୧୯ ନଭେମ୍ବରରେ ଲଞ୍ଚ ହେବାକୁ ଯାଉଛି Asus ROG Phone 9, ଲଞ୍ଚ ପୂର୍ବରୁ ଲିକ୍ ହେଲା ଫିଚର୍ସ

ASUS ROG Phone 9 ଗେମିଙ୍ଗ ସ୍ମାର୍ଟଫୋନ୍ ସିରିଜ୍ ଖୁବ ଶୀଘ୍ର ବିଶ୍ୱ ବଜାରରେ ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ସିରିଜର ଅନେକ ଫିଚର୍ସ ନିଶ୍ଚିତ କରିଛି । ନଭେମ୍ବର ୧୯ରେ ଆମେରିକା, ୟୁରୋପ ଏବଂ ଚାଇନାର ତାଇପେରେ ଏକକାଳୀନ ଭାବେ ଏହି ସିରିଜ୍ ଲଞ୍ଚ ହେବ । କମ୍ପାନୀ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ଫୋନର ଅନେକ ଫିଚର୍ସକୁ ମଧ୍ୟ ନିଶ୍ଚିତ କରିଛି । ତେବେ ଏହି ସିରିଜରେ କେତୋଟି ସ୍ମାର୍ଟଫୋନ୍ ଲଞ୍ଚ ହେବ ତାହା କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

ଗତ ବର୍ଷ କମ୍ପାନୀ ASUS ROG Phone 8 ଏବଂ ROG Phone 8 Pro ଲଞ୍ଚ କରିଥିଲା । ଏହି ବର୍ଷ କମ୍ପାନୀ ROG Phone 9 ଏବଂ ROG Phone 9 Pro ଲଞ୍ଚ କରିପାରେ । ଚାଇନିଜ୍ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷ୍ଟେସନ୍ ୱାଇବୋ ଫୋନର କଲର ଅପ୍ସନ ଏବଂ କିଛି ଫିଚର୍ସ ଡିଟେଲ୍ସ ଲିକ୍ କରିଛି । ଏହି ଫୋନ୍ ବ୍ଲାକ ଏବଂ ହ୍ୱାଇଟ କଲର ଅପ୍ସନରେ ଆସିବ । ଫୋନର ଏହି ୨ଟି କଲର କମ୍ପାନୀ ଦ୍ୱାରା ପ୍ରକାଶିତ ଟିଜରରେ ମଧ୍ୟ ଦେଖିବାକୁ ମିଳିଛି ।

Asusର ଏହି ଜବରଦସ୍ତ ଫୋନ୍ Qualcomm Snapdragon 8 Elite ପ୍ରୋସେସର ସହିତ ଆସିବ । ଏକ ୟୁନିକ୍ ଡିଜାଇନ୍ କ୍ୟାମେରା ମଡ୍ୟୁଲ୍ ଏବଂ ମିନି ଏଲଇଡି ସ୍କ୍ରିନ୍ ଏହି ଫୋନ୍ ପଛରେ ଦେଖିବାକୁ ମିଳିବ । ROG ଅର୍ଥାତ୍ ରିପବ୍ଲିକ୍ ଅଫ୍ ଗେମିଙ୍ଗର ଲୋଗୋ ଫୋନର ପଛ ପ୍ୟାନେଲର ତଳେ ଦେଖିବାକୁ ମିଳିବ । କମ୍ପାନୀ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଏହି ଫୋନରେ AI ଇନବଲଡ୍ କ୍ୟାମେରା ଏବଂ Anime ଭିଜନ ସପୋର୍ଟ ରହିବ ।

ROG Phone 9 ସିରିଜ୍ ଫିଚର୍ସ:

ASUS ROG Phone 9 ସିରିଜରେ ୬.୭୮ ଇଞ୍ଚ FHD + ଡିସପ୍ଲେ ରହିପାରେ, ଯାହା 1080 x 2400 ପିକ୍ସେଲ ରେଜୋଲୁସନକୁ ସପୋର୍ଟ କରିବ । ଏହି Asus ଫୋନରେ କମ୍ପାନୀ ସାମସଙ୍ଗର ଫ୍ଲେକ୍ସିବଲ୍ LTPO AMOLED ଡିସପ୍ଲେ ବ୍ୟବହାର କରିଛି । ଫୋନର ଡିସପ୍ଲେ ୨୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରିପାବ ଏବଂ ଏହି ଫୋନ୍ କର୍ନିଙ୍ଗ ଗୋରିଲା ଗ୍ଲାସର ପ୍ରୋଟେକ୍ସନ ମଧ୍ୟ ପାଇବ । ଆହୁରି ମଧ୍ୟ, ଫୋନରେ HDR10 ସପୋର୍ଟ ଉପଲବ୍ଧ ହେବ । ପ୍ରୋଟେକ୍ସନ ପାଇଁ, ଏହି ସ୍ମାର୍ଟଫୋନ୍ ସିରିଜ୍ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହିତ ପ୍ରଦାନ କରାଯିବ ।

Asusର ଏହି ସ୍ମାର୍ଟଫୋନ୍ ସିରିଜ୍ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିପାରେ । ଫୋନରେ ୫୦MP ପ୍ରାଇମେରୀ କ୍ୟାମେରା ଯୋଗାଇ ଦିଆଯିବ । ଏହା ସହିତ ୧୩MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ଏବଂ ୫MP ମାକ୍ରୋ କ୍ୟାମେରା ଉପଲବ୍ଧ ହେବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୩୨MP କ୍ୟାମେରା ଯୋଗାଇ ଦିଆଯାଇପାରେ । Asusର ଏହି ଫୋନ୍ ଆଣ୍ଡ୍ରଏଡ୍ 15 ଉପରେ ଆଧାରିତ ଏକ କଷ୍ଟୋମାଇଜ୍ ଅପରେଟିଂ ସିଷ୍ଟମ୍ ସହିତ ଆସିବ । ଏହି ଫୋନରେ ୫,୮୦୦mAh ବ୍ୟାଟେରୀ ଏବଂ ୬୫W ୱାୟର୍ଡ ଫାଷ୍ଟ ଚାର୍ଜିଂ ଫିଚର୍ ରହିବ ।