ଟେକ୍

ହରିୟାଣାର ଡ଼ାକ୍ତର ନିତେଶଙ୍କ ଜୀବନ ରକ୍ଷା କରିଛି ଆପଲ୍ ୱାଚ୍, ଆପଲ୍ ସିଓଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଲେ ଦମ୍ପତି

ଆପଲ ୱାଚ ବଞ୍ଚାଇଦେଇଛି ଜଣେ ଡ଼ାକ୍ତରଙ୍କ ଜୀବନ। ଏହା ସମ୍ଭବ ହୋଇଛି ଆପଲ ୱାଚରେ ସେହିଭଳି ଜବରଦସ୍ତ ଫିଚର ପାଇଁ । ସେଥିପାଇଁ ତ ନିକଟରେ ନିତେଶ ନାମକ ଜଣେ ଡେଣ୍ଟିଷ୍ଟଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ହିଁ ଏହି ଆପଲ ୱାଚ ତାଙ୍କ ଜୀବନ ରକ୍ଷା କରିଛି।

ନିତେଶଙ୍କ ପତ୍ନୀ ନେହା ତାଙ୍କୁ ଆପଲ୍ ୱାଚ୍ ସିରିଜ୍ ଗିଫ୍ଟ କରିଥିଲେ। ସେ ମଧ୍ୟ ଜାଣିନଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ଉପହାର ତାଙ୍କ ଜୀବନ ବଞ୍ଚାଇ ଦେବ। କାରଣ ଏହି ଘଣ୍ଟାରେ ECG ମଧ୍ୟ କରାଯାଇପାରିବ।

ଆପଲର ସବୁ ଗ୍ୟାଜେଟ୍ ମହଙ୍ଗା କିନ୍ତୁ ବ୍ୟବହାରକାରୀଙ୍କ ଟଙ୍କା ମଧ୍ୟ ନଷ୍ଟ ଯାଏନି। ସମସ୍ତ ଆପଲ୍ ଉତ୍ପାଦଗୁଡ଼ିକ ମଧ୍ୟରୁ ଆପଲ୍ ୱାଚ୍ ସବୁଠାରୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଆପଲ୍ ୱାଚ୍ ରେ ECG ପରି ଫିଚର ରହିଛି ଯାହା ପାଇଁ ନିତେଶଙ୍କ ଜୀବନ ବଞ୍ଚିଛି।

ନିତେଶ ଚୋପ୍ରାଙ୍କ ଘର ହରିୟାଣାରେ, ତାଙ୍କ ପତ୍ନୀ ଗତ ବର୍ଷ ଆପଲ୍ ୱାଚ୍ ସିରିଜ୍ 6 ତାଙ୍କୁଉପହାର ଦେଇଥିଲେ। ତେବେ କିଛି ଦିନ ପୂର୍ବରୁ ନିତେଶ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଯାହା ପରେ ତାଙ୍କ ପତ୍ନୀ ନେହା ତାଙ୍କୁ ଆପଲ୍ ୱାଚ୍ ସିରିଜରେ ECG ଯାଞ୍ଚ କରିବାକୁ କହିଥିଲେ।

ଯେତେବେଳେ ଆପଲ୍ ୱାଚ୍ ସହିତ ଯାଞ୍ଚ ହୋଇଥିବା ECG ରିପୋର୍ଟରେ କିଛି ଭୁଲ୍ ଦେଖାଗଲା, ସେତେବେଳେ ଉଭୟ ଡାକ୍ତରଖାନାକୁ ଯାଇଥିଲେ, ଯେଉଁଠାରେ ନିତେଶଙ୍କୁ ଆଙ୍ଗିଓଗ୍ରାଫି କରିବାକୁ ପଡୁଥିଲା। ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କର ୯୯.୯ ପ୍ରତିଶତ ଧମନୀ ଅବରୋଧ ବା ହାର୍ଟ ବ୍ଲକେଜ ହୋଇଯାଇଛି। ତାଙ୍କର ଅସ୍ତ୍ରୋପଚାର କରରାଯାଇଥିଲା ଓ କିଛି ଦିନ ପରେ ନିତେଶଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ନିତେଶଙ୍କ ପତ୍ନୀ ନେହା କହିଛନ୍ତି ଯେ ଏହି ଆପଲ ଘଣ୍ଟା ପାଇଁ ସେ ନୂଆ ଜୀବନ ପାଇଛନ୍ତି। ନେହା ଆହୁରି ମଧ୍ୟ କହିଛନ୍ତି ଯେ ଆପଲ୍ ୱାଚ୍ ନିଜେ ହିଁ ପ୍ରମାଣିତ କରିଦେଇଛି ଯେ ଏହା ବେଷ୍ଟ ୱାଚ। କାରଣ ଏହା ନିତେଶଙ୍କ ହାର୍ଟ ବ୍ଲକେଜ୍ ବିଷୟରେ ସୂଚନା ଦେଇଥିଲା।
ତେଣୁ ସେ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ। ଏମିତିକି ନିତେଶଙ୍କ ସ୍ବାସ୍ଥ୍ୟ ଠିକ୍ ହେବ ପରେ ନେହା ଏବଂ ନିତେଶ ଏକ ଚିଠି ଲେଖି ଆପଲ୍ ସିଇଓ ଟିମ୍ କୁ ଧନ୍ୟବାଦ ଦେଇଛନ୍ତି। ଉଭୟଙ୍କ ଚିଠିରେ ଟିମ୍ କୁକ୍ କୃତଜ୍ଞତା ଜଣାଇଛନ୍ତି।

ତେବେ ଅପଲ ୱାଚ ର ଫିଚର୍ ବିଷୟରେ ଯଦି କହିବା ଏଥିରେ ଅନେକ ଗୁଡ଼ିଏ ହେଲ୍ଥ ଫିଚର ରହିଛି । ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ର ସ୍ଵତନ୍ତ୍ର ଫିଚର୍ ରହିଛି ଆପଲ୍ ୱାଚ୍ ରେ, ଯାହାକି ମେଡ଼ିକାଲ ସ୍ଵୀକୃତିପ୍ରାପ୍ତ। ତେବେ ଖାଲି ନିତେଶ ନୁହେଁ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛି ଆପଲ ୱାଚ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

9 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

17 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

32 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

38 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

52 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago