ଖୁବ ଶୀଘ୍ର Apple ଲଞ୍ଚ କରିପାରେ ଶସ୍ତା iPhone

ଏକ ବିଶେଷ ରିପୋର୍ଟ ଅନୁଯାୟୀ ଖୁବ ଶୀଘ୍ର ଆପଲ କମ୍ପାନୀ ତାର ନୂଆ ଭର୍ଜନ ବଜାରକୁ ଆଣିବାକୁ ଯାଉଛି । ଏକ ବିଶେଷ ସୂତ୍ର ଅନୁଯାୟୀ ଏହା ଆଇଫୋନର ଅପଗ୍ରେଡ଼ ଭର୍ଜନ ହିଁ ହେବ । ଏବେ କମ୍ପାନୀର ନୂଆ ଭର୍ଜନର ଫାଷ୍ଟ ଲୁକ ବି ସାମ୍ନାକୁ ଆସିଛି । ସୂତ୍ର ଅନୁଯାୟୀ ଆଇଫୋନର ନୂଆ ଭର୍ଜନ କମ୍ପାନୀର ଅନ୍ୟ ସେଟ ଗୁଡିକ ଅପେକ୍ଷା ଶସ୍ତା ହେବ । କୁହାଯାଉଛି କି ଆପଲ କମ୍ପାନୀର ଏହି ଫୋନକୁ ୬୪ ଜିବି ଓ ୧୨୮ ଜିବିର ଷ୍ଟୋରେଜ ଭେରିୟାଣ୍ଟ ସହ ବଜାରକୁ ଛଡ଼ାଯିବ ।

iphone

କମ୍ପାନୀର ଏହି ନୂଆ ସେଟର ଦର ୨୮,୦୦୦ ରୁ ୩୨,୦୦୦ ଭିତରେ ରହିବ ବୋଲି ମଧ୍ୟ ଜଣାଯାଇଛି । ଏହା ସହ ଏକ ଫଟୋ ସୋସିଆଲ ମିଡ଼ିଆ ଗୁଡିକରେ ସେୟାର ହୋଇଥିବା ବେଳେ ଆଉଇଫୋନ ୯ ନାଁରେ ବଜାରକୁ ଅଣାଯିବ ବୋଲି ଲକ୍ଷ ରଖାଯାଇଛି । ଏହାର ଡିଜାଇନ ଆଇଫୋନ ୮ ସହ ମିଶୁଥିବା ବେଳେ ଏଥିରେ ଟଚ ଏଲଇଡ଼ି ସହ ଏଲଇଡ଼ି ଡିଷ୍ପ୍ଲେ ପ୍ୟାନେଲ ବି ମିଳିବ । ଆଉ ଏକ ରିପୋର୍ଟ ଅନୁଯାୟୀ ଖୁବ ଶୀଘ୍ର କମ୍ପାନୀ ଏକ ଆଇପଡ ଶୀଘ୍ର ବଜାରରେ ଉପଲବ୍ଧ କରାଇବ ।

iphone

ଯେଉଁଥିରେ ୪.୭ ଇଞ୍ଚ ଡିଷ୍ପ୍ଲେର ସପୋର୍ଟ ରହିବ । ଏସବୁ ବାଦ ନୂଆ ଆଇଫୋନରେ ୱେୟାରଲେସ ଚାର୍ଜିଙ୍ଗର ବି ସପୋର୍ଟ ମିଳିବ । ଯଦି ମିଳିଥିବା ରିପୋର୍ଟ ସତ ହୁଏ ତେବେ ବନ ପ୍ଲସ ଠାରୁ ବି ଶସ୍ତା ଦରରେ ଆଇଫୋନ ଗ୍ରାହକ ମାନେ ପାଇପାରିବେ । ଆଉ ଏକ ରିପୋର୍ଟ ମୁତାବକ ୨୦୨୦ ବର୍ଷରେ କମ୍ପାନୀ ତାର ଭିନ୍ନ ଭିନ୍ନ ଡିଷ୍ପ୍ଲେର ସପୋର୍ଟ ସହ ୪ଟି ଫୋନକୁ ବଜାରରେ ଲଞ୍ଚ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.