ଏବେ ଗାଡ଼ିରେ ହେବନି ମୋସନ୍ ସିକନେସ୍, ଆପଲ ଆଣୁଛି ନୂଆ ଫିଚର
ଆପଲ୍ କହିଛି ଯେ ଭେଇକିଲ୍ ମୋସନ୍ କ୍ୟୁସ୍ ଫିଚରରେ ଗାଡ଼ିର ସ୍ପିଡ୍ ବଦଳିଲେ ସ୍କ୍ରିନରେ ଲାଗିଥିବା ଛୋଟ ବିନ୍ଦୁ ଗତି କରିବ । ଏହା ସହିତ ଆପଣଙ୍କ ଆଖି ଯାହା ଦେଖବ ଏବଂ ଆପଣଙ୍କ ଶରୀରର ଅନୁଭବ ମଧ୍ୟ ସମାନ ହେବ ଏବଂ ଲୋକମାନେ ଅଧିକ ନର୍ଭସ ହେବେ ନାହିଁ ।

iOS ୟୁଜରଙ୍କ ପାଇଁ ଆପଲ୍ ନୂଆ ଆକ୍ସେସିବିଲିଟି ଫିଚର ଘୋଷଣା କରିଛି । ଏହି ଫିଚର ସେହି ୟୁଜରଙ୍କ ପାଇଁ ଜାରି କରାଯାଇଛି ଯେଉଁମାନେ ଗାଡିରେ ଯାଉଥିବା ସମୟରେ ମୋସନ୍ ସିକନେସ୍ ସମସ୍ୟାରେ ପିଡ଼ିତ ହୋଇଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଲ୍ ଆଇଫୋନ୍ ଏବଂ ଆଇପ୍ୟାଡ୍ ପାଇଁ ଏକ ନୂଆ ଫିଚର ଆଣିଛି ଯାହାକୁ ‘ଭେଇକିଲ୍ ମୋସନ୍ କ୍ୟୁସ୍’ କୁହାଯାଉଛି । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ମୋସନ୍ ସିକନେସ୍ ସମସ୍ୟାକୁ କମ୍ କରିବାରେ ଏହି ଫିଚର ସାହାଯ୍ୟ କରିବ ।
ଆପଲ୍ କହିଛି ଯେ ଭେଇକିଲ୍ ମୋସନ୍ କ୍ୟୁସ୍ ଫିଚରରେ ଗାଡ଼ିର ସ୍ପିଡ୍ ବଦଳିଲେ ସ୍କ୍ରିନରେ ଲାଗିଥିବା ଛୋଟ ବିନ୍ଦୁ ଗତି କରିବ । ଏହା ସହିତ ଆପଣଙ୍କ ଆଖି ଯାହା ଦେଖବ ଏବଂ ଆପଣଙ୍କ ଶରୀରର ଅନୁଭବ ମଧ୍ୟ ସମାନ ହେବ ଏବଂ ଲୋକମାନେ ଅଧିକ ନର୍ଭସ ହେବେ ନାହିଁ । କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ଫିଚର ଅଟୋମେଟିକ୍ ଆକ୍ଟିଭ୍ ହୋଇପାରିବ । ଏହାକୁ କଣ୍ଟ୍ରୋଲ ସେଣ୍ଟରରୁ ଅନ୍ କିମ୍ବା ଅଫ୍ କରାଯାଇପାରିବ ।
ଭେଇକିଲ୍ ମୋସନ୍ କ୍ୟୁସ୍ ଫିଚର ବ୍ୟତୀତ ଆପଲ୍ ଆହୁରି ଅନେକ ଆକ୍ସେସିବିଲିଟି ଫିଚର ଆଣିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଆଇ ଟ୍ରାକିଂ ଫିଚର । ଏହି ଫିଚର ସାହାଯ୍ୟରେ ଦିବ୍ୟାଙ୍ଗମାନେ କେବଳ ଆଖି ସାହାଯ୍ୟରେ ଫୋନକୁ କଣ୍ଟ୍ରୋଲ କରିପାରିବେ । ଆଇଫୋନ୍ କିମ୍ବା ଆଇପ୍ୟାଡର ସ୍କ୍ରିନରେ ନେଭିଗେଟ୍ କରିପାରିବେ । ସ୍କ୍ରୋଲ କରିପାରିବେ, ଆଖିର ଇସାରାରେ ବଟନ ଦବାଇ ପାରିବେ ଏବଂ ସ୍ୱାଇପ୍ କରିବା ଭଳି ଫଙ୍କସନକୁ ବ୍ୟବହାର କରିପାରିବେ ।
କାରପ୍ଲେ ରେ ଭଏସ୍ ସର୍ଟକଟ୍ ଫିଚର ସାହାଯ୍ୟରେ, ହାତ ବ୍ୟବହାର ନକରି କାମ କରାଯାଇପାରିବ । ଯଦି ଗାଡିରେ ବସିଥିବା ଲୋକଙ୍କୁ କମ୍ ଶୁଣାଯାଉଥିବା ତେବେ ଏହି ଫିଚର ସାହାଯ୍ୟରେ ସେମାନେ ହର୍ନ ଏବଂ ସାଇରନ୍ ର ଶବ୍ଦ ଶୁଣିପାରିବେ ।