ଫେବୃଆରୀ ପ୍ରଥମ ସପ୍ତାହରେ ଲଞ୍ଚ ହେବ Asus Zenfone 12 Ultra, ଲଞ୍ଚ ପୂର୍ବରୁ ପ୍ରକାଶ ପାଇଛି ଅନେକ ଡିଟେଲ୍ସ

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର କ୍ରେଜ୍ ବହୁତ ରହିଛି । ଭାରତୀୟ ବଜାରରେ ଅନେକ ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯଦି ଆପଣ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । Asus ଗ୍ଲୋବାଲ୍ ମାର୍କେଟରେ ଖୁବ୍ ଶୀଘ୍ର Asus Zenfone 12 Ultra କୁ ଉପସ୍ଥାପନ କରିବାକୁ ଯାଉଛି । କମ୍ପାନୀ ଏହାକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଫୋନ୍ Asus Zenfone 11 Ultra ର ସକ୍ସେସର ହେବ ।

କମ୍ପାନୀ ଦ୍ବାରା Asus Zenfone 12 Ultra ର ସ୍ପେସିଫିକେସନ୍ ଏବଂ ଫିଚର୍ସ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏହାର ଅନେକ ଡିଟେଲ୍ସ ଲଞ୍ଚ ପୂର୍ବରୁ ମଧ୍ୟ ପ୍ରକାଶ ପାଇଛି । ଏହି ସ୍ମାର୍ଟଫୋନରେ ଆପଣଙ୍କୁ ଟପ୍-ନଚ୍ ଫିଚର୍ସ ମିଳିବାକୁ ଯାଉଛି, ଯେଉଁଥିରେ ଏହି ସ୍ମାର୍ଟଫୋନ୍ ଗେମିଙ୍ଗ ଏବଂ ଅନ୍ୟାନ୍ୟ ହବି ଟାସ୍କ ପାଇଁ ବେଷ୍ଟ ଅପ୍ସନ ହେବ । ଏହି ସ୍ମାର୍ଟଫୋନକୁ କମ୍ପାନୀ ଫେବୃଆରୀ ୬ ରେ ଲଞ୍ଚ କରିବ ।

ଫିଚର୍ସ :

ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ Asus ଦ୍ବାରା ପ୍ରସ୍ତୁତ ଏକ ପୋଷ୍ଟରେ ନୂଆ ଅପକମିଙ୍ଗ ଫୋନର କିଛି ଫିଚର୍ସ ପ୍ରକାଶ ପାଇଛି । Asus Zenfone 12 Ultra ରେ narrow bezels ପରି ଫ୍ଲାଟ୍ ଡିସପ୍ଲେ ମିଳି ପାରିବ । ଏହି ସ୍ମାର୍ଟଫୋନରେ ଡିସପ୍ଲେର bezels ପୂର୍ବ ଜେନେରେସନ୍ ଅପେକ୍ଷା ସ୍ଲମ୍ ହୋଇପାରେ ।

 

Asus Zenfone 12 Ultra ର କମ୍ପାନୀ AI ଫିଚର୍ସ ସହିତ ଲ୍ୟାସ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନ୍ cyan shade କଲର ଅପ୍ସନ ସହିତ ଆସିପାରେ । ଏହି ସ୍ମାର୍ଟଫୋନ୍ ୩.୫ mm ଅଡିଓ ଜ୍ୟାକ୍ ସହିତ ଆସିପାରେ ।

 

ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇପାରିବ । ଏହା ବ୍ୟତୀତ ଏଥିରେ ରିୟର ପ୍ୟାନେଲରେ ରାଉଣ୍ଡ-ସେପ୍ଡ ବଡ଼ କ୍ୟାମେରା ମଡ୍ୟୁଲ୍ ମିଳିବ । ଏକ ରିପୋର୍ଟରୁ ଜଣା ପଡିଛି ଯେ ଏହି ସ୍ମାର୍ଟଫୋନରେ Snapdragon 8 Elite ପ୍ରୋସେସର ଏବଂ ୧୬GB RAM ଦିଆଯାଇଛି । ଆଉଟ ଅଫ ଦି ବକ୍ସ ଏହି ସ୍ମାର୍ଟଫୋନ୍ Android 15 ରେ ଚାଲିବ । ଏଥିରେ ଆପଣଙ୍କୁ ୬.୭ ଇଞ୍ଚର AMOLED ପ୍ୟାନେଲ ପରି ଡିସପ୍ଲେ ଏବଂ ୫୮୦୦ mAh ର ବଡ଼ ବ୍ୟାଟେରୀ ମିଳିପାରିବ ।