ନୂଆ ଲୁକ୍ ସହିତ Apple Watch Series 7 ଲଞ୍ଚ, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ପ୍ରଥମ ଆପଲ୍ ୱାଚ ୨୦୧୫ରେ ଲଞ୍ଚ ହୋଇଥିଲା। ଏହାର ୬ ବର୍ଷ ପରେ ଆପଲ୍ ଏବେ ନୂଆ ଡିଜାଇନ ସହିତ ସିରିଜ ୭କୁ ଲଞ୍ଚ କରିଦେଇଛି। ଏହାର ଲଞ୍ଚି ଏକ ଭର୍ଚୁଆଲ ଇଭେଣ୍ଟରେ କରାଯାଇଛି। ଗତକାଲି ହୋଇଥିବା ଏହି ଇଭେଣ୍ଟରେ ନୂଆ ଆଇଫୋନ ମଡେଲ ସମେତ ନୂଆ ଆଇପ୍ଯାଡ ମଡେଲକୁ ମଧ୍ୟ ଲଞ୍ଚ କରାଯାଇଛି।

Apple Watch Series 7ର ଦାମ୍ ପାଖାପାଖି ୩୯୯ ଡଲାର ଅର୍ଥାତ୍ ୨୯,୩୮୦ ଟଙ୍କା ରହିଛି। ଗ୍ରାହକଙ୍କୁ ଏହି ୱାଚ ସହିତ ଅନେକ ପ୍ରକାର ଷ୍ଟ୍ରାପ ଅପସନ ମିଳିବ। ନୂଆ ଘଣ୍ଟାର ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। କିନ୍ତୁ ଏବେ ଏହା ୟୁଜର୍ସଙ୍କୁ ବହୁତ ପତଳା ବିଜେଲ୍ସ ସହିତ ବଡ ସ୍କ୍ରିନରେ ନଜର ଆସିବ। ଲୁକ୍ ନୂଆ କିନ୍ତୁ କୌଣସି ପରିବର୍ତ୍ତନ କରାଯାଇନାହିଁ।

ୟୁଜର୍ସଙ୍କୁ ଡିସପ୍ଲେ ପାଖରେ ୧.୭ ଏମଏମ ବିଜେଲ୍ସ ନଜର ଆସିବ। ଏହାସହିତ ଅଲୱେଜ ଅନ ସ୍କ୍ରିନ ମୋଡ ଏବେ ୭୦ ପ୍ରତିଶତ ପର୍ଯ୍ଯନ୍ତ ଅଧିକ ବ୍ରାଇଟ ହେବ। ଏହି ନୂଆ ଘଣ୍ଟା କ୍ରାକ୍ ରେଜିଷ୍ଟାଣ୍ଟ ଏବଂ IP6X ସାର୍ଟିଫାଏଡ ବୋଲି ଆପଲ କମ୍ପାନୀ ଦାବି କରିଛି।

ଏହାସହିତ ଫାଷ୍ଟ ଚାର୍ଜିଂ ସପୋର୍ଟ ୟୁଜର୍ସଙ୍କୁ ମିଳିବ। ୟୁଜର୍ସ କେବଳ ୮ ମିନିଟରେ ଚାର୍ଜ କରି ୮ ଘଣ୍ଟା ପାଇଁ ବ୍ଯବହାର କରିପାରିବେ। ବ୍ଯାଟେରୀ ବିଷୟରେ କହିବାକୁ ଗଲେ ସିରିଜ ୬ ଭଳି ସିରିଜ ୭ରେ ୟୁଜର୍ସଙ୍କୁ ୧୮ ଘଣ୍ଟାର ବ୍ଯାଟେରୀ ବ୍ଯାକଅପ ମିଳିବ। କମ୍ପାନୀ ଦାବି ମୁତାବକ, ସ୍କ୍ରିନରେ ୫୦ ପ୍ରତିଶତ ଅଧିକ ଟେକ୍ସଟ ଫିଟ୍ ହୋଇପାରିବ।