ଚାଇନାକୁ ପୁଣି ଝଟକା, ଆପଲ୍ ବ୍ଯାନ କଲା ୩୯ ହଜାର ଗେମିଂ ଆପ୍

ଇଣ୍ଟରନ୍ଯାସନାଲ ଟେକ୍ନୋଲୋଜି କମ୍ପାନୀ ‘ଆପଲ’ ଗୁରୁବାର ପ୍ରାୟ ୩୯ହଜାର ଚାଇନା ଗେମିଂ ଆପକୁ ବ୍ୟାନ୍ କରିଛି । ପ୍ରଥମ ଥର ପାଇଁ ଆପଲ ଗୋଟେ ଦିନରେ ଏତେ ସଂଖ୍ଯକ ଆପ୍ କୁ ବ୍ଯାନ କରିଛି। ଏହାସହ ସମସ୍ତ ଗେମ୍ ପ୍ରସାରଣ ସଂସ୍ଥାମାନଙ୍କୁ ଲାଇସେନ୍ସ ପଞ୍ଜିକରଣ ପାଇଁ ଏକ ଡେଡ୍ ଲାଇନ ମଧ୍ୟ ଦେଇଛି ଆପଲ ।

app

ଆପଲ୍ ପକ୍ଷରୁ ମୋଟ ୩୯ ହଜାର ଗେମ୍ ସହ ପ୍ରାୟ ୪୬ ହଜାର ଆପକୁ ବହିଷ୍କାର କରିଛି ଆପଲ । ଆପଲ ଷ୍ଟୋରରେ ଥିବା ପ୍ରାୟ ୧୫ ଶହ ପେଡ୍ ଗେମ୍ ମଧ୍ୟରୁ ମାତ୍ର ୭୪ଟି ଆପ୍ର ଆଇନଗତ କାଗଜପତ୍ର ଠିକ ଥିବା ସୂଚନା ମିଳିଛି । ତେବେ ଆପଲ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ । ସରକାରୀ ଅନୁମତି ପ୍ରାପ୍ତ ଲାଇସେନ୍ସ ପୈଠ କରିବା ପାଇଁ ଗେମ୍ ପ୍ରସାରଣ ସଂସ୍ଥାମାନଙ୍କୁ ଜୁନ୍ ମାସ ଯାଏଁ ସମୟ ଦେଇଥିଲା ଆପଲ । ଏହାପରେ ପୁଣି ଏହି ଡେଡ୍ ଲାଇନ୍କୁ ଡିସେମ୍ବର ୩୧ ଯାଏଁ ଘୁଞ୍ଚାଇ ଦେଇଥିଲା । ତେବେ ସଠିକ୍ ଗାଇଡଲାଇନ୍ ନ ମାନିବାରୁ ଆପଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like