iPhone ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଭାରତରେ Apple ଖୋଲିଲା ଆଉ ୪ଟି Apple store

Apple ଭାରତରେ ୪ଟି ନୂଆ ଫିଜିକାଲ୍ Apple ଷ୍ଟୋର୍ ଖୋଲିବାକୁ ଯାଉଛି । ୨୦୨୨ ମସିହାରେ କମ୍ପାନୀ ଭାରତରେ ଦୁଇଟି ଆପଲ୍ ଷ୍ଟୋର୍ Apple BKC ଏବଂ Apple Saket ଖୋଲିଥିଲା । ଏହି ଦୁଇଟି Apple ଷ୍ଟୋର୍ ଦେଶର ଦୁଇଟି ବଡ଼ ମେଟ୍ରୋ ମୁମ୍ବାଇ ଏବଂ ଦୀଲ୍ଲୀରେ ଖୋଲାଯାଇଛି । ବର୍ତ୍ତମାନ କମ୍ପାନୀ ଆହୁରି ଅନେକ ସହରରେ Apple ଷ୍ଟୋର୍ ଖୋଲିବାକୁ ଯାଉଛି । କମ୍ପାନୀର CEO ଏହାକୁ କନଫର୍ମ କରିଛନ୍ତି । ଗତ ବର୍ଷ ଭାରତରେ iPhone ବମ୍ପର ବିକ୍ରି ହୋଇଥିଲା । ୨୦୨୪ ରେ ସ୍ମାର୍ଟଫୋନ୍ ବିକ୍ରିରେ Apple ର ଭ୍ୟାଲ୍ୟୁ ସେୟାର ସର୍ବାଧିକ ରହିଛି ।

iPhone ସେଲ୍ ମାମଲାରେ ଭାରତ ବର୍ତ୍ତମାନ୍ ଆମେରିକା, ଚୀନ୍, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ ଏବଂ ଜାପାନ୍ ଲିଷ୍ଟରେ ସାମିଲ୍ ଅଛି । ଭାରତରେ ଏହାର ନେଟୱାର୍କ ଏକ୍ସପାଣ୍ଡ କରିବାକୁ କମ୍ପାନୀ ଦିଲ୍ଲୀ- NCR, ମୁମ୍ବାଇ, ପୁଣ୍ନେ ଏବଂ ବେଙ୍ଗାଲୁରରେ ଚାରୋଟି ନୂଆ ଆପଲ୍ ଷ୍ଟୋର୍ ଖୋଲିବାକୁ ଯାଉଛି । ବର୍ଷ ଶେଷ ସୁଦ୍ଧା ଭାରତରେ ଆପଲ୍ ଷ୍ଟୋର୍ ବଢ଼ି ୬ଟି ହେବ ।

ଏକ ଡାଟା ଅନୁଯାୟୀ, ଆପଲ ୨୦୨୪ ରେ ଭ୍ୟାଲ୍ୟୁ ସେୟାରରେ ସବୁଠାରୁ ଆଗରେ ରହିଛି । କମ୍ପାନୀର ଭ୍ୟାଲ୍ୟୁ ସେୟାର ୨୩% ରହିଛି । ଏଥି ସହିତ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ୨୨% ସେୟାର ସହିତ ଦ୍ବିତୀୟ ସ୍ଥାନରେ ଅଛି । ଏହାପରେ ଚାଇନାର କମ୍ପାନୀଗୁଡିକରେ ନାମ ଆସିଥାଏ । ଭାରତରେ Vivo ର ମାର୍କେଟ ସେୟାର ୧୯% ରହିଛି । ସେହିଭଳି, Samsung, Xiaomi, Oppo, Realme ପରେ Apple ର ନାମ ଆସିଥାଏ ।

Apple Intelligence ସମ୍ବନ୍ଧରେ CEO ଏକ ବଡ଼ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଭାରତରେ ଆଇଫୋନ୍ ୟୁଜର୍ସମାନେ ଭାରତୀୟ ଭାଷାରେ ଆପଲର AI ଫିଚର ପାଇବା ଆରମ୍ଭ କରିବେ । କମ୍ପାନୀର CEO କହିଛନ୍ତି ଯେ ବର୍ତ୍ତମାନ ଆପଲ୍ ଇଣ୍ଟେଲିଜେନ୍ସି ଫ୍ରେଞ୍ଚ, ଜର୍ମାନ୍, ଇଟାଲୀ, ପର୍ତ୍ତୁଗୀଜ୍, ସ୍ପାନିଶ୍, ଜାପାନିଜ୍, କୋରିଆନ୍ ଭଳି ଅନେକ ଭାଷାରେ ଉପଲବ୍ଧ । ଭାରତ ଏବଂ ସିଙ୍ଗାପୁରରେ ଏହାକୁ ଲୋକାଲ୍ ଇଂରାଜୀ ଭାଷାରେ ବ୍ୟବହାର କରାଯାଇପାରିବ ।

You might also like