ATM କାର୍ଡ ଅଛି ତ? ତାହେଲେ ବ୍ୟାଙ୍କ ଆପଣଙ୍କୁ ଦେବ ୫ ଲକ୍ଷ ଟଙ୍କାର ଫାଇଦା, ଏମିତି କରନ୍ତୁ ଆପ୍ଲାଏ

ଯଦି ଆପଣ ମଧ୍ୟ ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର। ବ୍ୟାଙ୍କ କହିଛି ଯେ ଯେଉଁ ଗ୍ରାହକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ସେହି ଲୋକଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ଆଜ୍ଞା ହଁ, ବୋଧହୁଏ ଏହା ବିଷୟରେ ଆପଣ ଜାଣି ହିଁ ନାହାଁନ୍ତି। କାହିଁକିନା ଅନେକ ଲୋକଙ୍କୁ ବ୍ୟାଙ୍କର ଏହି ସୁବିଧା ବିଷୟରେ ଜଣା ହିଁ ନାହିଁ।

ବର୍ତ୍ତମାନ ଅଧିକାଂଶ ଗ୍ରାହକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି। ଏମିତିରେ ଆପଣ କିପରି ଭାବେ ୫ ଲକ୍ଷ ଟଙ୍କାର ଫାଇଦା ପାଇପାରିବେ ଏହା ଭାବୁଥିବେ ନିଶ୍ଚୟ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ କାର୍ଡ ବ୍ୟବହାର କରୁଥିବା ଲୋକଙ୍କୁ ଇନସୁରାନ୍ସ ସୁବିଧା ଯୋଗାଇ ଦିଆଯାଇଥାଏ।

କେବଳ ଏଟିଏମ୍‌ କାର୍ଡ ନୁହେଁ ତାସହିତ ଗ୍ରାହକଙ୍କୁ ଅନେକ ପ୍ରକାରର ଫ୍ରି ସୁବିଧା ମଧ୍ୟ ଦିଆଯାଇଥାଏ। ଏହି ସୁବିଧା ମଧ୍ୟରୁ ଇନସୁରାନ୍ସ ସୁବିଧା ମଧ୍ୟ ଗୋଟିଏ। ବ୍ୟାଙ୍କ ଯେତେବେଳେ କଷ୍ଟମରଙ୍କୁ ଏଟିଏମ କାର୍ଡ ଜାରି କରେ ସେତେବେଳେ ହିଁ ଗ୍ରାହକଙ୍କୁ ଆକ୍ସିଡେଣ୍ଟାଲ ଇନସୁରାନ୍ସର ସୁବିଧା ମିଳିଯାଇଥାଏ। କିନ୍ତୁ ବହୁତ କମ୍‌ ଲୋକଙ୍କୁ ଏହି ଇନସୁରାନ୍ସ ବିଷୟରେ ସୂଚନା ରହିଛି।

ବ୍ୟାଙ୍କ କାର୍ଡ ଧାରକଙ୍କୁ ଅଲଗା ଅଲଗା କ୍ୟାଟେଗରୀ ହିସାବରେ ଇନସୁରାନ୍ସ ଦେଇଥାଏ। କାର୍ଡର କ୍ୟାଟୋଗରୀ କ୍ଲାସିକ, ପ୍ଲାଟିନମ ଏବଂ ସାମାନ୍ୟ ହୋଇଥାଏ। ସାମ୍ୟାନ ମାଷ୍ଟର କାର୍ଡରେ ୫୦,୦୦୦ ଟଙ୍କା, କ୍ଲାସିକ ଏଟିଏମ କାର୍ଡ ଉପରେ ୧ ଲକ୍ଷ ଟଙ୍କା, ଭିଜା କାର୍ଡ ଉପରେ ୧.୫ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ଏବଂ ପ୍ଲାଟିନମ୍‌ କାର୍ଡ ଉପରେ ୫ ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଯଦି ଏଟିଏମ କାର୍ଡ ୟୁଜର୍ସଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ, ତାହେଲେ ୧ରୁ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ମିଳିଥାଏ। ସେହିପରି ଯଦି ଗୋଟିଏ ଗୋଡ କ୍ଷତିଗ୍ରସ୍ତ ହେଉଛି ତାହେଲେ ସେମିତି ସ୍ଥିତିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ମିଳିଥାଏ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ଯାଇ ଆବେଦନ କରିବାକୁ ହେବ। କାର୍ଡଧାରକଙ୍କ ନମିନୀଙ୍କୁ ବ୍ୟାଙ୍କରେ ଯାଇ ଆବେଦନ ଜମା କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.