ଟେକ୍

Zoom କୁ ଟକ୍କର ଦେବ Say Namaste ଆପ୍‌, ରହିଛି ଏସବୁ ଖାସ୍‌ ଫିଚର

ଲକ୍‌ଡାଉନ୍‌ ମଧ୍ୟରେ ସୋସିଆଲ ଡିସ୍‌ଟାନ୍ସିଂ ବା ସାମାଜିକ ଦୂରତ୍ୱ ବଜାୟ ରଖି ଘରୁ କାମ କରିବା ବେଳେ ମିଟିଂ ଓ ଭିଡିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌ ଲୋକଙ୍କୁ ବେଶ୍‌ ସାହାଯ୍ୟ କରୁଛି। ଏଥିସହ ବେଳେବେଳେ ହ୍ୟାକ୍‌ ହେଉଥିବାରୁ ମଧ୍ୟ ଚର୍ଚ୍ଚାରେ ରହିଛି ଜୁମ୍‌। ତେବେ ବର୍ତ୍ତମାନ ଜୁମ୍‌କୁ ଟକ୍କର ଦେବାକୁ ଆଉ ଏକ ଭିଡିଓ କଲିଂ ଆପ୍‌ Say Namaste ଲଞ୍ଚ୍‌ ହୋଇଛି। ଏହି ଆପ୍‌କୁ ୟୁଜର ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିପାରିବେ। ଲଞ୍ଚ୍‌ ହେବାର ମାତ୍ର କିଛି ସମୟ ଭିତରେ ଲକ୍ଷାଧିକ ଲୋକ ଏହାକୁ ଲୋଡ୍‌ କରିସାରିଥିବା ଦେଖିବାକୁ ମିଳିଛି।

Say Namaste ର ବିଶେଷତ୍ୱ:

Say Namaste  ଆପ୍‌ରେ ୟୁଜର ଏକାସଙ୍ଗେ ୫୦ ଜଣଙ୍କୁ ଭିଡିଓ କଲ୍‌ କରିପାରିବେ। ଗୁଗଲ ପ୍ଲେ ଷ୍ଟୋରରେ ଦିଆଯାଇଥିବା ସୂଚନା ମୁତାବକ ଏହି ଆପ୍‌ରେ ୟୁଜରଙ୍କୁ ସ୍କ୍ରିନ୍‌ ସେୟାରିଂ, ଟେକ୍ଟ ମେସେଜ୍‌ ଓ ଫାଇଲ ସେୟାରିଂ ଭଳି ଖାସ୍‌ ସୁବିଧା ମିଳିବ। ଏହା ବ୍ୟତୀତ ୟୁଜର ଚାହିଁଲେ ସ୍କ୍ରିନ୍‌ ସେୟାରିଂ ଅପ୍‌ସନ୍‌ ସାହାଯ୍ୟରେ ନିଜ ଡିଭାଇସ୍‌ର ସ୍କ୍ରିନ୍‌କୁ ଅନ୍ୟ ୟୁଜର୍ସଙ୍କ ସହ ସେୟାର କରିପାରିବେ। ଏହି ଫିଚର ମିଟିଂ ବେଳେ ପ୍ରେଜେଣ୍ଟେସନ୍‌ ଆଦି ପାଇଁ ବେଶ୍‌ ଉପଯୋଗ ହେବ।

ଏହା ବ୍ୟତୀତ Say Namaste ଆପ୍‌ରେ ଭିଡିଓ କଲିଂ ବେଳେ ଟେକ୍ସଟ୍‌ ମେସେଜ୍‌ କରିବାର ସୁବିଧା ମଧ୍ୟ ରହିଛି। ଏହି ଆପ୍‌ରେ ଡକ୍ୟୁମେଣ୍ଟ, ପିଡିଏଫ୍‌, ଇମେଜ୍‌ ଓ ଭିଡିଓ ଫାଇଲ ଆଦି ଭିଡିଓ କଲିଂ ବେଳେ ବି ସେୟାର କରିପାରିବେ। Play Store ରେ ଏହି ଆପ୍‌କୁ ୪.୬ର ରେଟିଂ ମିଳିଛି। କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ ଏହି ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ରହିଛି। ଏହି ଆପ୍‌ ୟୁଜରଙ୍କ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦିଏ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

1 hour ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

3 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

3 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

4 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

4 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

4 hours ago