ଆପଲ ୟୁଜର୍ସଙ୍କ ପାଇଁ ସରକାର ଜାରୀ କଲେ ଆଲର୍ଟ , ଜଲ୍ଡି କରନ୍ତୁ ନିଜର ଆଇଫୋନ୍‌, ଆପଲ୍‌ ୱାଚ, ମ୍ୟାକ୍‌ ବୁକ ଓ ଆଇପ୍ୟାଡ ଅପଡେଟ୍‌

ବର୍ତ୍ତମାନ ଯେତେ ପ୍ରକାରର ଫୋନ ଓ କମ୍ୟୁଟର ଆସୁଛି , ତାକୁ ହ୍ୟାକ କରିବା ପାଇଁ ମଧ୍ୟ ହ୍ୟାକର୍ସମାନେ ସେତେ ନୂଆ ନୂଆ ପ୍ରଣାଳୀ ଆପଣାଉଛନ୍ତି । ସେମିତିରେବି ବର୍ତ୍ତମାନ ଦିନକୁ ଦିନ ବଢିବାରେ ଲାଗିଛନ୍ତି ଡିଜିଟାଲ ହ୍ୟାକର୍ସ । ସେଥି ପାଇଁ ତ ଫୋନ କମ୍ପାନୀ ଗୁଡିକ ସିଷ୍ଟମ ବ୍ୟବହାରକାରୀଙ୍କୁ ନିଜର ବ୍ୟବହାର ଫୋନ ହେଉ କିମ୍ବା ସିଷ୍ଟମ ଅପଡେଟ କରିବା ପାଇଁ ନୂଆ ଗାଇଡ ଲାଇନ ଜାରି କରୁଛନ୍ତି । ଠିକ ସେମିତି ମଧ୍ୟ ସବୁଠାରୁ ଦାମୀ ବ୍ରାଣ୍ଡ୍‌ ଆପଲ ୟୁଜର୍ସଙ୍କ ପାଇଁ ସରକାର ଜାରି କରିଛନ୍ତି ଆଲର୍ଟ । ଫୋନ ଓ ସିଷ୍ଟମ ଅପଡେଟ କରି ସୁରକ୍ଷିତ ରଖନ୍ତୁ ନିଜର ସବୁ ଡାଟା ।

ଆପଲ୍ ପ୍ରଡକ୍ଟ୍ସ ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁବାର ଏକ ଆଡ୍‌ଭାଇସ ବା ନୂଆ ରୁଲ ଜାରି କରି ସେମାନଙ୍କ ଡିଭାଇସ୍ ଅପଡେଟ୍ କରିବାକୁ କହିଛନ୍ତି। ସରକାର ଆପଲ୍ ବ୍ୟବହାରକାରୀଙ୍କୁ ତୁରନ୍ତ ସେମାନଙ୍କ ଡିଭାଇସ୍ ଅପରେଟିଂ ସିଷ୍ଟମର ଅତ୍ୟାଧୁନିକ ବା ଆସିଥିବା ନୂଆ ଫିଚର ପାଇଁ ଅପଡେଟ୍ କରିବାକୁ କହିଛନ୍ତି ଯାହା ଦ୍ୱାରା ଆପଣଙ୍କ ଫୋନ ସିକ୍ୟୁରିଟି ଫିଚର ଅଧିକ ସୁରକ୍ଷିତ ହୋଇଯିବ। ତେବେ ଏହି ସୂଚନା ପ୍ରଥମେ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) ଦେଇଛି ଯାହାକି ,ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି । ଆଇଫୋନ୍‌ , ମ୍ୟାକବୁକ,ଆପଲ ୱାଚ୍‌ , ଆଇପ୍ୟାଡ ଓ ଆପଲ ଟିଭି ଭଳି ଆପଲ ପ୍ରଡକ୍ଟ୍ସ ସବୁ ବର୍ତ୍ତମାନ ଅପରେଟିଂ ସିଷ୍ଟମର ପୁରୁଣା ଭର୍ସନରେ ଚାଲିଛି । ଏହି ପୁରୁଣା OS ଭର୍ସନକୁ ମାଲୱେର୍ ଦ୍ୱାରା ଇନଫେକ୍ଟେଡ କରାଯାଇପାରେ ଓ ହ୍ୟାକର୍ସଙ୍କ ଦ୍ୱାରା ଏହାକୁ ଆଟାକ କରାଯାଇପାରେ । ଅତି ସହଜରେ ଆପଲ ପ୍ରଡକ୍ଟ୍ସର ପୁରୁଣା ଭର୍ସନକୁ ହ୍ୟାକ କରାଯାଇ ପାରିବାର ସମ୍ଭାବନା ରହିଛି ।

