iPhone ଚାର୍ଜ କରିବା ସମୟରେ ଏହି ସବୁ ଭୁଲ କରୁଛନ୍ତି କି? ହୋଇପାରେ ବହୁତ କ୍ଷତି
ଆଜିର ଡିଜିଟାଲ୍ ଯୁଗରେ, ଆମେ ଅଫିସିଆଲ ହେଉ କିମ୍ବା ପର୍ସନାଲ ସବୁକିଛି ପାଇଁ ଆମର ଫୋନ୍ ବ୍ୟବହାର କରୁ । ଯଦି ଆପଣ ଆଇଫୋନ୍ ବ୍ୟବହାର କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ଫୋନର ବ୍ୟାଟେରୀ ବ୍ୟବହାର ପରେ ଶୀଘ୍ର ଡିସଚାର୍ଜ ହୁଏ । ଏଭଳି ପରିସ୍ଥିତିରେ ପ୍ରାୟତଃ ଲୋକେ କାମ ସାରି ଘରକୁ ଯିବା ପରେ ରାତିସାରା ଫୋନ୍ ଚାର୍ଜରେ ଲଗାଇ ଛାଡିଦିଅନ୍ତି ।
ଆପଣ ଜାଣନ୍ତି କି ରାତିସାରା ଫୋନ୍ ଚାର୍ଜ କରିବା ଫୋନର ବ୍ୟାଟେରୀ ହେଲ୍ଥ ଉପରେ ମଧ୍ୟ ପ୍ରଭାବ ପକାଇପାରେ? ତେବେ ଆଜି ଆମେ ଆପଣଙ୍କୁ ଆଇଫୋନ୍ ବ୍ୟାଟେରୀ ଚାର୍ଜ କରିବାବେଳେ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବା ଉଚିତ୍ ତାହା ବିଷୟରେ ଜଣାଇବୁ ।
-ଆଇଫୋନ୍ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିବା ପରେ ଏହାକୁ ଚାର୍ଜିଂରୁ ବାହାର କରନ୍ତୁ । ଏହା ଉପରେ ପ୍ରେସର ହ୍ରାସ ପାଇବ ଏବଂ ବ୍ୟାଟେରୀ ହେଲ୍ଥକୁ ମଧ୍ୟ ଭଲ ରଖିବ ।
-ଚାର୍ଜ କରିବା ସମୟରେ ଆପଣଙ୍କ ଆଇଫୋନରୁ କଭର ହଟାନ୍ତୁ । ସିଧାସଳଖ ସୂର୍ଯ୍ୟ କିରଣରେ ଆଇଫୋନ୍ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଚାର୍ଜ କରିବା ସମୟରେ ଫୋନକୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।
-ଯଦିଓ ଆଇଫୋନ୍ ସହିତ କେତେବେଳେ ଚାର୍ଜର ଆସେ ନାହିଁ, ତଥାପି ଆଇଫୋନକୁ କେବଳ ଅରିଜିନାଲ୍ ଆପଲ୍ ଚାର୍ଜର ସହିତ ଚାର୍ଜ କରିବାକୁ ଚେଷ୍ଟା କରନ୍ତୁ ଏବଂ ଫୋନ୍ ସହିତ ଆସୁଥିବା କେବୁଲ୍ ମଧ୍ୟ ବ୍ୟବହାର କରନ୍ତୁ କାରଣ ଯେକୌଣସି ଥାର୍ଡ଼ ପାର୍ଟି ଚାର୍ଜର କିମ୍ବା କେବୁଲ୍ ଆପଣଙ୍କ ଫୋନକୁ ନଷ୍ଟ କରିପାରେ ।
-ନିଜ ଆଇଫୋନର ବ୍ୟାଟେରୀ କମ ହେବା ମାତ୍ରେ Low Power Mode ଟର୍ନ୍ ଅନ୍ କରନ୍ତୁ । ଏହାର ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା କିଛି ଅନାବଶ୍ୟକ processingକୁ ବନ୍ଦ କରିଦିଅନ୍ତୁ, ଯାହା ଆପଣଙ୍କର ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବ ।
-ଆପଣଙ୍କ ଆଇଫୋନରେ ସବୁବେଳେ ଲାଟେଷ୍ଟ iOS ଭର୍ସନ ଇନଷ୍ଟଲ୍ କରିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା, ଅଧିକାଂଶ ସମୟରେ ଆପଣ ଉନ୍ନତ Optimization ଏବଂ performance ଦେଖିବାକୁ ପାଇବେ ।
-Settings > Battery > Battery Healthକୁ ଯାଇ ଆପଣଙ୍କ ଆଇଫୋନର ବ୍ୟାଟେରୀ ହେଲ୍ଥ ଯାଞ୍ଚ କରନ୍ତୁ । ଏହା ଆପଣଙ୍କୁ ଜଣାଇବା ଯେ ଆପଣଙ୍କର Battery Health କ’ଣ ଏବଂ ଆପଣ ଏହାକୁ ବଦଳାଇବା ଆବଶ୍ୟକ କରନ୍ତି କି ନାହିଁ ।