ଭାରତରେ ଲଞ୍ଚ ହୋଇଛି Apple Store App, ସର୍ଭିସ ପାଇଁ ଆଉ ଯିବାକୁ ପଡିବ ନାହିଁ ଷ୍ଟୋର୍

Apple ପ୍ରଡକ୍ଟ ବ୍ୟବହାର କରୁଥିବା ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍ । Apple ଭାରତରେ ନିଜର Apple Store App ଲଞ୍ଚ କରିଛି । ବର୍ତ୍ତମାନ ଏହି ଆପ୍ଲିକେସନ୍ କମ୍ପାନୀର App Store ରେ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ ଅଛି । ଯଦି ଆପଣ ଏକ ନୂଆ Apple ପ୍ରଡକ୍ଟ କିଣିବା ପାଇଁ ଚାହୁଁଛନ୍ତି ତେବେ Apple Store App ଆପଣଙ୍କୁ ବହୁତ ସାହାଯ୍ୟ କରିବ । Apple Store App ରୁ କିଛି ପ୍ରଡକ୍ଟ କିଣିବା ଉପରେ ଆପଣଙ୍କୁ ପର୍ରସ୍ନାଲ୍ ରିକମଣ୍ଡେସନ୍ ମଧ୍ୟ ମିଳିବ ।

Apple Store App ବିଶ୍ୱ ବଜାରରେ ପୂର୍ବରୁ ଉପସ୍ଥିତ ଅଛି । ବର୍ତ୍ତମାନ କମ୍ପାନୀ ଏହାକୁ ଭାରତୀୟ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି । ଅଫିସିଆଲ Apple Store App ଲଞ୍ଚିଙ୍ଗରୁ ଜଣାପଡିଛି ଯେ, କମ୍ପାନୀ ଭାରତରେ ନିଜର ମାର୍କେଟକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛି ଏବଂ ଏଥିପାଇଁ ଅଧିକରୁ ଅଧିକ ଲୋକ ପର୍ଯ୍ୟନ୍ତ ପ୍ରଡକ୍ଟକୁ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି ।

ଭାରତରେ Apple Store App ଲଞ୍ଚ ହେବା ପରେ ଗ୍ରାହକଙ୍କର ଅନେକ ସମସ୍ୟା ଦୂର ହୋଇଛି । ବର୍ତ୍ତମାନ ଆପଣଙ୍କୁ Apple ପ୍ରଡକ୍ଟ କିଣିବା ପାଇଁ ଷ୍ଟୋର ଯିବାକୁ ପଡିବ ନାହିଁ । ଏହି ଆପ୍ ଗ୍ରାହକଙ୍କୁ ଅଧିକ ପରସ୍ନାଲାଇଜ୍ଡ ସପିଂ କରିବାରେ ସହାଯ୍ୟ କରିବ ।

Apple Store App ରେ ଅନେକ ପ୍ରକାରର ଫିଚର୍ସ ପ୍ରଦାନ କରାଯାଇଛି । କମ୍ପାନୀ ଏହି ଆପରେ ଅନେକ ପ୍ରକାରର ଟ୍ୟାବ୍ ଦେଇଛି । ଏହା ଗ୍ରାହକମାନଙ୍କୁ ନୂଆ ସପିଂ ଏକ୍ସପେରିଏନ୍ସ ଦେବ । ଆପରେ ଏକ ପ୍ରଡକ୍ଟ ଟ୍ୟାବ୍ ପ୍ରଦାନ କରାଯାଇଛି । ଏଥିରେ ଗ୍ରାହକମାନେ ଗୋଟିଏ ସ୍ଥାନରେ କମ୍ପାନୀର ଲାଟେଷ୍ଟ ପ୍ରଡକ୍ଟକୁ ଦେଖିପାରିବେ । ଏଥିରେ ଆସେସୋରିଜ୍ ଏବଂ ଫାଇନାନସିଂ ଅପ୍ସନ ମଧ୍ୟ ମିଳିବ ।

ଆପରେ For You Tab ର ମଧ୍ୟ ଅପ୍ସନ ଦିଆଯାଇଛି । ଏହି ଟ୍ୟାବରେ ଗ୍ରାହକମାନେ ପରସ୍ନାଲାଇଜ୍ଡ ରିକମେଣ୍ଡେସନ୍ ମିଳିଥାଏ । ଅର୍ଥାତ୍ ଆପଣ ଆପ୍ଲିକେସନରେ ଯେକୈଣସି ପ୍ରଡକ୍ଟ ସର୍ଚ୍ଚ କରନ୍ତି ଏହି ସେକ୍ସନରେ ଆପଣଙ୍କୁ ଏଥିରେ ଜଡିତ ଥିବା ଆଇଟମ୍ସ ସଜେଷ୍ଟ କରାଯିବ । ଆପଣ ଏହି ସେକ୍ସନକୁ ନିଜ ସୁବିଧା ଅନୁସାରେ କଷ୍ଟମାଇଜ୍ ମଧ୍ୟ କରିପାରିବେ । ଏହା ପରେ ଏହି ଆପ୍ଲିକେସନ୍ ଆପଣଙ୍କୁ ଏକ୍ସପଟଙ୍କ ସହିତ ସଂଯୋଗ କରିବାର ଅପ୍ସନ ମଧ୍ୟ ଦେଇଥାଏ । ଏହା ସହିତ ଏଥିରେ ଆପଣ ଆପଣଙ୍କର ସମସ୍ତ ଡାଉଟ୍ସ କ୍ଲିୟର କରିପାରିବ ।

You might also like