ତାଇୱାନ କମ୍ପାନୀ Asus ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ଡୁଆଲ ସ୍କ୍ରିନ ଲ୍ୟାପଟପ, ସାନଦାର ଲୁକ ସହ ରହିଛି ଏହି ସବୁ ଖାସିୟତ

ତାଇୱାନ କମ୍ପାନୀ ଆସସ ଗୋଟେ ପରେ ଗୋଟେ ଧମାକାଦାର ଲ୍ୟାପଟପ ଭାରତୀୟ ବଜାରରେ ଲଞ୍ଚ କରିଚାଲିଛି । ବିଶେଷ କରି ଗେମ ଖେଳାଳି ଓ ପ୍ରଫେସିଓନାଲ ମାନଙ୍କୁ ଦୃଷ୍ଟିରେ ରଖି କମ୍ପାନୀ ଗୋଟେ ପରେ ଗୋଟେ ଧମାକାଦାର ଲ୍ୟାପଟପ ଭାରତୀୟ ବଜାରରେ ଲଂଚ କରୁଥିବା ନଜର ଆସିଛି । ଖୁବଶୀଘ୍ର କମ୍ପାନୀ ଆଉ ଏକ ନୂଆ ଲାପଟପ Asus ROG Zephyrus Duo 15 GX 550କୁ ଲଞ୍ଚ କରିବାକୁ ଯାଉଛି । ଯାହାର ଲୁକ ଓ ଫିଚର ଅନ୍ୟ ତୁଳନାରେ ଖୁବ ଭଲ ଥିବା ବେଳେ ଏଥିରେ ଅନେକ କିଛି ବିଶେଷତା ବି ରହିଛି । ଏହାର ସବୁଠୁ ବଡ ବିଶେଷତା ବା ସ୍ପେସିଆଲିଟି ହେଉଛି ଏହା ଡୁଆଲ ସ୍କ୍ରିନ ବିଶିଷ୍ଟ । ଗୋଟିକରେ ଆପଣ ଗେମ ଖେଳିବା, ଅଫିସ କାମ କରିବା , ୟୁଟ୍ୟୁବ ଭିଡିଓ ଦେଖିପାରିବା ସହ ଅନ୍ୟ କାମ ସବୁ କରିପାରିବେ | ଲ୍ୟାପଟପର ଫିଚର, ଲୁକ ଯେତିକି ଭଲ ରହିଛି ତାହାର ଦାମ ବି ଅନ୍ୟ ତୁଳନାରେ ଟିକିଏ ଅଧିକ ରହିଛି । ଆସସର ଡୁଆଲ ସ୍କ୍ରିନ ଲ୍ୟପଟପ ଭାରତୀୟ ମୂଲ୍ୟ ୨ ଲକ୍ଷ ୭୯ ହଜାର ୯୯୦ଟଙ୍କା ରହିବ ।
ବର୍ତ୍ତମାନ ସମୟରେ ମଲ୍ଟି ଟାସ୍କିଙ୍ଗକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି । ଲୋକେ ଏକା ସାଥିରେ ଏକାଧିକ କାମ କରିବାକୁ ପସନ୍ଦ କରୁଛନ୍ତି । ଯଦି ଏପରି ସମୟରେ ଆପଣଙ୍କ ଲାପଟପ ବି ମଲ୍ଟି ଟାସ୍କିଙ୍ଗ ହୁଏ ତେବେ ଆପଣଙ୍କୁ ଅନେକ ସୁବିଧା ମିଳିଯିବ । ଏହାକୁ ଧ୍ୟାନରେ ରଖି କିଛି ମାସ ଭିତରେ Vivobook ଓ Zenbook ସିରିଜରେ ଭିନ୍ନ ଭିନ୍ନ ଲାପଟପ ଲଂଚ କରିବାରେ ଲାଗିଛି । ଏମଧ୍ୟରୁ ଅଧିକାଂଶର ଡୁଆଲ ସ୍କ୍ରିନ ରହିଛି । କିନ୍ତୁ ନିକଟରେ କମ୍ପାନୀ ତରଫରୁ ଲଂଚ କରାଯାଇଥିବା Zephyrus Duo 15ର ଲୁକ ଓ ଫିଚର୍ସ ଅନ୍ୟ ତୁଳନାରେ ଉନ୍ନତ ରହିଛି ।
ଆସସ ଆରଓଜି Zephyrus Duoର 15 ଜିପିଏକ୍ସ550ର ଫିଚର୍ସ ଦୃଷ୍ଟିରୁ ଦେଖିଲେ ଏହା 10th ଜେନେରେସନ i7 ଓ i9 ପ୍ରୋସେସରରେ କାର୍ଯ କରୁଥିବା ବେଳେ ଏହା ମେନ ସ୍କ୍ରିନ ସାଇଜ ୧୫ ଇଂଚ ରହିବା ନେଇ ଜଣାଯାଇଛି । ଏହା ସମ୍ପୂର୍ଣ୍ଣ ରୂପେ ଏଚଡ଼ି ହୋଇଥିବା ବେଳେ ଏହାର ରିଫ୍ରେଶ ରେଟ 300 ହର୍ଜ । ଏହାବାଦ ଡୁଆଲ ସ୍କ୍ରିନ ବାବଦରେ ଏଥିରେ ଥିବା ସ୍କ୍ରିନପ୍ୟାଡ଼ ପ୍ଲସ ୧୩ ଡିଗ୍ରୀ ପର୍ଯ୍ୟନ୍ତ ଢଳି ପରିବାର କ୍ଷମତା ରଖିଛି ।