ଆପଲ ଆଣୁଛି ଶସ୍ତା ଆଇଫୋନ, ୨୦୨୪ରେ ହେବ ରିଲିଜ

ବଜାରକୁ ଆସୁଛି ଆଇଫୋନର ବଜେଟ ସ୍ମାର୍ଟଫୋନ । ୨୦୨୪ରେ କରିବ ଲଞ୍ଚ । ଆଇଫୋନ ପକ୍ଷରୁ ଏସଇ 4କୁ ଲଞ୍ଚ କରାଯାଉଛି । ଏଥିରେ 6.1 ଇଞ୍ଚର ବିଓଇ ଓଏଲଇଡି ଡିସପ୍ଲେ ରହିଛି । ଏହି ଫୋନ ଆଗକୁ ଆସୁଥିବା ଗୁଗୁଲ ପିକ୍ସେଲ 7ଏକୁ ଟକ୍କର ଦେବ ।

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସୁଛି ଆଇଫୋନର ବଜେଟ ସ୍ମାର୍ଟଫୋନ । ୨୦୨୪ରେ କରିବ ଲଞ୍ଚ । ଏହା ଏକ କମ ଦାମର ହେବାସହ ପ୍ରିମିୟମ ଆଇଫୋନ ସିରିଜର ବିକଳ୍ପ ହୋଇ ରହିବ । ଆଇଫୋନ 15 ସିରିଜ ସହ ଏକ ଏଫୋଡେବଲ ଫୋନ ଆଣିବା ପାଇଁ ଆପଲ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଆଇଫୋନ ପକ୍ଷରୁ ଏସଇ 4କୁ ଲଞ୍ଚ କରାଯାଉଛି । କୁହାଯାଉଛି ଏହି ଫୋନ ଆଗକୁ ଆସୁଥିବା ଗୁଗୁଲ ପିକ୍ସେଲ 7ଏକୁ ଟକ୍କର ଦେବ । ଏହା ୨୦୨୪ର ପଥମାର୍ଦ୍ଧରେ ରିଲିଜ ହେବ । ତେବେ ଆସନ୍ତୁ ଜାଣିବା ଏହି ଫୋନର କଣ ସବୁ ଫିଚର ରହିଛି ।

ଯଦି ଆପଣ ଏକ ବଜେଟ ଆଇଫୋନ ଚାହୁଁଛନ୍ତି । ଅର୍ଥାତ ଆପଣ ଅଧିକ ଟଙ୍କା ଇନଭେଷ୍ଟ କରିବାକୁ ଚାହୁଁ ନାହାଁନ୍ତି । ତେବେ ଆଗକୁ ବଜାରରେ ଉପଲବ୍ଧ ହେବାକୁ ଥିବା ଆଇଫୋନ ଏସଇ 4 ଆପଣଙ୍କ ପାଇଁ ଏକ ଆଇଡିଏଲ ଚଏସ ହେବ । ରିପୋର୍ଟ ଅନୁଯାୟୀ ଆଇଫୋନ ଏସଇ 4ରେ କମ୍ପାନୀ ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ଆଇଫୋନ 8 ଭଳି ଡିଜାଇନ କରାଯାଇଛି । ଏହାସହ ଏଥିରେ 6.1 ଇଞ୍ଚର ବିଓଇ ଓଏଲଇଡି ଡିସପ୍ଲେ ରହିଛି । ଆଇଫୋନ ଏସଇ 3ରେ 4.7 ଇଞ୍ଚର ଡିସପ୍ଲେ ରହିଥିଲା । ତେଣୁ ଏହି ନୂଆ ଆଇଫୋନ ଏସଇ 4କୁ ଆଇଫୋନ 13 ଓ ଆଇଫୋନ 14ର ସାଇଜ ସହ ତୁଳନା କରାଯାଇ ପାରିବ । ଏହା ଆଗ ଅପେକ୍ଷା ଥିନ ରହିଛି ।

ଏଥିରେ ଟଚ ଆଇଡି ବଦଳରେ ଫେସ ଆଇଡି ରହିବ । ଏହାସହ ଏଥିରେ ଏ16 ବାୟୋନିକ ସିପିୟୁ ରହିଛି । ଯାହା ଆଇଫୋନ 14 ପ୍ରୋରେ ଦେଖିବାକୁ ମିଳିଥିଲା । ଏହାସହ ଏହି ଫୋନରେ 5ଜିର ସପୋର୍ଟ ମିଳିବ ବୋଲି ଆଶା କରାଯାଉଛି । ସେହିପରି ଏହି ଫୋନରେ ଭଲ ବ୍ୟାଟେରୀ ବ୍ୟାକଅପ ମିଳିବ । ଏଥିରେ ଆପଣଙ୍କୁ ଡୁଆଲ ରିଅର କ୍ୟାମେରା ସେଟଅପ ମିଳିବ । ଯାହା ଏସଇ ସିରିଜି ପାଇଁ ଏକ ବଡ଼ ଅପଗ୍ରେଡ । ଏଥିରେ ଏ15 ବାଓନିକ ଚିପସେଟ ରହିଛି । ଦାମ କଥା ଦେଖିଲେ ଏହା ଭାରତରେ ୪୯ ହଜାର ୯୯୦ ଟଙ୍କାରେ ଭାରତରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.