ଆରୋଗ୍ୟ ସେତୁ ଆପ ବନାଇଲା ଆଉ ଏକ ରେକର୍ଡ, ସାରା ଦୁନିଆର ଆପ୍ସକୁ ଦେଉଛି କଡା ଟକ୍କର

କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସୂଚନା ପ୍ରଦାନ କରୁଥିବା ଅଫିସିଆଲ୍ ଆପ୍ ‘ଆରୋଗ୍ୟ ସେତୁ ଆପ୍’ ମେ ମାସରେ ଟପ10 ଡାଉନଲୋଡ୍ ମୋବାଇଲ୍ ଆପ୍ ମଧ୍ୟରେ ଗୋଟିଏ ହୋଇ ରହିଛି ବୋଲି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଶନିବାର ଏହି ସୂଚନା ଦେଇଛନ୍ତି ।

ଅମିତାଭ କାନ୍ତ ଟ୍ୱିଟ୍ କରି କହିଛନ୍ତି ଯେ ‘ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବାର କ୍ରମାଗତ ଭାବେ ଦ୍ୱିତୀୟ ମାସରେ ବିଶ୍ଵର ଶ୍ରେଷ୍ଠ ୧୦ ଡାଉନଲୋଡ୍ ମୋବାଇଲ୍ ଆପ୍ ମଧ୍ୟରୁ ଗୋଟିଏ ହୋଇପାରିଛି । COVID-19 ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରଭାବଶାଳୀ ଭାବରେ ଟେକ୍ନୋଲୋଜିର ଲାଭ ଉଠାଇବା ପାଇଁ ଏହା ଦୁନିଆକୁ ଜଣାଇଛି । ସୁଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲରେ ଦେଶକୁ ସମ୍ବୋଧିତ କରି ଏହି ଆପ୍ ଡାଉନଲୋଡ୍ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ।

If Arogya Setu app is not downloaded then entry in this state is ...

କିପରି ବ୍ୟବହାର କରିବେ ଆରୋଗ୍ୟ ସେତୁ ଆପ

ସର୍ବପ୍ରଥମ ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ଫୋନରେ ଇନଷ୍ଟଲ୍ କରିବାକୁ ପଡିବ । ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବା ପରେ, ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲନ୍ତି, ତେବେ ଆପଣଙ୍କୁ କିଛି ପରମିସନ ଦେବାକୁ ପଡିବ । ଏହା ଆପଣଙ୍କର ମୋବାଇଲ୍ ନମ୍ବର, ବ୍ଲୁଟୁଥ୍ ଏବଂ ଲୋକେସନ ଡାଟା ସାହାଯ୍ୟରେ ଆପଣ ସୁରକ୍ଷିତ ଅଛନ୍ତି କି ସଂକ୍ରମଣର ବିପଦ ରହିଛି ସେ ବିଷୟରେ ସୂଚନା ଦେବ ।

Leave A Reply

Your email address will not be published.