16 GB ର‍୍ୟାମ୍‌ ସହ Asus ଭାରତରେ ଲଞ୍ଚ କଲା ନୂଆ ଲାପ୍‌ଟପ୍‌, ଜାଣନ୍ତୁ ଦାମ୍‌ ଓ ଫିଚର୍ସ

ଭାରତରେ ଲଞ୍ଚ ହେଲା Asus ର ନୂଆ ଲାପ୍‌ଟପ୍‌ :

Asus ଭାରତରେ ତା’ର ନୂଆ ଲାପ୍‌ଟପ ଲଞ୍ଚ କରିଛି । ଏହାର ନାମ VivoBook 15 OLED ରଖାଯାଇଛି । ଏଥିରେ Intel Core i3, Core i5, Core i7 ଓ AMD Ryzen 5 ପ୍ରୋସେସର ସହ ଲଞ୍ଚ କରାଯାଇଛି ।
ଏଥିରେ 16GB ପର୍ଯ୍ୟନ୍ତ DDR4 ର‍୍ୟାମ ଦିଆଯାଇଛି ।

ଏଥିସହ 512GB M.2 NVMe SSD ବା 1TB SATA HDD ଅନବୋର୍ଡ ଷ୍ଟୋରେଜ ଦିଆଯାଇଛି । Asus Vivobook 15 OLED ରେ 15.6-ଇଞ୍ଚ୍‌ full-HD ଡିସପ୍ଲେ ଦିଆଯାଇଛି । ଲାପଟପ ଓ୍ଵିଣ୍ଡେଜ୍‌ ୧୦ ଅପରେଟିଙ୍ଗ ସିଷ୍ଟମ ସହ ଆସୁଛି । ଏଥିରେ ଓ୍ଵିଣ୍ଡେଜ୍‌ ୧୧ ଅପଗ୍ରେଡ୍‌ କରାଯାଇପାରେ ।

Asus Vivobook 15 OLED ର ଦାମ୍‌ :

Asus Vivobook 15 ର Core i3 ମୂଲ୍ୟ ୪୬,୯୯୦ ଟଙ୍କା ରଖାଯାଇଛି । ଏହାର i5 ଭାରିଏଣ୍ଟ (16GB रैम) ର ମୂଲ୍ୟ 68,990 ଟଙ୍କା ରଖାଯାଇଛି । ସେହିପରି 8GB ଭାରିଏଣ୍ଟ ର ମୂଲ୍ୟ 65,990 ଟଙ୍କା ରଖାଯାଇଛି ।
ଏହାର Core i7 ଭାରିଏଣ୍ଟ ର ମୂଲ୍ୟ 81,990 ଟଙ୍କା ଓ Vivobook 15 AMD ର ମୂଲ୍ୟ 62,990 ଟଙ୍କା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.