ଖୁବ ଶୀଘ୍ର Apple ଲଞ୍ଚ କରିବାକୁ ଯାଉଛି M4 MacBook Air ମଡେଲ, ଜାଣନ୍ତୁ ଡିଟେଲ୍ସ

କାଲିଫୋର୍ଣ୍ଣିଆ-ବେସ୍ଡ ଆପଲ (Apple) ଖୁବ ଶୀଘ୍ର ୨୦୨୫ ପାଇଁ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ପ୍ରଡକ୍ଟ | M4 ଚିପ୍ସ କ୍ଷମତା ସହିତ MacBook Air models ରୁ ଆରମ୍ଭ କରି ଅନେକ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି | Bloomberg’s Mark Gurman ଙ୍କ ଅନୁଯାୟୀ, MacBook Air ଉଭୟ ୧୩ ଇଞ୍ଚ ଓ ୧୫ ଇଞ୍ଚ ଭାରିଆଣ୍ଟ ରେ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ |

ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ଏହି ଡିଭାଇସ ଲଞ୍ଚ କରିବ | ଏହି ଡିଭାଇସର କେବଳ ଡିଜାଇନରେ ପରିବର୍ତ୍ତନ ହୋଇନି ଇଣ୍ଟରନାଲ ମେକାନିଜିମରେ ମଧ୍ୟ ପରିବର୍ତ୍ତନ ହୋଇଛି | ପୂର୍ବ ଡିଭାଇସ M3 MacBook Air ତୁଳନାରେ ଏଥିରେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି RAM, ଯାହାକି ବେସ କନଫିଉଗିରସନର ୮GB to ୧୬GB ବୃଦ୍ଧିକରିଛି | ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି M4 MacBook Air ରେ ପୂର୍ବରୁ ଥିବା ୧୦୮୦p FaceTime HD camera ବଦଳରେ ଡେସ୍କ ଭ୍ୟୁ ସପୋର୍ଟ ସହ 12MP Centre Stage କ୍ୟାମେରା ଦିଆଯାଇଥିବା ଶୁଣାଯାଉଛି |

M4 MacBook Air ରିଲିଜ ହେବା ପରେ ଆପଲ ଆହୁରି ଉଚ୍ଚମାନ ରେଞ୍ଜର ଡେସ୍କଟପ ଲଞ୍ଚ କରିବାକୁ ଯୋଜନା କରୁଛି | ୨୦୨୫ ମାର୍ଚ୍ଚ ରୁ ଜୁନ ଭିତରେ ଯାହା ଲଞ୍ଚ ହେବାକୁ ଆଶା କରାଯାଉଥିଲା ତାହା ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବ ବୋଲି ଜଣା ପଡିଛି | ଏହା M4 Ultra or M4 Max processors ସହ ଆସିପାରେ |

ଏଥିରେ ଅପକମିଙ୍ଗ Mac Studio ଇଣ୍ଟରଡ଼୍ୟୁସ କରିବାକୁ ଯାଉଛି ଥଣ୍ଡରବୋଲ୍ଟ ୫ ପୋର୍ଟସ | ଯାହାକି ଡାଟାକୁ ଦ୍ରୁତ ଗତିରେ ଟ୍ରାନ୍ସଫର କରିପାରିବ | ଏହା ପ୍ରଫେସ୍ନାଲଙ୍କ ବ୍ୟବହାର ପାଇଁ ବହୁତ ଉପଯୋଗୀ ହେବ |

ବର୍ଷର ଶେଷ ଆଡକୁ ଆପଲ ଏକ ପରିବର୍ଦ୍ଧିତ ନୂଆ ରୂପରେ ଏହାର Mac Pro ଲଞ୍ଚ କରିବ ବୋଲି ଆଶା କରାଯାଉଛି | M3 ଜେନେରେସନକୁ ବାଦ ଦେଇ ଆଗାମୀ Mac Pro ଏକାଥରେ “Hydra.” ସହ M4 Ultra chip ଆଣିବ ବୋଲି ଜଣାପଡିଛି | ଏହି powerhouse processor ୩୨ CPU cores and ୮୦ GPU cores ରେ ଡ଼ିଜାଇନ ହୋଇଥିବା ଶୁଣିବାକୁ ମିଳୁଛି ,ଯାହାକି ବର୍ତ୍ତମାନର M4 Max କୁ ଦୁଇଗୁଣ କରିବାର ସାମର୍ଥ୍ୟ ରଖିବ | Mac Pro ଆହୁରି ମଧ୍ୟ ୧୯୨GB ମେମୋରୀ ଲିମିଟରୁ ଏକାଥରକେ ୫୧୨GB ମେମୋରିକୁ ବୃଦ୍ଧି କରିଛି |

You might also like