ଭାରତର ଡିଜିଟାଲ ଷ୍ଟ୍ରାଇକ ପରେ ଚୀନକୁ ଝଟ୍‌କା ଦେଲା ଆପଲ୍‌, ସସ୍‌ପେଣ୍ଡ କଲା ହଜାର ଆପ୍‌ର ଅପଡେଟ୍‌

ଭାରତ ସରକାର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ପରେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି। ଏଥିରେ ଚୀନରେ ୫୯ ଆପ୍‌ ଧରାଶାୟୀ ହୋଇପଡିଛି। ସରକାର ଯେଉଁ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ସେଗୁଡିକ ମଧ୍ୟରେ ଟିକ୍‌ଟକ୍‌, ହାଲୋ, କ୍ୟାମକ୍ୟାସନର ଭଳି ଆପ୍‌ ସାମିଲ ରହିଛି। ଭାରତ ପରେ ଏବେ ଜଣାଶୁଣା ଟେକନୋଲଜି କମ୍ପାନୀ ଆପଲ୍‌ ଚୀନକୁ ଏକ ବଡ ଝଟ୍‌କା ଦେଇଛି।

ଆପଲ୍‌ ପକ୍ଷରୁ ଚୀନର ହଜାର ଆପ୍‌ର ଅପଡେଟ୍‌କୁ ସସ୍‌ପେଣ୍ଡ କରିଦେଇଛି। ସରକାର ଲାଇସେନ୍ସ ଅଭାବରୁ ଆପଲ୍‌ ଏଭଳି ନିଷ୍ପତ୍ତି ନେଇଛି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ମୁତାବକ, ଆପଲ୍‌ ଯେଉଁସବୁ ଆପ୍‌କୁ ସସ୍‌ପେଣ୍ଡ କରିଛି, ସେଗୁଡିକ ସବୁ ଗେମିଂ ଆପ୍‌ ରହିଛି।

aa

ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀରେ ଆପଲ ସମସ୍ତ ଗେମ ଡେଭଲପର୍ସକୁ ଲାଇସେନ୍ସ ଦେବା ପାଇଁ ୩୦ ଜୁନ୍‌ ପର୍ଯ୍ୟନ୍ତ ସମୟ ଦେଇଥିଲା କିନ୍ତୁ ଡେଭଲପର୍ସ ପକ୍ଷରୁ କୌଣସି ଲାଇସେନ୍ସ ଦିଆଯାଇନଥିଲା, ଯାହାଫଳରେ ଆପଲ ଏଭଳି ପଦକ୍ଷେପ ନେଇଥିଲା। ପ୍ରକୃତରେ ଆପଲ ଏବେ ସ୍ଥାନୀୟ ନିୟମକୁ ମାନିବାକୁ ସରକାରୀ ପ୍ରଭାବ ପଡୁଥିବାରୁ ଏପରି କରିଛି। ସରକାରଙ୍କ ପ୍ରଭାବରେ ଆପଲ ସବୁ ଗେମ ଡେଭଲପର୍ସର ସରକାରୀ ଲାଇସେନ୍ସ ଦାବି କରିଥିଲା।

ti tok

ଆପଲର ଆପ୍‌ ଷ୍ଟୋର ଚାଇନାର ସବୁଠାରୁ ବଡ ମାର୍କେଟ। କେବଳ ଚୀନରୁ ଆପଲ୍‌ ଆପ୍‌ ଷ୍ଟାର ୧୬.୪ ବିଲିଅନ ଡଲାର ଆୟ କରିଥାଏ, ଯାହା କେବଳ ଗେମିଂ ଆପ୍‌ସ ହୋଇଥାଏ। ଆପଲ୍‌ର ଆପ୍‌ ଷ୍ଟୋରରେ ସମସ୍ତ ପେଡ ଗେମିଂ ଆପ୍‌କୁ ଇଣ୍ଟରନେଟ କେଣ୍ଟଟ ପ୍ରୋଭାଇଡର ଲାଇସେନ୍ସର ଆବ୍ୟାକତା ରହିଥାଏ। ଚୀନରେ ଆପ୍‌ ଷ୍ଟୋରରେ ଏହି ନିୟମ ୨୦୧୬ରୁ ଆରମ୍ଭ ହୋଇଛି।

160225_TFEA_PHT10

ଆପଲ୍‌ର ଏହି ନିଷ୍ପତ୍ତି ଯୋଗୁଁ ଏପଯ୍ରନ୍ତ ୬୦ ହଜାରରୁ ଅଧିକ ଗେମିଂ ଆପ୍‌ସ ସସପେଣ୍ଡ କରାଯାଇଛି। ୨୦୧୦ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ୪୩ ହଜାର ଡେଭଲପର୍ସ ହିଁ କେବଳ ଲାଇସେନ୍ସ ଜମା କରିଛନ୍ତି। କିନ୍ତୁ ଏତେ ଦିନ ଲାଇସେନ୍ସ ମିଳୁନଥିବା ସତ୍ତ୍ୱେ ଆପଲ ଏବେ କାହିଁ ଏ ନିଷ୍ପତ୍ତି ନେଲା ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.