ଏହି ଜୋତା ପିନ୍ଧିଲେ ଦେଖିପାରିବେ ଦୃଷ୍ଟିହୀନ ବ୍ୟକ୍ତି, ବୈଜ୍ଞାନିକ ତିଆରି କଲେ ଖାସ୍ ଜୋତା

ଜୋତା ପିନ୍ଧିଲେ ଦେଖିପାରିବେ ଦୃଷ୍ଟିହୀନ ବ୍ୟକ୍ତି। ବିଶ୍ୱାସ ହେଉନଥିଲେ ବି ଏହା ସତ। ବିଜ୍ଞାନ ବଳରେ ଏବେ ଏହି ଅସମ୍ଭବ ସମ୍ଭବ ହୋଇପାରିଛି। ବୈଜ୍ଞାନିକମାନେ ଏବେ ଏକ ଏଭଳି ଜୋତା ତିଆରି କରିଛନ୍ତି, ଯାହାକୁ ପିନ୍ଧି ଜଣେ ଦୃଷ୍ଟିବାଧକ ବି ସାଧାରଣ ଲୋକ ଭଳି ଦେଖିପାରିବ।

ଅଷ୍ଟ୍ରିଆର କମ୍ପାନୀ ଟେକ୍ ଇନୋଭେସନ୍ ଏହି ଜୋତା ତିଆରି କରିଛନ୍ତି। ଏହି ଜୋତା ପିନ୍ଧିବା ଫଳରେ ଦୃଷ୍ଟିବାଧିତ ବ୍ୟକ୍ତି ଆଖପାଖରେ ଥିବା ରାସ୍ତା ଘାଟ, ଉଚ୍ଚା ନୀଚ ତଥା ନିଜ ନିକଟ ଅଞ୍ଚଳର ସ୍ଥିତି ସେନ୍ସର ମାଧ୍ୟମରେ ଜାଣିପାରିବେ। ଅର୍ଥାତ୍ ଆଖି ନଥିଲେ ବି ସେ ସେନ୍ସର ଜରିଆରେ ଆଖପାଖ ରାସ୍ତାର ସ୍ଥିତିକୁ ସହଜରେ ଠଉରାଇ ପାରିବେ।

Graz University of Technology ସାହାଯ୍ୟରେ ଟେକ୍ ଇନୋଭେସନ୍ କମ୍ପାନୀ ଏହି ଜୋତା ତିଆରି କରିଛି। ଜୋତାରେ ୱାଟରପ୍ରୁଫ୍ ଅଲ୍ଟ୍ରାସୋନିକ୍ ସେନ୍ସର ଲଗାଯାଇଛି। ଏହା ନିଜ ରାସ୍ତାରେ ଆସୁଥିବା ପ୍ରତିବନ୍ଧକକୁ ସହଜରେ ଚିହ୍ନଟ କରିପାରିବ। ଫଳରେ ବ୍ୟକ୍ତି ସଚେତନ ହୋଇଯିବ। ସାମ୍ନାରେ ଯଦି ପଥର କିମ୍ବା କିଛି ବିପଦର ଆଭାସ ମିଳେ, ତେବେ ଜୋତା ଭାଇବ୍ରେଟ କରିବ। ଫଳରେ ବ୍ୟକ୍ତି ଅଟକି ଯିବ।

ଏହି ଜୋତାର ଦାମ୍ ପାଖାପାଖି ୨ ଲକ୍ଷ ୭୬ ହଜାର ଟଙ୍କା ରହିଛି। ଏହି ଜୋତା ସହ ଆପଣଙ୍କୁ ଏକ ଚାର୍ଜର ବି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.