apple product
Picture Credit – Mac Rumors

ହ୍ୟାକର୍ସମାନେ ଏହାର ଲାଭ ଉଠାଇ ପାରିବେ :

ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ନିଜର ରିପୋର୍ଟରେ କହିଛି ଯେ ଆପଲ୍ ଡିଭାଇସରେ ଅନେକ ଅସୁବିଧା ଥିବାର ଦେଖାଯାଇଛି । ଯାହାପାଇଁ ହ୍ୟାକର୍ସମାନେ ଅତି ସହଜରେ ଫୋନ ର ସେକ୍ୟୁରିଟିକୁ ହ୍ୟାକ କରିପାରିବେ । ସେକ୍ୟୁରିଟି ବାଇପାସ କରି ଆର୍ବିଟରୀ କୋଡ କୁ ଆପଲ ଡିଭାଇସ ଗୁଡିକରେ ଏକ୍ଜେକ୍ୟୁଟ କରିପାରିବେ । ଏହା ଛଡା ଟାର୍ଗେଟେଡ ସିଷ୍ଟମ ରେ ଥିବା ସବୁ ଡାଟା ଲିକ କରିଦେଇ ପାରିବେ ।

ଆପଲ ଅପରେଟିଂ ସିଷ୍ଟମରେ ସମସ୍ୟା କେଉଁଠାରେ ଦେଖାଯାଇଚି :

ଆପଲ୍ ଡିଭାଇସରେ ଚିହ୍ନଟ ହୋଇଥିବା ତ୍ରୁଟିଗୁଡ଼ିକରେ ଖରାପ ମେମୋରୀ ହ୍ୟାଣ୍ଡଲିଂ, ଷ୍ଟେଟ ମ୍ୟାନେଜମେଣ୍ଟ, ଇନପୁଟ୍ ଭାଲିଡେସନ ,ଚେକ୍ସ, ହ୍ୟାଣ୍ଡେଲିଙ୍ଗ ଅଫ୍‌ ଫାଇଲ ମେଟା ଡାଟା ,ଷ୍ଟେଟ ହ୍ୟାଣ୍ଡେଲିଙ୍ଗ , ବାଉଣ୍ଡ୍ସ ଚେକିଙ୍ଗ , ଲକିଙ୍ଗ ,ସେଣ୍ଡବସ୍କ ରେଷ୍ଟ୍ରିକ୍ସନ , ଆକ୍ସେସ ରେଷ୍ଟ୍ରିକ୍ସନ,ପରମିସନ୍ସ ଲଜିକ, ସ୍କ୍ରିପ୍ଟିଂ ଡିକ୍ସନାରୀ ରେ ଜାଭା ସ୍କି୍ରପ୍ଟ ର ଏଗ୍ଜିକ୍ୟୁସନ ଫାଇଲ୍ ସ୍କି୍ରପଟିଙ୍ଗ ଡିକ୍ସନାରୀ ରେ ଜାଭା ସ୍କ୍ରିପ୍ଟ ର ପରିଚାଳନା ଓ ବ୍ଲୁତୁଥ୍‌ ମିସ କଂଫିଗୁରେସନ ଆଦି ପ୍ରୋଗ୍ରମ ପ୍ରଭାବିତ ହେବ । ତେବେ ହ୍ୟାକର୍ସମାନେ ଏହି ପ୍ରୋଗ୍ରାମରେ ଥିବା ଅସୁବିଧାର ଲାଭ ଉଠାଇ ଆପଣଙ୍କ ଫୋନରେ ମାଲିସିୟସ ଆପ୍ଲିକେସନ ବା ଫୋନ କୁ ହ୍ୟାକ କରୁଥିବା ଆପ୍ଲିକେସନ ଇଷ୍ଟଲ କରିପାରନ୍ତି । ଯାହାକି ।CERT-In ନିଜ ରିପୋର୍ଟରେ ଏହି ସମସ୍ତ ସୂଚନା ଦେଇଛି ।

