ଭାରତରେ ଖୁବଶୀଘ୍ର ଆସିବାକୁ ଯାଉଛି Apple Pay । କମ୍ପାନୀ ଭାରତରେ ଏହାର କାମ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇସାରିଛି । ଏଥିସହ ICICI,HDFC ବ୍ୟାଙ୍କ୍, ଭିସା ଏବଂ ମାଷ୍ଟକାର୍ଡ ସମେତ ଅନ୍ୟାନ୍ୟ ପେମେଣ୍ଟ ନେଟୱାର୍କ ସହିତ ଆଲୋଚନା କରୁଛି । କମ୍ପାନୀ ଏହି ବର୍ଷ ମଧ୍ୟଭାଗ ସୁଦ୍ଧା ଭାରତରେ ଏହା ଲଞ୍ଚ କରିପାରେ ବୋଲି ସୂଚନା ମିଳୁଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ Apple Payକୁ Apple ର ସବ୍ସିଡୟରୀ ଆପଲ୍ ପେମେଣ୍ଟ ସର୍ଭିସ୍ ପରିଚାଳିତ କରୁଛି । ବର୍ତ୍ତମାନ ଏହା ବିଶ୍ୱର ୮୦ ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି ଏବଂ ବର୍ତ୍ତମାନ ଭାରତର ଡିଜିଟାଲ୍ ପେମେଣ୍ଟ ମାର୍କେଟରେ ଏଣ୍ଟ୍ରି କରିବାକୁ ଚାହୁଁଛି ।
ଭାରତରେ ଲଞ୍ଚ ହେବା ପରେ Apple Pay କାର୍ଡ ପେମେଣ୍ଟ ଏବଂ UPI ସିଷ୍ଟମକୁ ସପୋର୍ଟ କରିବ । ଏହା ଜରୁରୀ କାହିଁକିନା UPI ଭାରତରେ ଏହାର ଡିଜିଟାଲ ପେମେଣ୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରେ । Apple Payର ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଡ-ଆଧାରିତ, କଣ୍ଟାକ୍ଟଲେସ୍ ପେମେଣ୍ଟ ଉପରେ ଧ୍ୟାନ ଦେବ । ଏହାର ରୋଲଆଉଟ୍ ସମାପ୍ତ ହେବା ପରେ, UPI ପେମେଣ୍ଟ ବିକଳ୍ପ ଯୋଡା ଯାଇପାରେ। ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ ।
ଭାରତର ଡିଜିଟାଲ ପେମେଣ୍ଟ ମାର୍କେଟରେ Apple Pay କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । PhonePe, Google Pay, Amazon Pay, ଏବଂ Paytm ପୂର୍ବରୁ ଭଲ ଭାବରେ ପ୍ରତିଷ୍ଠିତ । ଏମିତିରେ ବି Appleକୁ ନିଜର ସେବା ଏବଂ ଅଭିଜ୍ଞତା ସହିତ ନିଜକୁ ଅଲଗା ଭାବେ ଦେଖାଇବାକୁ ପଡିବ । Appleର ସୁବିଧା ସୁରକ୍ଷା ଏବଂ ବ୍ୟବହାରର ସହଜତା ଉପରେ ଧ୍ୟାନ ଦେବାରେ ରହିଛି। Apple ପାଖରେ ଏହି ଫାଇଦା ରହିଛି ଯେ ଏହାର ସିକ୍ୟୁରିଟି ଏବଂ ଇଜି ୟୁଜ୍ ଉପରେ ଫୋକସ୍ ରଖିଥାଏ । Apple Pay ଅର୍ଥୋଟିକେସନ୍ ପାଇଁ Face ID ଏବଂ Touch ID ବ୍ୟବହାର କରିଥାଏ । ଯାହା ୟୁଜର୍ସଙ୍କ ପାସୱାର୍ଡ ନପକାଇ ପେମେଣ୍ଟ ଅନୁମୋଦନ କରିବାକୁ ଅନୁମତି ଦିଏ ।
କିଛି ସମୟ ପୂର୍ବରୁ Apple ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛି । କମ୍ପାନୀ ଭାରତରେ Iphone ପ୍ରଡକ୍ସନକୁ ବଢାଇଦେଇଛି । ଏଥିସହିତ ଏବେ ସେଠାରୁ ରେକର୍ଡ ପରିମାଣରେ ଆମଦାନି କରୁଛି । ସେହିପରି, କମ୍ପାନୀ ଷ୍ଟୋର ଖୋଲିବା ଉପରେ ଧ୍ୟାନ ଦେଉଛି । Apple ଭାରତରେ ଶ୍ରେଷ୍ଠ ପାଞ୍ଚଟି ସ୍ମାର୍ଟଫୋନ୍ ବିକ୍ରୟକାରୀ କମ୍ପାନୀ ମଧ୍ୟରୁ ଗୋଟିଏ ହୋଇସାରିଛି ।
Also Read : ଏକ ଜବରଦସ୍ତ ଅଫର ଲଞ୍ଚ କରିଛି BSNL, ପାଇବେ ସୁପରଫାଷ୍ଟ ଇଣ୍ଟରନେଟ୍