇସ୍‌ :

୧୪ ଇଞ୍ଚ ଡିସପ୍ଲେ ଏବଂ M4 ଚିପ୍‌ ସହିତ Apple MacBook Pro ମଡେଲର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧,୬୯,୯୦୦ ଟଙ୍କା । କମ୍ପାନୀ ଏହାର MacBook Pro ସିରିଜର ବେସ୍‌ ମଡେଲ୍‌ରେ ୧୬GB RAM ଦେବା ଆରମ୍ଭ କରିଛି । ଏହାର ୧୬ ଇଞ୍ଚ ଡିସପ୍ଲେ ଏବଂ M4 Pro ଚିପ୍‌ ସହିତ ମଡେଲର ପ୍ରାରମ୍ଭିକ ମୂଲ୍ୟ ହେଉଛି ୨,୪୯,୯୦୦ ଟଙ୍କା । Apple ର ଏହି ପ୍ରିମିୟମ ଲାପଟପ୍‌ ସିରିଜ୍‌ ନଭେମ୍ବର ୮ରୁ ଭାରତରେ ସେଲ୍‌ ପାଇଁ ଉପଲବ୍ଧ ହେବ । ଏହି ଲାପଟପ୍ କିଣିଲେ କମ୍ପାନୀ ୧୦,୦୦୦ ଟଙ୍କା ଡିସକାଉଣ୍ଟ ଅଫର କରୁଛି ।

MacBook Pro 2024 ର ଫିଚର୍ସ :

M4 ଚିପ୍‌ ସହିତ MacBook Pro ୨୦୨୪ ଲାପଟପରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫିଚର ରହିବ । ଏହି ଲାପଟପ ସିରିଜରେ ଫାଷ୍ଟ ଚାର୍ଜିଂ ପାଇଁ କମ୍ପାନୀ Thunderbolt 5 ପ୍ରଦାନ କରିଛି । ଏଥିରେ ୧୨MP ର ସେଣ୍ଟର ଷ୍ଟେଜ୍‌ କ୍ୟାମେରା ଅଛି । ଏହି ଲାପଟପ୍‌ ୧୪ ଇଞ୍ଚ ଏବଂ ୧୬ ଇଞ୍ଚ ସ୍କ୍ରିନ୍‌ ସାଇଜରେ ଲଞ୍ଚ ହୋଇଛି । ଏଥିରେ କମ୍ପାନୀ M4 ସିରିଜର ଲାଟେଷ୍ଟ ଫ୍ଲାଗସିପ୍‌ ପ୍ରୋସେସର ଦେଇଛି । M4 ଲାପ୍‌ଟପ୍‌ରେ ୧୬GB RAM ଅଛି । ଏହି M4 Pro ଏବଂ M4 Pro Max ଲାପ୍‌ଟପଗୁଡିକରେ ୨୪ GB RAM ରହିଛି ।

Apple ର ଏହି ଲାପଟପ୍‌ ଲାଟେଷ୍ଟ macOS Sequoia ୧୫.୧ ସହିତ ଲଞ୍ଚ କରାଯାଇଛି । ଏଥିରେ ChatGPT LLM ବେସ୍ଡ Apple Intelligence ଫିଚର ମିଳିବ । କମ୍ପାନୀ ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସପୋର୍ଟ ପାଇଁ ନ୍ୟୁରାଲ୍‌ ଇଞ୍ଜିନ୍‌ ଫିଚର ଦେଇଛି । ଏଥିରେ Thunderbolt 5 ପୋର୍ଟ ୧୨୦Gbps ସ୍ପିଡରେ ଡାଟା ଟ୍ରାନ୍ସଫର ହୋଇପାରିବ । ଏହା ବ୍ୟତୀତ, Apple M2 ଏବଂ M3 ଚିପ୍‌ ସହିତ MacBook Air ମଡେଲରେ ୧୬GB RAM ଦେଇଛି । ଏହି ଲାପ୍‌ଟପର ପ୍ରାରମ୍ଭିକ ମୂଲ୍ୟ ହେଉଛି ୯୯,୯୦୦ ଟଙ୍କା ।

You might also like