Apple ମାଗଣାରେ ବଦଳାଉଛି iPhoneର ବ୍ଯାଟେରୀ, ଫଟାଫଟ୍ ଚେକ୍ କରିଦିଅନ୍ତୁ ଆପଣଙ୍କ ଫୋନ ?

ଆମେରିକାର ଲୋକପ୍ରିୟ ଆଇଫୋନ ନିର୍ମାତା କମ୍ପାନୀ ଆପଲ୍ ନିକଟରେ ଏକ ବଡ ଘୋଷଣା କରିଛି। ଏଥିପାଇଁ କିଛି ଆଇଫୋନ ୟୁଜର୍ସଙ୍କ ବ୍ଯାଟେରୀକୁ କମ୍ପାନୀରେ ଫ୍ରିରେ ବଦଳାଉଛି। କିନ୍ତୁ ବ୍ଯାଟେରୀ ବଦଳାଇବା ପୂର୍ବରୁ କମ୍ପାନୀ ବ୍ଯାଟେରୀରେ ସତରେ ସମସ୍ଯା ଅଛି ନା ନାହିଁ, ତାହା ତଦାରଖ କରୁଛି।

ଖବର ଅନୁଯାୟୀ, ଆଇଫୋନ ୧୧ ୟୁଜର୍ସ ସୋସିଆଲ ମିଡିଆ ଏବଂ ଇମେଲ ଜରିଆରେ ଅଭିଯୋଗ କରୁଛନ୍ତି କି, ତାଙ୍କ ଫୋନ ବ୍ଯାଟେରୀ ହେଲଥ ବିଷୟରେ ଭୁଲ ତଥ୍ଯ ଜଣାଉଛି। ଏହି ଅଭିଯୋଗ ପରେ ଆପଲ ପକ୍ଷରୁ ଫ୍ରିରେ ବ୍ଯାଟେରୀ ପରିବର୍ତ୍ତନ ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି, ଆଇଫୋନ ୧୧ର କିଛି ମଡେଲ ଏକ ବଗ୍ କାରଣରୁ ପ୍ରଭାବିତ ହୋଇଛି। ଯାହା ପରେ ସେଥିରେ ଦ୍ରୁତଗତିରେ ବ୍ଯାଟେରୀ ସରିଯାଉଛି ଏବଂ ସମସ୍ଯା ଦେଖାଦେଇଛି। ଏହି କାରଣରୁ ବ୍ଯାଟେରୀର ହେଲଥ ଏବଂ ପରଫାମ୍ସ ମଧ୍ୟ ଖରାପ ହେଉଛି।

ରିପୋର୍ଟ ମୁତାବକ, ଆଇଫୋନ ସିରିଜର ସମସ୍ତ ମଡେଲରେ ଏହି ସମସ୍ଯା ଦେଖିବାକୁ ମିଳିଛି। କିନ୍ତୁ କମ୍ପାନୀ ଏହାକୁ ଚେକ୍ କରିବା ପରେ ଆଇଫୋନ ୧୧, ଆଇଫୋନ ୧୧ ପ୍ରୋ, ଆଇଫୋନ ପ୍ରୋ ମାକ୍ସରେ ଫ୍ରି ବ୍ଯାଟେରୀ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। କମ୍ପାନୀ iOS 14.5 ର ରିଲିଜ ସହିତ ଆପଲ ପକ୍ଷରୁ ଏହି ବଗ୍କୁ ଫିକ୍ସ କରାଯାଇସାରିଲାଣି। ଯଦି ଆପଣ ସଫ୍ଟୱେୟାର ଅପଡେଟ୍ କରିନାହାନ୍ତି, ତେବେ ଆପଣ ମଧ୍ୟ ଏମିତି ସମସ୍ଯା ଭୋଗୁଥାଇପାରନ୍ତି।

iphone
ht Tech

କମ୍ପାନୀ କହିଛି କି, ଯେଉଁ ଆଇଫୋନ ୧୧ ସିରିଜରେ ୟୁଜର୍ସଙ୍କ ବ୍ଯାଟେରୀ ଖରାପ ହୋଇଯାଇଛି, ସେମାନଙ୍କୁ ଅପଡେଟ୍ ପରେ ‘Recalibration of the battery health reporting system was not successful. An Apple Authorized Service Provider can replace the battery free of charge to restore full performance and capacity’ ମେସେଜ ଆସିବ।

Leave A Reply

Your email address will not be published.