Apple Launch Event: ଆଜିର ଲଞ୍ଚ୍‌ ଇଭେଣ୍ଟରେ ଏସବୁ ଖାସ୍‌ ପ୍ରଡକ୍ଟ ଲଞ୍ଚ୍‌ କରିବ ଆପଲ, ଏଠାରେ ଦେଖନ୍ତୁ ଲାଇଭଷ୍ଟ୍ରିମିଂ

ଆମେରିକାର ବୃହତ ଟେକ୍‌ କମ୍ପାନୀ ଆପଲ ଆଜି ଆୟୋଜିତ କରିବାକୁ ଯାଉଛି ଚଳିତବର୍ଷର ଦ୍ୱିତୀୟ ଇଭେଣ୍ଟ। ଏହି ଇଭେଣ୍ଟରେ କମ୍ପାନୀ ନିଜ ନୂଆ ୧୪ ଓ ୧୬ ଇଞ୍ଚିଆ MacBook Pro ମଡେଲ୍‌ ଲଞ୍ଚ୍‌ କରିବ। ଏହା ବ୍ୟତୀତ କମ୍ପାନୀ ନୂଆ AirPods ଉପରରୁ ମଧ୍ୟ ପରଦା ଉଠାଇପାରେ। କୁହାଯାଉଛି ଯେ ଏଥିରେ ରିଡିଜାଇନ୍‌ କରାଯାଇଥିବା ମ୍ୟାକ୍‌-ମିନି ମଧ୍ୟ ଲଞ୍ଚ୍‌ ହୋଇପାରେ। କମ୍ପାନୀର ଏହି ଇଭେଣ୍ଟ ଭର୍ଚୁଆଲରେ ହେବ। ତେବେ ଆସନ୍ତୁ ଜାଣିବା ଏହି ଇଭେଣ୍ଟ କେବେ ହେବ ଓ ଆପଣ କେମିତି ଦେଖିପାରିବେ…

ଆପଲର ଏହି ଇଭେଣ୍ଟର ନାଁ ରଖାଯାଇଛି ‘Unleashed’। ଭର୍ଚୁଆଲରେ ହେବାକୁ ଥିବା ଏହି ଇଭେଣ୍ଟ ଭାରତୀୟ ସମୟ ଅପରାହ୍ନ ୧ଟା ବେଳେ ଆରମ୍ଭ ହେବ। ଯାହାର ଲାଇଭ୍‌ ଷ୍ଟ୍ରିମିଂ ଆପଣ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍‌ ଓ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖିପାରିବେ।

ଏହି ଇଭେଣ୍ଟରେ ଆପଲ ନିଜ ନୂଆ ୧୪ ଓ ୧୬ ଇଞ୍ଚର ମ୍ୟାକ୍‌ବୁକ୍‌ ପ୍ରୋ ମଡେଲକୁ ଲଞ୍ଚ୍‌ କରିବେ। କୁହାଯାଉଛି ଯେ କମ୍ପାନୀ ଏକ ମ୍ୟାକ୍‌ ମିନି ଉପରେ ମଧ୍ୟ କାମ କରୁଛି, ଯେଉଁଥିରେ M1X ମ୍ୟାକ୍‌ବୁକ୍‌ ପ୍ରୋ ଭଳି ସମାନ ୬୪ ଜିବି ରାମ୍‌, ୧୦ କୋର ସିପିୟୁ ଓ ୧୬ କିମ୍ବା ୩୨ ଗ୍ରାଫିକ୍ସ କୋର ରହିଛି।

ଆପଲର ଆଜିର ଇଭେଣ୍ଟରେ ନୂଆ AirPods 3 ଉପରୁ ମଧ୍ୟ ପରଦା ଉଠାଇପାରେ କମ୍ପାନୀ। ଏହା କମ୍ପାନୀର ଟ୍ରୁ ୱେୟାରଲେସ୍‌ ଇୟରବଡ୍ସର ଥାର୍ଡ ଜେନେରେସନ୍‌ ଏୟାରପୋଡ୍‌ସ ହେବ। ଏହି AirPods ର ଡିଜାଇନ୍‌ AirPods Pro ଭଳି ହୋଇପାରେ। ଏହାର କେସ୍‌କୁ ମଧ୍ୟ ଭିନ୍ନ ଲୁକ୍‌ରେ ଲଞ୍ଚ୍‌ କରାଯିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.