iPhone SE4 ବିଷୟରେ ବଡ଼ ଖୁଲାସା, ଲଞ୍ଚ ହେବ ନୂଆ ନାମ ସହିତ ଏକ ସ୍ମାର୍ଟଫୋନ୍

Apple ର iPhone SE4 ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଅଛି । iPhone ପ୍ରେମିମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରିପୋର୍ଟ ଅନୁଯାୟୀ, Apple ର ଅପକମିଙ୍ଗ ସ୍ମାର୍ଟଫୋନ୍ ଦମଦାର ଫିଚର୍ସ ପାଇବାକୁ ଯାଉଛି ଏବଂ ଏହା ମାର୍କେଟରେ ସବୁଠାରୁ ଶସ୍ତା iPhone ହେବ । iPhone SE4 ସମ୍ବନ୍ଧରେ ଲିକ୍ ଅନେକ ଥର ସାମ୍ନାକୁ ଆସିଛି । ବର୍ତ୍ତମାନ iPhone SE4 ବିଷୟରେ ଏକ ନୂଆ ଲିକ୍ ଆସିଛି । ଏହି ଲିକରେ ଦାବି ହେଉଛି ଯେ ଏହି ସ୍ମାର୍ଟଫୋନ୍ ଏକ ନୂଆ ନାମ ସହିତ ଲଞ୍ଚ କରିପାରିବ ।

ଆପଣଙ୍କୁ କହିବୁ ଯେ Apple ୨୦୨୨ ମସିହାରେ SE ସିରିଜରେ କମ୍ପାନୀ ମାର୍କେଟରେ Phone SE3 ଲଞ୍ଚ କରିଥିଲା । ବର୍ତ୍ତମାନ ଏହି ଅପକମିଙ୍ଗ ସମ୍ବନ୍ଧରେ କମ୍ପାନୀ ଦ୍ବାରା କିଛି ସୂଚନା ଆସିନାହିଁ । କିନ୍ତୁ ଏହାର ଫିଚର୍ସ ଏବଂ ଡିଜାଇନ୍ ବିଷୟରେ ଲିକ୍ ଅନେକ ଥର ସାମ୍ନାକୁ ଆସିଛି ।

ଚୀନରେ ଏକ ଟିଷ୍ଟର ତାଙ୍କ ଭିଭୋ ବପାଷ୍ଟ ମାଧ୍ୟମରେ ପ୍ରକାଶ କରିଛି ଯେ Apple ଅପକମିଙ୍ଗ iPhone SE4 କୁ ମାକେଁଟରେ ନୂଆ ନାମରେ ଲଞ୍ଚ କରିପାରେ । ବଜାରରେ ଏହା iPhone 16e ଭାବରେ ପରିଚିତ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଯଦି Apple ଏହା କରେ ତେବେ ଏହା ଥିବା iPhone 16 ସିରିଜର ଏକ ପାର୍ଟ ହେବ ଏବଂ ଏହା ସହିତ ଏହି ସିରିଜି ବହୁତ ଶସ୍ତା ମଧ୍ୟ ହେବ ।

ଟିପଷ୍ଟରର ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ iPhone 16e ରେ ୟୁଜର୍ସମାନେ ବର୍ତ୍ତମାନର iPhone 16 ସହିତ ସମାନ ସ୍କ୍ରନ୍ ସାଇଜ୍ ପାଇପାରିବେ । ଅର୍ଥାତ୍ ଅପକମିଙ୍ଗ ଶସ୍ତ iPhone ମାର୍କେଟରେ ୬.୧ ଇଞ୍ଚ ଡିସପ୍ଲେ ସହିତ ଲଞ୍ଚ ହୋଇପାରେ । ଏହି ପଫାନ୍ ପୂର୍ବ SE ଭର୍ସନଠାରୁ ଭିନ୍ନ ହେବ । iPhone 16e ରେ ଫୁଲ ଏଜ୍-ଟୁ-ଏଜ୍ ସ୍କ୍ରିନ୍ ମିଳିବାକୁ ଯାଉଛି । iPhone SE4 ସମ୍ବନ୍ଧ ଲିକରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି iPhone 16 ସିରିଜ୍ ପରି Type C Port ପାଇବାକୁ ଯାଉଛି ।