ସେପ୍ଟେମ୍ବର ୧୨ରେ ହେବ ଆପଲର ଲଞ୍ଚ ଇଭେଣ୍ଟ : ବଜାରକୁ ଆସିବ ୩ଟି ନୂଆ ଆଇଫୋନ୍ ମଡେଲ

ନୂଆଦିଲ୍ଲୀ : ବହୁ ଦିନର ଲମ୍ବା ଅପେକ୍ଷା ପରେ ଶେଷକୁ ୨୦୧୮ ମସିହାର ଆପଲ ଆଇଫୋନ୍ ଲଞ୍ଚଂ  ଇଭେଣ୍ଟର ତାରିଖ ଘୋଷଣା କରାଯାଇଛି। କ୍ଯୁପରଟିନୋ ଟେକ୍ କମ୍ପାନୀ ଆପଲ୍ ଏବେ ଇଭେଣ୍ଟ ପାଇଁ ମିଡ଼ିଆ ନିମନ୍ତ୍ରଣ ପଠାଇବା ଆରମ୍ଭ କରିଛି। ପ୍ରତିଥର ଭଳି ଚଳିତ ବର୍ଷ ମଧ୍ୟ କମ୍ପାନୀ ସେପ୍ଟମ୍ବର ମାସରେ ଆୟୋଜିତ କରିବାକୁ ଯାଉଛି ଏହି ଇଭେଣ୍ଟ।

i phone

ମିଳିଥିବା ମିଡ଼ିଆ ଇନଭିଟେସନରୁ ଜଣାପଡ଼ିଛି, ସେପ୍ଟମ୍ବର ରାତି ୧୦:୩୦ ସମୟରେ ଆଇଫୋନ୍ ଡ଼ିଭାଇସ ଲଞ୍ଚ କରିବ। ଏହି ସମୟରେ ଆଇଫୋନ୍ ଏକ୍ସ ପ୍ଲସ (iPhone X Plus) , ଆଇଫୋନ୍ ଏକ୍ସଏସ (iPhone Xs)  ଏବଂ ୬.୧ବିଶିଷ୍ଟ ଏଲସିଡ଼ି ଫୋନ୍ସ ମଧ୍ୟ ଲଞ୍ଚ କରାଯିବ। ଏହି ଇଭେଣ୍ଟ ଷ୍ଟିଭ୍ ଜୋନ୍ସ ଥିଏଟରରେ ଆୟୋଜିତ କରାଯିବ।

ନିଶ୍ଚିତ ପଢ଼ନ୍ତୁ: ୧୬ ବର୍ଷର ବାଳକ ହ୍ଯାକ କଲା ଆପଲ ସର୍ଭର, ଆଶ୍ଚର୍ଯ୍ଯ ଲାଗିଲେ ବି ସତ !

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଭେଣ୍ଟ ବୁଧବାର ଆୟୋଜିତ ହେବ। ଆପଲର ପରମ୍ପରା ମୁତାବକ ଆଶା କରାଯାଉଛି ଆମେରିକାରେ ଶୁକ୍ରବାର ୧୪ ସେପ୍ଟେମ୍ବରରୁ ହିଁ ଆଇଫୋନର ପ୍ରି-ବୁକିଂ ଆରମ୍ଭ କରାଯିବ। କମ୍ପାନୀ ତରଫରୁ ୨୧ ସେପ୍ଟେମ୍ବରରୁ ଫୋନର ବିକ୍ରି ଆରମ୍ଭ କରାଯିବା ନେଇ ଆଶା କରାଯାଉଛି। ସୂଚନା ଅନୁଯାୟୀ, ଏହି ଇଭେଣ୍ଟରେ ତିନୋଟି ନୂଆ ଆଇଫୋନ୍ ଲଞ୍ଚ କରାଯିବ।

ନିଶ୍ଚିତ ପଢ଼ନ୍ତୁ: ସ୍ମାର୍ଟଫୋନ ବଜାରରେ ଲଞ୍ଚ ହେଲା ନୋକିଆର ଦୁଇଟି ଦମଦାର ଫୋନ, ଆସନ୍ତୁ ଜାଣିବା ଏହାର ଫିଚରର୍ସ ଏବଂ ମୂଲ୍ଯ

ଆଶା କରାଯାଉଛି କି, ଆଇଫୋନ୍ ଏକ୍ସ ପ୍ଲସର ସ୍କ୍ରିନ୍ ୬.୫ଇଞ୍ଚ ବିଶିଷ୍ଟ ରହିବ। ଏହାଦ୍ବାରା ଆପଲର ସବୁଠାରୁ ବଡ଼ ଫୋନ ମଧ୍ୟରେ ରହିଛି। ଏହି ଡ଼ିଭାଇସରେ ଏ୧୨ ବାୟୋନିକ୍ ପ୍ରୋସେସର ସହ ଏମୋଲେଡ଼ ସ୍କ୍ରିନ୍, ଦୁଇଟି ରିୟର କ୍ଯାମେରା ରହିଛି। ଏଥିସହ ଆଇଫୋନ୍ ଏକ୍ସଏସ୍ ୫.୮ ଇଞ୍ଚ ସ୍କ୍ରିନ୍ ବିଶିଷ୍ଟ ରହିବ। କୁହାଯାଉଛି କି ଏହା, ଆଇଫୋନ୍ ଏକ୍ସର ଅପଗ୍ରେଟେଡ଼୍ ମଡ଼େଲ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.