ଏବେ ଆଧାରକାର୍ଡ ସାହାଯ୍ୟରେ ଘରେ ବସି କରିପାରିବେ ବ୍ୟାଙ୍କରୁ ପର୍ସନାଲ ଲୋନ୍‌, ଜାଣନ୍ତୁ ଷ୍ଟେପ୍‌

ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଡାକଘର ଓ ପାସପୋର୍ଟ ଏପରିକି ସରକାରୀ ଯୋଜନାର ଲାଭ ଉଠାଇବା ପର୍ଯ୍ୟନ୍ତ, ସବୁଥିରେ ଆଧାରକାର୍ଡ ବାଧ୍ୟତାମୂଳକ ହୋଇଯାଇଛି ।ଏବେ ଆପଣଙ୍କର ଯଦି ଆର୍ଥିକ ସମସ୍ୟା ରହିଛି। ଆଉ ଆପଣ ନିଜ ପାଇଁ ପର୍ସନାଲ ଲୋନ ନେବାକୁ ଚାହୁଁଛନ୍ତି ତେବେ ଆଧାର କାର୍ଡ ସାହାଯ୍ୟରେ ମଧ୍ୟ ନିଜ ପାଇଁ ପର୍ସନାଲ ଲୋନ ନେଇପାରିବେ।

ଦେଶରେ ଏବେ ଲୋକଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ନୂଆ ନିୟମ ବାହାର କରାଯାଇଛି। ଦେଶରେ ସାର୍ବଜନିକ ସ୍ତରରେ ଏବେ ପ୍ରତ୍ୟେକ ବ୍ୟକ୍ତି କିପରି ସହଜରେ ଲୋନ ପାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏମିତି କି ଆପଣ ଏବେ ଲୋନ୍‌ ନେବା ପାଇଁ ଚାହୁଁଥିଲେ ଘର ବାହାରକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ। କରୋନାର ସଙ୍କଟ ପରେ ବ୍ୟାଙ୍କର ପ୍ରାୟ ସମସ୍ତ ଜରୁରୀ କାମ ଏବେ ଘରୁ ମଧ୍ୟ କରିପାରିବେ। ଏଥିପାଇଁ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଆପଣଙ୍କୁ ଯିବାକୁ ପଡ଼ିବ। ଏହାସହ ଆପଣଙ୍କୁ ବେଶି ପେପରଓ୍ଵାର୍କ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ କେବଳ ଆପଣଙ୍କୁ KYC ଡକ୍ୟୁମେଣ୍ଟସ୍‌ ସବମିଟ୍‌ କରିବାକୁ ହେବ। ଏହାସହ ଆପଣ ନିଜ ଆଧାରକାର୍ଡ ଜରିଆରେ ସହଜରେ ବଡ ଆମାଉଣ୍ଟର ଲୋନ ପାଇପାରିବେ।

ଏବେ ପ୍ରାଇଭେଟ ବ୍ୟାଙ୍କ ଏବଂ ଫାଇନାସିଆଲ ଇନଷ୍ଟିଚ୍ୟୁସନ୍‌ ଲୋନ ନେବା ବ୍ୟବସ୍ଥାକୁ ଖୁବ ସହଜ କରିଦେଇଛନ୍ତି। ଏହି ପ୍ରୋସେସ୍‌ ରେ ଆପଣ ପର୍ସନାଲ ଲୋନ ଥ୍ରୋ ଆଧାର ପାଇଁ ଆପ୍ଲାଏ କରିପାରିବେ। ଏଥିପାଇଁ ଆପଣଙ୍କର କୌଣସି ହାଡକପି ସବମିଟ କରିବା ଦରକାର ନାହିଁ। ତେବେ ଏଥିପାଇଁ ଆପଣ ଭାରତୀୟ ନାଗରିକ ହେବା ସହ କୌଣସି ପବ୍ଲିକ, ପ୍ରାଇଭେଟ କିମ୍ବା ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରୁଥିବା ଆବଶ୍ୟକ। ତେବେ ଯାଇ ଆପଣ ଘରେ ବସି ଅନଲାଇନ ଦ୍ୱାରା ଖୁବ ସହଜରେ ନିଜ ପାଇଁ ଲୋନ ଆପ୍ଲାଏ କରିପାରିବେ। ଏଥିପାଇଁ ଜାଣିନିଅନ୍ତୁ:-

ଷ୍ଟେପ:

-ପ୍ରଥମେ ଆପଣ ନିଜ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ କିମ୍ବା ମୋବାଇଲ ଆପ୍‌ କୁ ଯିବାକୁ ହେବ।
-ଏହାପରେ ଆପଣ Loan ସେକସନରେ ପର୍ସନାଲ ଲୋନ ବିକଳ୍ପକୁ ସିଲେକ୍ଟ କରନ୍ତୁ । ପରେ ଏଲିଜିବିଲିଟି ଚେକ୍‌ କରନ୍ତୁ।
-ଏବେ ଆପଣ Apply Now ଉପରେ କ୍ଲିକ କରନ୍ତୁ।
– ଦିଆଯାଇଥିବା ଫର୍ମକୁ ପୂରଣ କରନ୍ତୁ।

ଏହାପରେ ବ୍ୟାଙ୍କରୁ ଆପଣଙ୍କ ପାଖକୁ କଲ ଆସିବ । ଏହାପରେ ଆପଣଙ୍କ ସମସ୍ତ ଡିଟେଲ୍ସ ଭେରିଫାଏ କରାଯିବ। ଭେରିଫିକେସନ୍‌ ପରେ ଆପଣଙ୍କୁ ଲୋନ ପାଇଁ ମଞ୍ଜୁରି ମିଳିଯିବ। ଲୋନ ଆକ୍ସେପଟାନ୍ସ ପରେ ଆପଣଙ୍କ ସେଭିଂ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.