iPhone ରେ ଆସିଲା ChatGPT, ରୋଲଆଉଟ୍ ହେଲା iOS 18.2 ଅପଡେଟ୍

Apple ତା’ର ଡେଭ୍ଲର୍ପସଙ୍କ ପାଇଁ iOS 18.2 developer beta 1 କୁ ରିଲିଜ୍‌ କରିଛି । କିନ୍ତୁ, କମ୍ପାନୀ ଏପର୍ଯ୍ୟନ୍ତ ୟୁଜର୍ସମାନଙ୍କ ପାଇଁ iOS 18.2 ଅପଡେଟ୍‌ ରିଲିଜ୍‌ କରିନାହିଁ । Apple ର ଏହି ଅପଡେଟ୍‌ Apple Intelligence ଫିଚର୍ସ ସହିତ ଆସିବ । ଯାହା ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କମ୍ପାନୀ ଏହାର ଡେଭଲପର୍ସ ଇଭେଣ୍ଟ WWDC 2024 ରେ ଏହାର ଖୁଲାସା କରିଥିଲା । ଏଥିରେ ପ୍ଲେ ଗ୍ରାଉଣ୍ଡ, ଜେନମୋଜି ଏବଂ ChatGPT ଇଣ୍ଟିଗ୍ରେସନ୍‌ ସାମିଲ୍‌ ଅଛି ।

ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୮ରେ ସିଲେକ୍ଟ iPhones ପାଇଁ Apple ଇଣ୍ଟେଲିଜେନ୍ସିର ପ୍ରଥମ ଅପଡେଟ୍‌ ଜାରି ହୋଇସାରିଛି । ଏହା ପରେ ଅପଡେଟ୍‌ ChatGPT ଫୋନରେ ଏଣ୍ଟ୍ରି କରିବାକୁ ଯାଉଛି । iOS 18.2 ରେ କଷ୍ଟୋମାଇଜଡ୍‌ ଇମୋଜି ତିଆରି ପାଇଁ Genmoji ଟୁଲ୍‌ ମଧ୍ୟ ଦିଆଯାଇଛି । ଆପଣ ଏହି ଟୁଲକୁ ମ୍ୟାସେଜ୍‌, ନୋଟ୍ସ, କି ନୋଟ୍ସ ଏବଂ ଅନ୍ୟାନ୍ୟ ଆପରେ ବ୍ୟବହାର କରିପାରିବେ ।

ଏହି ନୂଆ ଅପଡେଟ୍‌ ପରେ, ଯେତେବେଳେ ଆପଣ ସିରି’ ସହିତ କଥାବାର୍ତ୍ତା କରନ୍ତି ସେତେବେଳେ iPhone ର ଆସିଷ୍ଟାଣ୍ଟ ChatGPT କୁ ରିକୱେଷ୍ଟ ପଠାଇବ ଏବଂ ଆପଣଙ୍କୁ ଅଧିକ ସୂଚନା ଦେବ । ଏଥିପାଇଁ ଆପଣଙ୍କୁ ChatGPT ଆକାଉଣ୍ଟ ଖୋଲିବା କିଛି ଆବଶ୍ୟକ ନାହିଁ । iPhone 16 ପାଇଁ ଏକ ଖାସ୍‌ ଫିଚର୍ସ ଆସିବ, ଯାହା ସାହାଯ୍ୟରେ ଯେକୌଣସି ଅବଜେକ୍ଟ ଏବଂ ସ୍ଥାନକୁ ଚିହ୍ନି ପାରିବେ । ଏହାକୁ ବ୍ୟବହାର କରିବା ପାଇଁ କ୍ୟାମେରା କଣ୍ଟ୍ରୋଲ ବଟନ୍‌କୁ ବହୁତ ସମୟ ପର୍ଯ୍ୟନ୍ତ ଦବାଇ ରଖିବାକୁ ପଡିବ ଏବଂ ନିଜ ଫୋନକୁ ପଏଣ୍ଟ କରି ଏହାକୁ ବ୍ୟବହାର କରିବେ । ଏହା ସହିତ ଅବଜେକ୍ଟ ବିଷୟରେ ChatGPT କୁ ପଚାରିପାରିବେ ।

iOS 18.1 କୁ କିପରି ଇନଷ୍ଟଲ କରିବେ :
ଏହି ନୂଆ ଅପଡେଟ୍‌କୁ ଇନଷ୍ଟଲ କରିବା ବହୁତ ସହଜ ହୋଇଥାଏ । ଏଥିପାଇଁ ଆପଣଙ୍କ ଫୋନରେ ସେଟିଂ ଅପ୍ସନକୁ ଯିବା ପାଇଁ ପଡିବ । ଏହା ପରେ, ଜେନେରାଲ ଉପରେ ଟ୍ୟାପ୍‌ କରି ସଫ୍ଟୱେର ଅପଡେଟ୍‌ ଉପରେ ଟ୍ୟାପ୍‌ କରନ୍ତୁ । ଏହାକୁ ଆପଣ କ୍ଲିକ୍‌ କରିବା ମାତ୍ରେ ଏହି ଅପଡେଟଟି ଆପଣଙ୍କ ଫୋନରେ ଡାଉନଲୋଡ୍‌ ହୋଇଯିବ ।

You might also like