iPhone 13 ଆସୁ ଆସୁ ଶସ୍ତା ହେଲା ଆଇଫୋନ୍‌ 12ର ମଡେଲ୍‌, ଦାମ୍‌ରେ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ!

ଯେତେବେଳେ ବି ନୂଆ ଆଇଫୋନର ଲଞ୍ଚିଙ୍ଗ୍‌ ହୋଇଥାଏ, ତ ପୁରୁଣା ମଡେଲର ଦାମ୍‌ରେ ବଡ଼ ଧରଣର ହ୍ରାସ କରାଯାଇଥାଏ। ଏବେ iPhone 13ର ଲଞ୍ଚିଙ୍ଗ୍‌ ସହିତ ବି ଏମିତି ହୋଇଛି। ଆଇଫୋନ 13 ସିରିଜ୍‌ ଅଧୀନରେ iPhone 13 mini, iPhone 13, iPhone 13 pro, iPhone 13 pro max ଲଞ୍ଚ୍‌ ହୋଇଛି। ସେପଟେ iPhone 12ର ଦାମ୍‌ରେ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିଛି। iPhone 12 miniର ଦାମ୍‌ରେ ବି ୧୦,୦୦୦ ଟଙ୍କା କମେଇ ଦିଆଯାଇଛି। ଆସନ୍ତୁ ଜାଣିବା ଆଇଫୋନ 12 ସିରିଜ୍‌ର ନୂଆ ଦାମ୍‌।

iPhone 12 mini 64GB – 59,900 ଟଙ୍କା

iPhone 12 mini 128GB – 64,900 ଟଙ୍କା

iPhone 12 mini 256GB – 74,900 ଟଙ୍କା

iPhone 12 64GB – 65,900 ଟଙ୍କା

iPhone 12 128GB – 70,900 ଟଙ୍କା

iPhone 12 256GB – 80,900 ଟଙ୍କା

ଯଦି ଆପଣ ଏକ୍ସଚେଞ୍ଜ୍‌ ଅଫର ଅର୍ଥାତ୍‌ ଟ୍ରେଡ୍‌ ଇନରେ ଯାଉଛନ୍ତି, ତ ଆପଣଙ୍କୁ iPhone 12 mini ପାଖାପାଖି 45,900 ଟଙ୍କାରେ ଏବଂ iPhone 12 55,900 ଟଙ୍କାରେ ମିଳିପାରିବ।

iPhone 13 ସିରିଜ୍‌ର ଭାରତରେ ଦାମ୍‌

iPhone 13 miniର 128GB ଭେରିଏଣ୍ଟର ଦାମ୍‌ 69,900 ଟଙ୍କା, 256GB ଭେରିଏଣ୍ଟର ଦାମ୍‌ 79,900 ଟଙ୍କା ଏବଂ 512GB ଭେରିଏଣ୍ଟର ଦାମ୍‌ 99,900 ଟଙ୍କା ରହିଛି। ସେପଟେ iPhone 13ର 128GB ଭେରିଏଣ୍ଟର ଦାମ୍‌ 79,900 ଟଙ୍କା, 256GB ଭେରିଏଣ୍ଟର ଦାମ୍‌ 89,900 ଟଙ୍କା ଏବଂ 512GB ଭେରିଏଣ୍ଟର ଦାମ୍‌ 1,09,900 ଟଙ୍କା ରଖାଯାଇଛି।

iPhone 13 Pro ଏବଂ iPhone 13 Pro Maxକୁ 1 TB ଷ୍ଟୋରେଜ୍‌ ସହିତ କିଣିବାର ମଉକା ମିଳିବ। iPhone 13 Proର 128GB ଭେରିଏଣ୍ଟର ଦାମ୍‌ 1,19,900 ଟଙ୍କା, 256GB ଭେରିଏଣ୍ଟର ଦାମ୍‌ 1,29,900 ଟଙ୍କା, 512GB ଭେରିଏଣ୍ଟର ଦାମ୍‌ 1,49,900 ଟଙ୍କା ଏବଂ 1 TB ଷ୍ଟୋରେଜ୍‌ ମଡେଲର ଦାମ୍‌ 1,69,900 ଟଙ୍କା ରହିଛି।

iPhone 13 Pro Max 128GB ଭେରିଏଣ୍ଟର ଦାମ୍‌ 1,29,900 ଟଙ୍କା, 256GB ଭେରିଏଣ୍ଟର ଦାମ୍‌ 1,39,900 ଟଙ୍କା, 512GB ଭେରିଏଣ୍ଟର ଦାମ୍‌ 1,59,900 ଟଙ୍କା ଏବଂ 1 TB ଷ୍ଟୋରେଜ୍‌ ମଡେଲର ଦାମ୍‌ 1,79,900 ଟଙ୍କା ରହିଛି। ଫୋନ୍‌କୁ ୧୭ ସେପ୍ଟେମ୍ବରରୁ ପ୍ରି-ଅର୍ଡର କରାଯାଇ ପାରିବ ଏବଂ ବିକ୍ରି ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ।

Leave A Reply

Your email address will not be published.