Apple Products
Picture Credit – Unsplash

ଆପଲ୍ ପୂର୍ବରୁ ମଧ୍ୟ ଜାରି କରିସାରିଛି ଅନେକ ଏମରଜେନ୍ସି ବା ଜରୁରୀକାଳୀନ ସଫ୍ଟୱେର୍ ଅପଡେଟ୍ :

ଗତ ଏକ ବର୍ଷ ମଧ୍ୟରେ, ଆପଲ୍ ଏହାର ଅପରେଟିଂ ସିଷ୍ଟମରେ ଥିବା ଅସୁବିଧା ବା ତ୍ରୁଟି ସୁଧାରିବା ପାଇଁ ଅନେକ ଜରୁରୀକାଳୀନ ସଫ୍ଟୱେର୍ ଅପଡେଟ୍ ଜାରି କରିସାରିଛି ।
ତେବେ ଇସ୍ରାଏଲର NSO ଗୋଷ୍ଠୀ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏୱେୟାରକୁ ଏହି ସମସ୍ୟାର ସବୁଠାରୁ ପ୍ରମୁଖ କାରଣ ଦର୍ଶାଯାଇଛି । ସେଥିପାଇଁ ସମୟ ସମୟରେ, ଆପଲ୍ ନିଜର ଉପଭୋକ୍ତାମାନଙ୍କୁ ସେମାନଙ୍କର ଡିଭାଇସ୍ କୁ ଅତ୍ୟାଧୁନିକ ଫର୍ମୱେୟାର ଏବଂ ସଫ୍ଟୱେୟାରରେ ଅପଡେଟ୍ କରିବାକୁ କହିଥାଏ ଯାହା ଦ୍ୱାରା ଆପଲ ୟୁଜର୍ସ କୌଣସି ସମସ୍ୟାର ସମୁଖୀନ ହେବେ ନାହିଁ । ଅତି ସହଜରେ କେହି ଯେମିତି ଏହି ଫୋନକୁ ହ୍ୟାର କରି ପାରିବେ ନାହିଁ ।

ଆପଲ୍‌ କମ୍ପାନୀ ଅଫିସିଆଲ୍ ନୋଟ ରେ ଦେଲା ଏହି ସୂଚନା :

ଅଫିସିଆଲ୍ ନୋଟ୍ ମାଧ୍ୟମରେ ଆପଲ୍ ଏହାର ଲାଟେଷ୍ଟ ସଫ୍ଟୱେୟାର ବିଷୟରେସୂଚନା ଦେଇଛି ଏବଂ କହିଛି ଯେ ବର୍ତ୍ତମାନ ଆପଲ୍ ର ଲାଟେଷ୍ଟ ସଫ୍ଟୱେର୍ ଭର୍ସନ ହେଉଛି iOS 15.2, iPadOS 15.2, macOS 12.1, tvOS 15.2 ଏବଂ watchOS 8.3। CERT-In ଏହାର ପରାମର୍ଶ ରିପୋର୍ଟରେ କହିଛି ଯେ ଆପଲ୍ ୟୁଜର୍ସମାନେ ନିଜର ଡିଭାଇସ ଗୁଡିକୁ ଜାରି କରାଯାଇଥିବା ନୂଆ ସଫ୍ଟୱେର୍ ଭର୍ସନରେ ଅପଡେଟ କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.