ଆପଲ ଆଇଓଏସ ଆଣିଲା ନୂଆ ଅପଡେଟ,  ଆଇଓଏସ 16.3ରେ ରହିଛି ଜବରଦସ୍ତ ସିକ୍ୟୁରିଟି ଫିଚର

କେନ୍ୟୁଜ୍‌(ବ୍ୟୁରୋ): ଯଦି ଆପଣଙ୍କ ଆଇଫୋନ ଆଇଓଏସ 16 ରେ ଚାଲୁଛି, ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ଖୁସି ଖବର । ଆପଣଙ୍କ ଫୋନ ଏବେ ଆଗ ଅପେକ୍ଷା ଆହୁରି ସୁରକ୍ଷିତ ରହିବ । ଆପଲ ପକ୍ଷରୁ ସପ୍ଟଓ୍ଵେର ଅପଡେଟ ରିଲିଜ ହୋଇଛି । ଆଇଓଏସ 16.3 ରିଲିଜ କରିଛି ଆପଲ । ଆଇଫୋନ 8 ଓ ଏହାଠାରୁ ନୂଆ ମଡେଲରେ ଏହାକୁ ଅପଡେଟ କରାଯାଇ ପାରିବ । ଏଥିରେ ଆପଣଙ୍କୁ ଆଇ କ୍ଲାଉଡ, ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଓ ଫିଜିକାଲ ସିକ୍ୟୁରିଟି କି ର  ସୁବିଧା ମିଳିବ ।

ଆଇଓଏସ 16.3ର ଅପଡେଟ୍‌ ଭର୍ଜନ ଆପଣଙ୍କ ଫୋନର ୬୦୦ ଏମବି ଜାଗା ନେବ । ଯେଉଁ ମାନଙ୍କ ପାଖରେ ପୂର୍ବରୁ ଆଇଓଏସ 16.2 ରହିଛି ଏହି ଅପଡେଟରେ ସେମାନେ ସମସ୍ତ ନୂଆ ସିକ୍ୟୁରିଟି ଫିଚର ପାଇପାରିବେ । ଏହାସହ ଆଇ କ୍ଲାଉଡରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ମିଳିବ । ସେହିପରି ଫିଜାକାଲ କି ବେସ ଟୁ ଫେକ୍ଟର ଅଥେଣ୍ଟିକେସନ ମିଳିବ । ଏହାସହ ଏମରଜେନ୍ସି ଏସଓଏସ ଫିଚରରେ ମଧ୍ୟ ଆଗ ଅପେକ୍ଷା ଅଧିକ ସୁବିଧା ମିଳିବ । ଆଇଓଏସ 16.3 ଦୁଇଟି ନୂଆ ୟୁନିଟି ଓ୍ଵାଲ ପେପର ସାମନାକୁ ଆଣିଛି । ଯାହାକୁ ସେଟିଙ୍ଗ ମେନ୍ୟୁ ଅଥବା ଲକ ସ୍କ୍ରିନରୁ ଆକସେସ କରାଯାଇ ପାରିବ ।

କେଉଁ ଆଇଫୋନ ମଡେଲରେ ଆଇଓଏସ ୧୬.୩ର ଅପଡେଟ୍‌ ସପୋର୍ଟ କରିବ? 

ଯେଉଁସବୁ ଆଇଫୋନ ଆଇଓଏସ 16କୁ ସପୋର୍ଟ କରୁଛି, ସେହି ସମସ୍ତ ଆଇଫୋନରେ ଆଇଓଏସ 16.3 ସପୋର୍ଟ କରିବ । ଆଇଓଏସ 16.3ର ଅପଡେଟକୁ ଆଇଫୋନ 8 ଓ ସେକେଣ୍ଡ ଜେନେରେସନ ଆଇଫୋନ ଏସଇ ରେ ଇନଷ୍ଚଲ କରାଯାଇ ପାରିବ । ସେହିପରି ଆଇଓଏସ 16.3କୁ ଆଇଫୋନ 8 ପରେ ଲଞ୍ଚ ହୋଇଥିବା ସମସ୍ତ ଆଇଫୋନରେ ଇନଷ୍ଟଲ କରାଯାଇ ପାରିବ । କିଛି ମଡେଲରେ କିନ୍ତୁ 16.3ର ସମସ୍ତ ସୁବିଧା କାମ କରିବ ନାହିଁ ।

ଆଇଓଏସ 16.3 କେତେ ଜାଗା ନେବ?

ଆଇଓଏସ 16.3ର ସାଇଜ୍‌ ୬୦୦ ଏମବି ରହିଛି । ଯଦି ଆପଣଙ୍କ ଆଇଫୋନରେ 5ଜି ସପୋର୍ଟ ରହିଛି ତେବେ, ଆପଣ ଏହାକୁ ସେଲୁଲାର ବା ଓ୍ଵାଇଫାଇ ନେଟଓ୍ଵାର୍କରେ ଯଦି ଚାହିଁବେ ଡାଉନଲୋଡ କରିପାରିବେ । ନହେଲେ ଆପଣ ସିଧା ସଳଖ ବି ଡାଉନଲୋଡ ଓ ଇନଷ୍ଟଲ କରିପାରିବେ । ଯଦି ଆପଣଙ୍କ ଫୋନରେ  5ଜି ଚାଲୁନାହିଁ ତେବେ ଆପଣଙ୍କୁ ଏହାକୁ ଇନଷ୍ଟଲ କରିବା ପାଇଁ ସେଲୁଲାର ଡାଟା କିମ୍ବା ଓ୍ଵାଇଫାଇ ନେଟଓ୍ଵାର୍କର ଆବଶ୍ୟକତା ପଡ଼ିବ ।

ଆଇଓଏସ 16.3ର କଣ ସବୁ ଫିଚର ରହିଛି?

ଆପଲ ୨୩ଟି କାଟାଗୋରିରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ସୁବିଧା ପ୍ରଦାନ କରୁଛି । ଯେମିତିକି ଆଇ କ୍ଳାଉଡ ବ୍ୟାକଅପ, ନୋଟ୍-ସ, ଓ ଫଟୋରେ ଏହି ସୁବିଧା ଉପଲବ୍ଧ ଅଛି ।
ଆପଲ, ଆପଲ ଆଇଡି ପାଇଁ ସିକ୍ୟୁରିଟି କି ନେଇ ଆସିଛି। ଯାହାକୁ ଫିଜିକାଲ ସିକ୍ୟୁରିଟି କି କୁହାଯାଉଛି। ଏଥିରେ ଟୁ ଫେକ୍ଟର ଅଥେଣ୍ଟିକେସନ ସାଇନ ଇନର ବ୍ୟବସ୍ଥା ରହିଛି। ଯାହା ଆକାଉଣ୍ଟକୁ ଆହୁରି ଅଧିକ ସୁରକ୍ଷିତ ରଖିବ ।
ଏହି ଅପଡେଟଟି ହୋମପୋଡ ସେକେଣ୍ଡ ଜେନେରେସନରେ ବି ସପୋର୍ଟ କରିବ। ଏମରଜେନ୍ସି ଏସଓଏସ କଲ ପାଇଁ ସାଇଡ ବଟନ ସହ ଭଲ୍ୟୁମ କି କୁ ହୋଲ୍ଡ କରି ଧରିବାକୁ ପଡ଼ିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.